ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅନ୍ତର୍ଜାତୀୟ ସୌର ମେଣ୍ଟରେ ଯୁକ୍ତରାଷ୍ଟ୍ର ଆମେରିକାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 NOV 2021 10:50PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ସୌର ମେଣ୍ଟରେ ଯୁକ୍ତରାଷ୍ଟ୍ର ଆମେରିକାକୁ ସ୍ୱାଗତ କରିଛନ୍ତି। ଶ୍ରୀ ମୋଦୀ ଏହି ନିଷ୍ପତ୍ତି ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଜଳବାୟୁ ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ଦୂତ ଶ୍ରୀ ଜନ୍ କେରୀଙ୍କ ଟୁଇଟ୍‌ର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି :

“ଅଦ୍ଭୂତ ସମାଚାର @ClimateEnvoy! ମୁଁ @POTUSଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଏବଂ ଯୁକ୍ତରାଷ୍ଟ୍ର ଆମେରିକାକୁ @isolarallianceରେ ସମ୍ପୂର୍ଣ୍ଣ ହାର୍ଦ୍ଦିକ ସ୍ୱାଗତ କରୁଛି। ପୃଥିବୀର ଦୀର୍ଘସ୍ଥାୟିତ୍ୱ ପାଇଁ ସୌର ଶକ୍ତିର ଉପଯୋଗ କରିବା ଲାଗି ଆମର ସହଭାଗୀ ଗବେଷଣାକୁ ଏହା ଆହୁରି ସୁଦୃଢ଼ କରିବ।”

 

*********

P.S.

 


(ରିଲିଜ ଆଡି: 1771129) ପରିଦର୍ଶକ କାଉଣ୍ଟର : 165