ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତାମିଲନାଡୁର ଯୁବପୀଢିଙ୍କୁ କ୍ରୀଡା ପ୍ରତି ପ୍ରେରଣା ଯୋଗାଇଥିବାରୁ କେସି ଗଣପଥି ଓ ବରୁଣ ଠକ୍କରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 07 JAN 2022 10:11AM by PIB Bhubaneshwar

ମିଟ ଦ ଚାମ୍ପିଅନ୍ସ କାର୍ଯ୍ୟକ୍ରମ ଅନ୍ତର୍ଗତ ତାମିଲନାଡୁର ଯୁବପୀଢିଙ୍କୁ କ୍ରୀଡା ଓ ଫିଟନେସ ପ୍ରତି ପ୍ରେରଣା ଯୋଗାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେସି ଗଣପଥି ଓ ବରୁଣ ଠକ୍କରଙ୍କୁ ପ୍ରଶଂସା କରିଛନ୍ତି ।

ପିଆଇବି ତାମିଲନାଡୁର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ତାମିଲନାଡୁର ପ୍ରତିଭାବାନ ଯୁବପୀଢିଙ୍କୁ ପ୍ରେରଣା ଯୋଗାଇବାରେ କେସି ଗଣପଥି ଓ @ବରୁଣଠକ୍କର100ଙ୍କ ଉପକ୍ରମ ଉଲ୍ଲେଖନୀୟ ।

ଏପରି ଉଦ୍ୟମ କ୍ରୀଡା ଓ ଫିଟନେସ ସହ ଜଡିତ ପ୍ରସଙ୍ଗଗୁଡିକ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ନେଇ ମୁଁ ନିଶ୍ଚିତ ।

SR



(Release ID: 1788279) Visitor Counter : 203