ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାରାଣସୀରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ କୃଷକମାନଙ୍କର ବିକାଶ ଲାଗି ‘ବନସ ଡେରୀ ସଙ୍କୁଳ'ର ଭିତିପ୍ରସ୍ତର ସ୍ଥାପନ
ଉତରପ୍ରଦେଶର ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଗ୍ରାମୀଣ ଆବାସିକ ଅଧିକାର ରେକର୍ଡ ‘ଘରୌନୀ' ବଂଟନ
ପ୍ରଧାନମନ୍ତ୍ରୀ ବାରାଣସୀରେ ୧୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି
କୃଷକ ଦିବସ ଅବସରରେ ଚୌଧୁରୀ ଚରଣ ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ
"ଭାରତରେ ଡେରୀ କ୍ଷେତ୍ରକୁ ସୁଦୃଢ଼ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତାଗୁଡ଼ିକ ମଧ୍ୟରୁ ଗୋଟିଏ
“ଗାଈ– ମଇଁଷିଙ୍କୁ ନେଇ ପରିହାସ କରୁଥିବା ଲୋକମାନେ ଏହା ଭୁଲି ଯାଉଛନ୍ତି ଯେ ଦେଶରେ ଏହିଭଳି ପ୍ରାଣୀମାନଙ୍କ ଯୋଗୁଁ ୮ କୋଟି ପରିବାରଙ୍କ ଜୀବନ -ଜୀବିକା ନିର୍ବାହ ହେଉଛି ।”
‘ଆଜି ଉତରପ୍ରଦେଶ କେବଳ ଦେଶରେ ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନକାରୀ ରାଜ୍ୟ ନୁହେଁ, ଏହା ଡେରୀ ଉଦ୍ୟୋଗ କ୍ଷେତ୍ରକୁ ବିସ୍ତାର କରିବାରେ ମଧ୍ୟ ବହୁତ ଆଗରେ ଅଛି ।”
“କୃଷକମାନଙ୍କ ଜୀବନରେ ପରିବର୍ତନ ଆଣିବାରେ ଡେରୀ କ୍ଷେତ୍ର, ପଶୁପାଳନ ଏବଂ ଶ୍ୱେତ ବିପ୍ଳବ ପାଇଁ ନୂତନ ପ୍ରୟାସର ମଧ୍ୟ ବହୁତ ବଡ଼ ଭୂମିକା ରହିଛି ।”
“ଧରିତ୍ରୀ ମାତାର ନବୀକରଣ ନିମନ୍ତେ, ନିଜ ମାଟିର ସୁରକ୍ଷା ପାଇଁ, ଆଗାମୀ ପିଢ଼ିଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବା ନିମନ୍ତେ, ଆମକୁ ଆଉଥରେ ପୁନର୍ବାର ପ
प्रविष्टि तिथि:
23 DEC 2021 3:11PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତରପ୍ରଦେଶର ବାରାଣସୀସ୍ଥିତ ରାଜ୍ୟ ଉଦ୍ୟୋଗ ବିକାଶ ପ୍ରାଧିକରଣ ଫୁଡ୍ ପାର୍କ, କାରଖିୟାଁଠାରେ ‘ବନସ ଡେରୀ ସଙ୍କୁଳ’ର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ୩୦ ଏକର ଜମିରେ ବ୍ୟାପ୍ତ ଏହି ଡେରୀର ନିର୍ମାଣରେ ପ୍ରାୟ ୪୭୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏଥିରେ ପ୍ରତିଦିନ ୫ ଲକ୍ଷ ଲିଟର ଦୁଗ୍ଧର ପ୍ରକ୍ରିୟାକରଣ କରାଯିବାର ସୁବିଧା ରହିବ । ପ୍ରଧାନମନ୍ତ୍ରୀ ବନସ ଡେରୀ ସହିତ ଯୋଡି ହୋଇଥିବା ୧.୭ ଲକ୍ଷରୁ ଅଧିକ ଦୁଗ୍ଧ ଉତ୍ପାଦକମାନଙ୍କ ବ୍ୟାଙ୍କଖାତାଗୁଡିକୁ ପ୍ରାୟ ୩୫ କୋଟି ଟଙ୍କାର ବୋନସ୍ ଡିଜିଟାଲ୍ ମାଧ୍ୟମରେ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ବାରାଣସୀର ରାମନଗରସ୍ଥିତ ଦୁଗ୍ଧ ଉତ୍ପାଦକ ସମବାୟ ସଂଘ ପ୍ଲାଂଟ୍ ନିମନ୍ତେ ବାୟୋଗ୍ୟାସ୍ ଆଧାରିତ ବିଦ୍ୟୁତ୍ ଉତ୍ପାଦନ ପ୍ଲାଂଟ୍ର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ଜାତୀୟ ଡେରୀ ବିକାଶ ବୋର୍ଡ (ଏନ୍ଡିଡିବି)ର ସହାୟତରେ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଦ୍ୱାରା ବିକଶିତ ଦୁଗ୍ଧ ଉତ୍ପାଦଗୁଡିକ ଅନୁରୂପ ଆକଳନ ଯୋଜନା ନିମନ୍ତେ ସମର୍ପିତ ଏକ ପୋର୍ଟାଲ୍ ଏବଂ ଏକ ଲୋଗୋର ଉନ୍ମୋଚନ କରିଥିଲେ ।
ତୃଣମୂଳ ସ୍ତରରେ ଜମିର ମାଲିକାନା ସମସ୍ୟାକୁ ହ୍ରାସ କରିବାର ଅନ୍ୟ ଏକ ପ୍ରୟାସରେ ପ୍ରଧାନମନ୍ତ୍ରୀ ଉତରପ୍ରଦେଶର ୨୦ ଲକ୍ଷରୁ ଅଧିକ ଅଧିବାସୀଙ୍କୁ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟର ସ୍ୱାମିତ୍ୱ ଯୋଜନା ଅନୁସାରେ ଭର୍ଚୁଆଲି (ପ୍ରତୀୟମାନ ଭାବରେ କମ୍ପୁଟର ସାହାଯ୍ୟରେ) ଗ୍ରାମୀଣ ଆବାସିକ ଅଧିକାର ରେକର୍ଡ ‘ଘରୌନି’ର ବିତରଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବାରାଣସୀରେ ୧୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଥିଲେ । ଏହା ବାରାଣସୀରେ ଚାଲୁ ରହିଥିବା ୩୬୦ ଡିଗ୍ରୀ/ ସମ୍ପୂର୍ଣ୍ଣ ପରିବର୍ତନକୁ ଆହୁରି ଅଧିକ ସୁଦୃଢ଼ କରିବ ।
ଏହି ଅବସରରେ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ ।
ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ଯାହାଙ୍କର ଜନ୍ମଦିବସକୁ କୃଷକ ଦିବସ ଭାବେ ପାଳନ କରାଯାଉଛି, ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ପ୍ରଧାନମନ୍ତ୍ରୀ ପ୍ରାଣୀଧନର ମହତ୍ୱ ଉପରେ ରେଖାଙ୍କିତ କରିଥିଲେ । ସେ କହିଥିଲେ ଯେ “ଗାଈମାନଙ୍କ ବିଷୟରେ କଥା ହେବା କିଛି ଲୋକଙ୍କ ନିମନ୍ତେ ଅପରାଧ ହୋଇପାରେ, ଗାଈକୁ ଆମେମାନେ ମାତା ରୂପେ ସମ୍ମାନ ଜଣାଇ ଥାଉ । ଯେଉଁ ଲୋକମାନେ ଗାଈ- ମଇଁଷିମାନଙ୍କୁ ନେଇ ପରିହାସ କରୁଛନ୍ତି, ସେମାନେ ଭୁଲି ଯାଉଛନ୍ତି ଯେ ଏହିଭଳି ପ୍ରାଣୀମାନଙ୍କ ଯୋଗୁଁ ଦେଶର ୮ କୋଟି ପରିବାରଙ୍କ ଜୀବନ- ଜୀବିକା ନିର୍ବାହ ହୋଇଥାଏ ।” ସେ ଆହୁରି ମଧ୍ୟ କହିଥିଲେ ଯେ “ଭାରତର ଡେରୀ କ୍ଷେତ୍ରକୁ ସୁଦୃଢ଼ କରିବା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତାଗୁଡିକ ମଧ୍ୟରୁ ଗୋଟିଏ । ଏହି ଧାରାରେ ଆଜି ଏଠାରେ ବନସକାଶୀସଙ୍କୁଳର ଶିଳାନ୍ୟାସ କରାଯାଇ ଅଛି । ସେ ଗାଈଗୋରୁଙ୍କର ପାଦ ଏବଂ ପାଟିରେ ହେଉଥିବା ରୋଗ ନିମନ୍ତେ ଦେଶବ୍ୟାପି ଟୀକାକରଣ ସମ୍ପର୍କରେ ମଧ୍ୟ କହିଥିଲେ । ଦେଶରେ ଦୁଗ୍ଧ ଉତ୍ପାଦନ ୬-୭ ବର୍ଷ ପୂର୍ବେ ଯାହା ଥିଲା, ବର୍ତମାନ ତାହା ତୁଳନାରେ ପ୍ରାୟ ୪୫ ପ୍ରତିଶତ ବୃଦ୍ଧି ପାଇଛି । ଆଜି ଭାରତ ସମଗ୍ର ବିଶ୍ୱରେ ଉତ୍ପାଦିତ ହେଉଥିବା ଦୁଗ୍ଧର ପ୍ରାୟ ୨୨ ପ୍ରତିଶତ ଦୁଗ୍ଧ ଉତ୍ପାଦନ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ମୁଁ ବହୁତ ଖୁସି ଯେ ଉତରପ୍ରଦେଶ କେବଳ ଦେଶର ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନକାରୀ ରାଜ୍ୟ ନୁହେଁ, ଏହା ମଧ୍ୟ ଉଲ୍ଲେଖନୀୟ ଭାବରେ ଡେରୀ କ୍ଷେତ୍ରରେ ବିସ୍ତାର କରିବାରେ ବହୁତ ଆଗରେ ଅଛି ।”
ପ୍ରଧାନମନ୍ତ୍ରୀ ଡେରୀ କ୍ଷେତ୍ର, ପଶୁପାଳନର ଭୂମିକା ଏବଂ କୃଷକମାନଙ୍କର ଜୀବନରେ ପରିବର୍ତନ ଆଣିବା କ୍ଷେତ୍ରରେ ଶ୍ୱେତ ବିପ୍ଳବର ନୂତନ ପ୍ରୟାସ ଉପରେ ନିଜର ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ପ୍ରଥମତଃ ପଶୁପାଳନ ଦେଶରେ କ୍ଷୁଦ୍ର କୃଷକମାନଙ୍କ ନିମନ୍ତେ ଅତିରିକ୍ତ ଆୟର ଏକ ବଡ ଉତ୍ସ ହୋଇ ପାରିବ, ଯାହାର ସଂଖ୍ୟା ୧୦ କୋଟିରୁ ମଧ୍ୟ ଅଧିକ ଅଟେ । ଦ୍ୱିତୀୟତଃ, ଭାରତର ଡେରୀ ଉତ୍ପାଦଗୁଡିକର ବିଦେଶରେ ବହୁତ ବଡ ବଜାର ରହିଛି, ଯେଉଁ କ୍ଷେତ୍ରରେ ବୃଦ୍ଧି ହେବାର ଅନେକ ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ପୁନଶ୍ଚ କହିଥିଲେ ଯେ ତୃତୀୟତଃ, ପଶୁପାଳନ ମହିଳାମାନଙ୍କର ଆର୍ôଥକ ଉତ୍ଥାନ ନିମନ୍ତେ, ସେମାନଙ୍କର ଉଦ୍ୟୋଗୀ ମନୋବୃତିକୁ ଆଗେଇ ନେବା ପାଇଁ ଏକ ଭଲ ମାଧ୍ୟମ ଅଟେ । ଚତୁର୍ଥରେ, ପ୍ରାଣୀଧନ ମଧ୍ୟ ବାୟୋ ଗ୍ୟାସ୍, ଜୈବିକ କୃଷିଏବଂ ପ୍ରାକୃତିକ କୃଷିର ଏକ ବଡ଼ ଆଧାର ଅଟେ । ଭାରତୀୟ ମାନକ ବ୍ୟୁରୋ ଦେଶ ନିମନ୍ତେ ଏକ ଏକୀକୃତ ବ୍ୟବସ୍ଥା ଜାରି କରି ଅଛନ୍ତି । ଏହାର ପ୍ରମାଣ ନିମନ୍ତେ କାମଧେନୁ ଗାଈର ବିଶେଷତା ରହିଥିବା ଏକ ସମନ୍ୱିତ ଲୋଗୋ (ଚିହ୍ନ)ର ମଧ୍ୟ ଶୁଭାରମ୍ଭ କରାଯାଇଛି । ପ୍ରମାଣ ନିମନ୍ତେ, ଯଦି ଉତ୍ପାଦ ଉପରେ ଏହି ଲୋଗୋ ରହିଛି, ତେବେ ଶୁଦ୍ଧତାର ଚିହ୍ନଟ ସହଜରେ ହୋଇ ପାରିବ ଏବଂ ଭାରତର ଦୁଗ୍ଧ ଉତ୍ପାଦଗୁଡିକର ବିଶ୍ୱସନୀୟତା ମଧ୍ୟ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ ।
ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୟ ଅତିକ୍ରମ କରିବା ସହିତ ପ୍ରାକୃତିକ କୃଷିର ପରିସର କମ୍ ହୋଇ ଯାଇଛି ଏବଂ ରାସାୟନିକ କୃଷି ପ୍ରଭାବଶାଳୀ ହେବାରେ ଲାଗିଛି । “ଧରିତ୍ରୀ ମାତାଙ୍କର ନବୀକରଣ ନିମନ୍ତେ, ଆମ ମାଟିର ସୁରକ୍ଷା ନିମନ୍ତେ, ଆଗାମୀ ପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ନିମନ୍ତେ ଆମକୁ ପୁଣି ଥରେ ପ୍ରାକୃତିକ କୃଷି ଆଡ଼କୁ ମୁହାଁଇବାକୁ ପଡ଼ିବ । ଏହା ଆଜିର ସମୟର ଆବଶ୍ୟକତା ଅଟେ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ପ୍ରାକୃତିକ କୃଷି ଏବଂ ଜୈବିକ ଫସଲକୁ ଆପଣେଇବା ପାଇଁ ନିବେଦନ କରିଥିଲେ । ସେ କହିଥିଲେ ଯେ ଏହା ଫଳରେ ଆମ କୃଷିକୁ ଦୀର୍ଘକାଳୀନ ଭିତିରେ ଆତ୍ମନିର୍ଭର କରିବା ନିମନ୍ତେ ପର୍ଯ୍ୟାପ୍ତ ସହାୟତା ପ୍ରାପ୍ତ ହେବ ।
ପ୍ରଧାନମନ୍ତ୍ରୀ ଉତରପ୍ରଦେଶର ୨୦ ଲକ୍ଷରୁ ଅଧିକ ବାସିନ୍ଦାଙ୍କୁ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟର ସ୍ୱାମିତ୍ୱ ଯୋଜନା ଅଧୀନରେ ଭର୍ଚୁଆଲି (ପ୍ରତୀୟମାନ ଭାବରେ କମ୍ପ୍ୟୁଟର ସାହାଯ୍ୟରେ) ଗ୍ରାମୀଣ ଆବାସିକ ଅଧିକାର ରେକର୍ଡ ‘ଘରୌନୀ’ର ବିତରଣ କରିଥିଲେ । ସେ କହିଥିଲେ ଯେ ଏହା ଗ୍ରାମୀଣ ଗରିବମାନଙ୍କ ନିମନ୍ତେ ବିକାଶ ଏବଂ ସମ୍ମାନ ନିମନ୍ତେ ନୂତନ ରାସ୍ତା ଖୋଲିବ ଏବଂ ସେମାନଙ୍କୁ ବିକାଶର କାହାଣୀର ଅଂଶୀଦାର କରିବ ।
