ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଭୋପାଳରେ ପୁନଃ ବିକଶିତ ରାଣୀ କମଳାପତି ରେଳ ଷ୍ଟେସନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ


ପ୍ରଧାନମନ୍ତ୍ରୀ ଉଜ୍ଜୟନୀ ଏବଂ ଇନ୍ଦୋର ମଧ୍ୟରେ ଦୁଇଟି ନୂତନ ମେମୁ ଟ୍ରେନ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ମଧ୍ୟ ମଧ୍ୟପ୍ରଦେଶରେ ରେଳବାଇର ଏକାଧିକ ପଦକ୍ଷେପର ଶୁଭାରମ୍ଭ କରିବେ

ପୋଷ୍ଟ କରାଯିବା ଦିନାଙ୍କ: 14 NOV 2021 4:07PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ତାରିଖରେ ତାଙ୍କର ମଧ୍ୟପ୍ରଦେଶ ଗସ୍ତ ସମୟରେ ପୁନଃ ବିକଶିତ ରାଣୀ କମଳାପତି ରେଳ ଷ୍ଟେସନର ଉଦଘାଟନ କରିବେ

ପୁନଃ ବିକଶିତ ରାଣୀ କମଳାପତି ରେଳ ଷ୍ଟେସନ ଯାହାକି ଗୋଣ୍ଡ ରାଜ୍ୟର ସାହସୀ ତଥା ର୍ନିଭୀକ ରାଣୀ କମଳାପତିଙ୍କ ନାମରେ ନାମିତ, ମଧ୍ୟପ୍ରଦେଶରେ ତାହା ପ୍ରଥମ ବିଶ୍ୱସ୍ତରୀୟ ରେଳ ଷ୍ଟେସନ ଅଟେ ସରକାରୀ ଘରୋଇ ସହଭାଗିତା (ପିପିପି) ମୋଡ୍ରେ ପୁନଃ ବିକଶିତ ଏହି ଷ୍ଟେସନକୁ ଅତ୍ୟାଧୁନିକ ବିଶ୍ୱ ସ୍ତରୀୟ ସୁବିଧା ସହିତ ପରିବେଶ ଅନୁକୂଳ କୋଠା ଭାବରେ ଡିଜାଇନ୍ କରାଯାଇଛି ଯାହା ଭିନ୍ନକ୍ଷମମାନଙ୍କ ପାଇଁ ଯାତାୟତର ସହଜତାକୁ ମଧ୍ୟ ବିଚାରକୁ ନେଇଛି ଏହି  ଷ୍ଟେସନ୍ ମଧ୍ୟ ସମନ୍ୱିତ ବହୁମୁଖୀ ପରିବହନ ପାଇଁ ଏକ ହବ୍ ଭାବରେ ବିକଶିତ ହୋଇଛି

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ରେଳବାଇର ଏକାଧିକ ପଦକ୍ଷେପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ସେଥି ମଧ୍ୟରେ ଉଜ୍ଜୟନୀ-ଫତେହାବାଦ ଚନ୍ଦ୍ରମୋତିଗଞ୍ଜ ବ୍ରଡ ଗଜ ସେକ୍ସନରେ ରେଳ ଗଜ ପରିବର୍ତ୍ତନ ବିଦ୍ୟୁତୀକରଣ, ଭୋପାଳ-ବରଖେରା ସେକ୍ସନର ତୃତୀୟ ଲାଇନ୍‍, ମାଥେଲା-ନିମାର ଖେରୀ ବ୍ରଡ ଗଜ ସେକ୍ସନର ଗଜ ପରିବର୍ତ୍ତନ ଏବଂ ବିଦ୍ୟୁତୀକରଣ ଏବଂ ଗୁନା-ଗ୍ୱାଲିଅର ସେକ୍ସନର ବିଦ୍ୟୁତୀକରଣ ଆଦି ରହିଛି ପ୍ରଧାମନ୍ତ୍ରୀ ଆହୁରି ମଧ୍ୟ ଉଜ୍ଜୟନୀ-ଇନ୍ଦୋର ଏବଂ ଇନ୍ଦୋର-ଉଜ୍ଜୟନୀ ମଧ୍ୟରେ ଦୁଇଟି ନୂଆ ମେମୋ ଟ୍ରେନର ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ

 

HS


(ରିଲିଜ ଆଡି: 1771690) ପରିଦର୍ଶକ କାଉଣ୍ଟର : 267