ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ନଭେମ୍ବର ୧୪ ତାରିଖରେ ତ୍ରିପୁରାର ୧.୪୭ଲକ୍ଷରୁ ଅଧିକ ହିତାଧିକାରୀଙ୍କ ପାଇଁ ପିଏମ୍ଏୱାଇ-ଜି ର ପ୍ରଥମ କିସ୍ତି ଟ୍ରାନ୍ସଫର କରିବେ
ପୋଷ୍ଟ କରାଯିବା ଦିନାଙ୍କ:
13 NOV 2021 5:11PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୪ ନଭେମ୍ବର, ୨୦୨୧ ଅପରାହ୍ନ ଗୋଟାଏ ସମୟରେ ତ୍ରିପୁରାର ୧.୪୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ (ପିଏମଏୱାଇ-ଜି) ର ପ୍ରଥମ କିସ୍ତି ଟ୍ରାନ୍ସଫର କରିବେ । ଏହି ଅବସରରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭୦୦ କୋଟିରୁ ଅଧିକ ଟଙ୍କା ସିଧାସଳଖ ଜମା କରାଯିବ ।
ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ତ୍ରିପୁରାର ଅନନ୍ୟ ଜଳବାୟୁ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ପାଇଁ ‘କଚ୍ଚା' ଘରର ସଂଜ୍ଞା ବିଶେଷ ଭାବରେ ପରିବର୍ତ୍ତନ କରାଯାଇଛି, ଯାହାଫଳରେ ‘କଚ୍ଚା' ଘରେ ରହୁଥିବା ବହୁ ସଂଖ୍ୟକ ହିତାଧିକାରୀଙ୍କୁ ‘ପକ୍କା’ ଘର ନିର୍ମାଣ ପାଇଁ ସହାୟତା ପାଇବାକୁ ସକ୍ଷମ କରିଛି ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଏବଂ ତ୍ରିପୁରାର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
HS
(ରିଲିଜ ଆଡି: 1771533)
ପରିଦର୍ଶକ କାଉଣ୍ଟର : 379
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam