ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ପ୍ରଖ୍ୟାତ ତେଲୁଗୁ ଚଳଚ୍ଚିତ୍ର ଗୀତିକାର ସିରିଭେନେଲା ସିଥାରାମା ଶାସ୍ତ୍ରୀଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି

Posted On: 30 NOV 2021 8:20PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଖ୍ୟାତ ତେଲୁଗୁ ଚଳଚ୍ଚିତ୍ର ଗୀତିକାର ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସିରିଭେନେଲା ସିଥାରାମା ଶାସ୍ତ୍ରୀଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ ପ୍ରତିଷ୍ଠିତ ସିରିଭେନେଲା ସିଥାରାମା ଶାସ୍ତ୍ରୀଙ୍କ ଦେହାନ୍ତରେ ଦୁଃଖିତ । ତାଙ୍କର କବିତାର ଉଜ୍ଜ୍ୱଳତା ଏବଂ ବହୁମୁଖୀତା ତାଙ୍କର ଅନେକ କାର୍ଯ୍ୟରେ ଦେଖିବାକୁ ମିଳିଥିଲା । ସେ ତେଲୁଗୁକୁ ଲୋକପ୍ରିୟ କରିବା ପାଇଁ ଅନେକ ଚେଷ୍ଟା କରିଥିଲେ । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି ।”

HS



(Release ID: 1779635) Visitor Counter : 145