କ୍ୟାବିନେଟ

କେନ-ବେଟୱା ନଦୀ ସଂଯୋଗୀକରଣ ପ୍ରକଳ୍ପକୁ କ୍ୟାବିନେଟରେ ଅନୁମୋଦନ


୪୪ ହଜାର ୬୦୫ କୋଟି ଟଙ୍କା ପ୍ରକଳ୍ପ ଆଠବର୍ଷରେ ଶେଷ ହେବ

ପ୍ରକଳ୍ପରୁ୧୦୩ ମେଗାୱାଟ ଜଳବିଦ୍ୟୁତ ଓ ୨୭ ମେଗାୱାଟ ସୌରଶକ୍ତି ଉତ୍ପାଦିତ ହେବ

ସ୍ୱତନ୍ତ୍ର ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ ଯାନ (ଏସ୍‌ପିଭି) କେନ-ବେଟୱା ସଂଯୋଗ ପ୍ରକଳ୍ପ କର୍ତ୍ତୃପକ୍ଷ (କେବିଏଲପିଏ) ଗଠିତ ହେବ

ପ୍ରକଳ୍ପ ଯୋଗୁଁ ୧୦.୬୨ ଲକ୍ଷ ଡେକ୍ଟର ମରୁଡି ପ୍ରବଣ ଅଞ୍ଚଳ ଜଳସେଚିତ ହୋଇପାରିବ । ମଧ୍ୟପ୍ରଦେଶର ଛତରପୁର, ପାନ୍ନା ଓ ଟିକମଗଡ ଏବଂତ୍ତଉତ୍ତରପ୍ରଦେଶର ବାନ୍ଦା, ମାହୋବା ଏବଂ ଝାନ୍‌ସୀର ମରୁଡି ପ୍ରବଣ ଅଞ୍ଚଳ ଉପକୃତ ହେବ ।

ସଂଯୋଗୀକରଣ କେନାଲ ଦ୍ୱାରା ୬୨ଲକ୍ଷ ଲୋକ ପାଇବେ ପାନୀୟ ଜଳ ସୁବିଧା

Posted On: 08 DEC 2021 4:33PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ବୈଠକରେ କେନ-ବେଟୱା ନଦୀ ସଂଯୋଗୀକରଣ ପ୍ରକଳ୍ପ ଅନୁମୋଦିଦ ହୋଇଛି ।

୨୦୨୦-୨୧ ଆର୍ଥିକ ସ୍ଥିତି ଅନୁସାରେ କେନ-ବେଟୱା ସଂଯୋଗୀକରଣ ପ୍ରକଳ୍ପର ବ୍ୟୟ ଅଟକଳ ୪୪ହଜାର ୬୦୫କୋଟି ଟଙ୍କା ଆକଳନ କରାଯାଇଛି । କେନ୍ଦ୍ର କ୍ୟାବିନେଟ ଏ ବାବଦକୁ ୩୯ହଜାର ୩୧୭କୋଟି ଟଙ୍କା ଅନୁମୋଦନ କରିଛି । ସେଥିରୁ ୩୬ହଜାର ୨୯୦କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ, ୩ହଜାର ୦୨୭କୋଟି ଟଙ୍କା ଋଣ ଆକାରରେ ରହିଛି ।

ଏହି ପ୍ରକଳ୍ପ ଅନ୍ୟାନ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ ବାଟ ଖୋଲିବା ସହ ବିଶ୍ୱରେ ଆମର ଦୂରଦର୍ଶିତାର ପ୍ରମାଣ ଦେବ ।

ଏହି ପ୍ରକଳ୍ପରେ କେନରୁ ବେଟୱା ନଦୀକୁ ଦାଉଧନ ଡ୍ୟାମ ଓ ଦୁଇ ନଦୀକୁ ସଂଯୋଗ କରୁଥିବା କେନାଲ ଜରିଆରେ ପାଣି ଯିବାଆସିବା କରିବ । ଏଥିରେ ତଳ ଓର ପ୍ରକଳ୍ପ, କୋଠା ନଦୀବନ୍ଧ ଓ ବିନା କମ୍ପେ୍ଲକ୍ସ ବହୁମୁଖୀ ପ୍ରକଳ୍ପ ରହିବ । ଏହି ପ୍ରକଳ୍ପ ଯୋଗୁଁ ବାର୍ଷିକ ୧୦.୬୨ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଯିବା ସହ ପ୍ରାୟ ୬୨ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଯିବ । ଏହାଛଡା ଏଥିରୁ ୧୦୩ ମେଗାୱାଟ୍ ଜଳବିଦ୍ୟୁତ ଓ ୨୭ମୋଗାୱାଟ ସୌରଶକ୍ତି ମଧ୍ୟ ଉତ୍ପାଦିତ ହେବ । ଦେଶୀୟ ଜ୍ଞାନକୌଶଳରେ ଏହି ପ୍ରକଳ୍ପ ଆଠବର୍ଷ ମଧ୍ୟରେ ତ୍ୱରାନ୍ୱିତ ହେବ ।

ଜଳକଷ୍ଟ ଭୋଗୁଥିବା ବୁନ୍ଦେଲଖଣ୍ଡ ଅଞ୍ଚଳ ନିମନ୍ତେ ଏହି ପ୍ରକଳ୍ପ ବେଶ୍ ଲାଭଦାୟକ ହେବ । ମଧ୍ୟପ୍ରଦେଶ ରାଜ୍ୟର ପାନ୍ନା, ଟିକାମଗଡ, ଛତରପୁର, ସାଗର,ଦାମୋହ, ଡାଟିଆ, ବିଦିଶା, ଶିବପୁରୀ ଓ ରାଇସେନ ଅଂଚଳ ଓ ଉତରପ୍ରଦେଶର ବାନ୍ଦା, ମହୋବା, ଝାନ୍‌ସୀ ଓ ଲଲିତପୁର ଅଞ୍ଚଳଗୁଡିକ ବେଶ ଉପକୃତ ହେବେ ।

ଅଧିକ ଚାଷବାସ ଓ କର୍ମନିଯୁକ୍ତି ପାଇଁ ଏହି ପ୍ରକଳ୍ପ ଅନଗ୍ରସର ବୁନ୍ଦେଲଖଣ୍ଡ ଅଞ୍ଚଳରେ ଆର୍ଥିକ ସମୃଦ୍ଧି ଆଣିଦେବ । ଏହି ଅଞ୍ଚଳରୁ ବିଭିନ୍ନ ଅସୁବିଧା ମଧ୍ୟ ଦୂର ହୋଇପାରିବ ।

-ପୃଷ୍ଠଭୂମି-

ଦେଶର ପ୍ରଥମ ନଦୀସଂଯୋଗୀକରଣ ପ୍ରକଳ୍ପ ତ୍ୱରାନ୍ୱିତ କରିବା ପାଇଁ ୨୨ମାର୍ଚ୍ଚ, ୨୦୨୧ ଦିନ ଉତରପ୍ରଦେଶ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ରାଜିନାମା ଯୋଗୁଁ ଅଟଳବିହାରୀ ବାଜପେୟୀଙ୍କ ଦ୍ୱାରା ବଳକାପାଣି ଥିôବା ଅଞ୍ଚଳରୁ ଜଳକଷ୍ଟ ଅଞ୍ଚଳକୁ ନଦୀ ସଂଯୋଗୀକରଣ ଦ୍ୱାରା ପାଣି ଯୋଗାଇବା ସ୍ୱପ୍ନ ସାର୍ଥକ ହୋଇଛି ।

 

****

SM / SLP



(Release ID: 1779530) Visitor Counter : 212