ସେ କହିଥିଲେ ଯେ ବାରାଣସୀ ଦ୍ରୁତ ଗତିରେ ବିକାଶର ମଡେଲ୍ରେ ପରିବର୍ତିତ ହେଉଛି । ନୂତନ ପ୍ରକଳ୍ପଗୁଡିକ ବାରାଣସୀର ଲୋକମାନଙ୍କ ପାଇଁ ଅଭୂତପୂର୍ବ ସୁଗମତା ଏବଂ ସୁବିଧା ଆଣୁଛି । ସେ କହିଥିଲେ ଯେ ଆଜି ଉଦ୍ଘାଟିତ ହୋଇଥିବା ଏବଂ ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡିକରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଭିତିଭୂମି ସହିତ ଯୋଡିହୋଇ ରହିଥିବା ଚିତ୍ର ଆହୁରି ମଜଭୁତ ହେବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତରପ୍ରଦେଶର ରାଜନୀତିକୁ ଜାତି, ମତ, ଧର୍ମର ଚଷମା ପିନ୍ଧି ଦେଖୁଥିବା ଲୋକମାନେ ଡବଲ୍ ଇଞ୍ଜିନ୍ (ଦୁଇ ଇଞ୍ଜିନ୍ବିଶିଷ୍ଟ)ର ଦୁଇଗୁଣା ଶକ୍ତିକୁ ନେଇ ଚିନ୍ତିତ ହୋଇ ପଡ଼ୁଛନ୍ତି । ସେ କହିଥିଲେ ଯେ ଏଭଳି ଲୋକମାନେ ସ୍କୁଲ୍, କଲେଜ୍, ସଡକ, ପାଣି, ଗରିବମାନଙ୍କ ନିମନ୍ତେ ଘର, ଗ୍ୟାସ୍ ସଂଯୋଗ ଏବଂ ଶୌଚାଳୟକୁ ବିକାଶର ଅଂଶ ବୋଲି ମାନନ୍ତି ନାହିଁ ।” ଉତରପ୍ରଦେଶର ଲୋକମାନଙ୍କୁ ପ୍ରଥମେ ଯାହା ମିଳିଥିଲା ଏବଂ ଉତରପ୍ରଦେଶର ଲୋକଙ୍କୁ ଆଜି ଆମ ସରକାରଙ୍କ ତରଫରୁ ଯାହା ମିଳୁଛି, ତାହା ମଧ୍ୟରେ ରହିଥିବା ପାର୍ଥକ୍ୟ ସ୍ପଷ୍ଟ ରୂପରେ ଦିଶୁଛି । ଆମେ ଉତରପ୍ରଦେଶର ଐତିହ୍ୟକୁ ବୃଦ୍ଧି କରୁଛୁ ଏବଂ ଆମେ ଉତରପ୍ରଦେଶର ବିକାଶ ମଧ୍ୟ କରୁଛୁ” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣକୁ ଶେଷ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଶିକ୍ଷା କ୍ଷେତ୍ରର ପ୍ରକଳ୍ପ ଗୁଡିକରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ଇଂଟର ୟୁନିଭର୍ସିଟି ସେଂଟର ଫର୍ ଟିଚର୍ସ ଏଜୁକେସନ୍, ପ୍ରାୟ ୧୦୭ କୋଟି ଟଙ୍କା ଖର୍ଚ୍ଚରେରେ ନିର୍ମିତ ହୋଇଛି ଏବଂ କେନ୍ଦ୍ରୀୟ ଉଚ୍ଚ ତିବ୍ବତ ଅଧ୍ୟୟନ ସଂସ୍ଥାନରେ ଏକ ଶିକ୍ଷକ ଶିକ୍ଷା କେନ୍ଦ୍ର ୭ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରି ନିର୍ମାଣ କରାଯାଇଛି । ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ବିଏଚ୍ୟୁ ଏବଂ ଆଇଟିଆଇ କରଉଣ୍ଡିରେ ଆବାସିକ ଫ୍ଲାଟ୍ ଏବଂ ଷ୍ଟାଫ୍ କ୍ୱାର୍ଟରଗୁଡିକର ମଧ୍ୟ ଉଦ୍ଘାଟନ କରିଥିଲେ ।
