ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

“ପରୀକ୍ଷା ପେ ଚର୍ଚ୍ଚା ୨୦୨୨” ରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ

ପୋଷ୍ଟ କରାଯିବା ଦିନାଙ୍କ: 15 JAN 2022 7:53PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  “ପରୀକ୍ଷା ପେ ଚର୍ଚ୍ଚା ୨୦୨୨” ବିଷୟରେ ଟୁଇଟ୍ କରି ପଞ୍ଜୀକରଣ ପାଇଁ କହିଛନ୍ତି । ସେ କହିଛନ୍ତି ଯେ ଏହା ତାଙ୍କୁ ଆମର ପ୍ରତିଭାବାନ ଯୁବକମାନଙ୍କ ସହ ଯୋଡିହେବା, ସେମାନଙ୍କ ଆହ୍ୱାନ ଏବଂ ଆକାଂକ୍ଷାକୁ ଭଲ ଭାବରେ ବୁଝିବା ପାଇଁ ଏକ ସୁଯୋଗ ଦେଇଥାଏ ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ପରୀକ୍ଷା ପାଖେଇ ଆସୁଛି ତେଣୁ ଏହି “ପରୀକ୍ଷା ପେ ଚର୍ଚ୍ଚା ୨୦୨୨” । ଚାଲନ୍ତୁ ଚାପମୁକ୍ତ ପରୀକ୍ଷା ସଂକ୍ରାନ୍ତରେ ଆଲୋଚନା କରିବା ଏବଂ ପୁଣିଥରେ ଆମର ସାହସୀ ପରୀକ୍ଷା ଯୋଦ୍ଧା, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ ସମର୍ଥନ କରିବା । ମୁଁ ଆପଣଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଚଳିତ ବର୍ଷ ପାଇଁ  #PPC2022  ପଞ୍ଜିକରଣ କରନ୍ତୁ ।

ବ୍ୟକ୍ତିଗତ ଭାବରେ, “ପରୀକ୍ଷା ପେ ଚର୍ଚ୍ଚା” ଏକ ଚମତ୍କାର ଶିକ୍ଷଣ ଅଭିଜ୍ଞତା । ମୁଁ ଆମର ପ୍ରତିଭାବାନ ଯୁବକମାନଙ୍କ ସହିତ ସଂଯୋଗ କରିବାର ସୁଯୋଗ ପାଇଥାଏ, ସେମାନଙ୍କର ଆହ୍ୱାନ ଏବଂ ଆକାଂକ୍ଷାକୁ ଭଲ ଭାବରେ ବୁଝିଥାଏ । ଏହା ମଧ୍ୟ ଶିକ୍ଷା ଜଗତରେ ଉଦୀୟମାନ ଧାରା ଆବିଷ୍କାର କରିବାର ସୁଯୋଗ ଦେଇଥାଏ । #PPC2022 ”

HS


(ରିଲିଜ ଆଡି: 1790240) ପରିଦର୍ଶକ କାଉଣ୍ଟର : 246