ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୋଭିଡ ଟୀକାକରଣ ଅଭିଯାନ ୧୫୦ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 07 JAN 2022 9:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ ଟୀକାକରଣ ଅଭିଯାନ ୧୫୦ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ଆମ ଟୀକାକରଣକୁ ସଫଳ କରିବା ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଖରେ ଭାରତ କୃତଜ୍ଞ ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଟୀକାକରଣ ସାମ୍ନାରେ ଏକ ଉଲ୍ଲେଖନୀୟ ଦିନ! ୧୫୦ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ଆମର ନାଗରିକମାନଙ୍କୁ ଅଭିନନ୍ଦନ । ଆମର ଟୀକାକରଣ ଅଭିଯାନ ନିଶ୍ଚିତ କରିଛି ଯେ ଏହାଦ୍ୱାରା ଅନେକ ଜୀବନ ବଞ୍ଚିଯାଇଛି । ଏହି ସମୟରେ ଆସନ୍ତୁ ଆମେ ମଧ୍ୟ ସମସ୍ତ କୋଭିଡ-୧୯ ସମ୍ବନ୍ଧୀୟ ମାର୍ଗଦର୍ଶିକା ଅନୁସରଣ କରିବା ।

ଯେଉଁମାନେ ଆମ ଟୀକାକରଣକୁ ସଫଳ କରିବା ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଖରେ ଭାରତ କୃତଜ୍ଞ । ଆମେ ଆମର ଡାକ୍ତର, ବୈଜ୍ଞାନିକ, ଉଦ୍ଭାବକ ଏବଂ ଲୋକଙ୍କୁ ଟୀକାକରଣ କରୁଥିବା ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଧନ୍ୟବାଦ ଦେଉଛୁ ।  ମୁଁ ସମସ୍ତ ଯୋଗ୍ୟ ଲୋକଙ୍କୁ ସେମାନଙ୍କର ଟିକା ନେବାପାଇଁ ଅନୁରୋଧ କରୁଛି । ଆସନ୍ତୁ ଏକାଠି ହୋଇ କୋଭିଡ-୧୯ ସହିତ ଲଢିବା ।” 

HS


(ରିଲିଜ ଆଡି: 1788758) ପରିଦର୍ଶକ କାଉଣ୍ଟର : 252