ପୋଷ୍ଟ କରାଯିବା ଦିନାଙ୍କ:
15 JAN 2022 9:13AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେନା ଦିବସ ଅବସରରେ ଭାରତୀୟ ସେନାର ଜବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସେନା ଦିବସ ଅବସରରେ ବିଶେଷ ଶୁଭେଚ୍ଛା, ବିଶେଷକରି ଆମର ସାହସୀ ସୈନିକ, ସମ୍ମାନିତ ବରିଷ୍ଠ ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା । ଭାରତୀୟ ସେନା ନିଜର ସାହସିକତା ଏବଂ ବୃତ୍ତିଗତ କାର୍ଯ୍ୟ ପାଇଁ ପରିଚିତ । ଜାତୀୟ ସୁରକ୍ଷା ଦିଗରେ ଭାରତୀୟ ସେନାର ଅମୂଲ୍ୟ ଅବଦାନକୁ କୌଣସି ଶବ୍ଦରେ ପ୍ରକାଶ କରାଯାଇ ପାରିବ ନାହିଁ ।
ଭାରତୀୟ ସେନାର ଜବାନ ମାନେ ଦୁର୍ଗମ ଅଞ୍ଚଳରେ ସେବା କରନ୍ତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମେତ ମାନବିକ ସଙ୍କଟ ସମୟରେ ଆମର ନାଗରିକମାନଙ୍କୁ ସାହାଯ୍ୟ କରିବାରେ ଆଗରେ ରହିଥାନ୍ତି । ବିଦେଶରେ ଶାନ୍ତି ରକ୍ଷା ମିଶନରେ ସେନାର ଅବଦାନ ପାଇଁ ଭାରତ ଗର୍ବିତ ବୋଲି ସେ କହିଛନ୍ତି ।”
HS