ସ୍ୱାସ୍ଥ୍ୟ କ୍ଷେତ୍ରରେ, ମହାମାନ୍ୟ ପଣ୍ଡିତ ମଦନ ମୋହନ ମାଲବ୍ୟ କ୍ୟାନସର କେନ୍ଦ୍ରରେ ଡାକ୍ତରମାନଙ୍କର ଛାତ୍ରାବାସ, ଏକ ନର୍ସ ଛାତ୍ରାବାସ, ଏବଂ ଆଶ୍ରମ ଗୃହର ୧୩୦ କୋଟି ଟଙ୍କାର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ । ସେ ଭଦ୍ରାସୀଠାରେ ୫୦ ଶଯ୍ୟାବିଶିଷ୍ଟ ସମନ୍ୱିତ ଡାକ୍ତରଖାନାର ଉଦ୍ଘାଟନ କରିଥିଲେ । ସେ ମଧ୍ୟ ଆୟୁଷ ମିଶନ ଅନୁସାରେ ପିଣ୍ଡ୍ରା ତହସିଲ୍ରେ ୪୯ କୋଟି ଟଙ୍କାର ସରକାରୀ ହୋମିଓପ୍ୟାଥିକ୍ ମେଡିକାଲ୍ କଲେଜ୍ର ଭିତିପ୍ରସ୍ତର ସ୍ଥାପନ କରିଥିଲେ ।
ସଡକ କ୍ଷେତ୍ରରେ ପ୍ରୟାଗରାଜ ଏବଂ ଭଦୋହୀ ସଡକଗୁଡିକ ନିମନ୍ତେ ଦୁଇଟି ‘୪ରୁ ୬ ଲେନ୍\' ସଡ଼କ ପ୍ରଶସ୍ତିକରଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିରେ ବାରଣାସୀକୁ ସଂଯୋଗ ଉନ୍ନତ ମାନର ହେବ ଏବଂ ଏହା ସହରରେ ଟ୍ରାଫିକ୍ ଜାମ୍ ସମସ୍ୟାର ସମାଧାନ ଦିଗରେ ଏକ ପଦକ୍ଷେପ ହେବ ।
ଏହି ପବିତ୍ର ସହରର ପର୍ଯ୍ୟଟନ କ୍ଷମତାକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ବାରାଣସୀସ୍ଥିତ ଶ୍ରୀ ଗୁରୁ ରବିଦାସଜୀ ମନ୍ଦିର, ସିର ଗୋବର୍ଦ୍ଧନ ସହିତ ସମ୍ବନ୍ଧିତ ପର୍ଯ୍ୟଟନ ବିକାଶ ପ୍ରକଳ୍ପର ପର୍ଯ୍ୟାୟ -୧ର ମଧ୍ୟ ଉଦ୍ଘାଟନ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିବା ଅନ୍ୟ ପ୍ରକଳ୍ପଗୁଡିକରେ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ, ଦକ୍ଷିଣ ଏସିଆ ଆଂଚଳିକ କେନ୍ଦ୍ରରେ ଏକ ଗତି ପ୍ରଜନନ ସୁବିଧା, ପାୟକପୁର ଗ୍ରାମରେ ଏକ ଆଂଚଳିକ ସନ୍ଦର୍ଭ ମାନକ ପ୍ରୟୋଗଶାଳା ଏବଂ ପିଣ୍ଡ୍ରା ତହସିଲ୍ରେ ଏକ ଆଡ୍ଭୋକେଟ୍ (ଅଧିବକ୍ତା) ଭବନ ଅନ୍ତର୍ଭୁକ୍ତ ।
SSP
(रिलीज़ आईडी: 1784692)
आगंतुक पटल : 261
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam