ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ବ୍ରିଟେନର ଗ୍ଲାସଗୋରେ ସିଓପି୨୬ ଅବସରରେ ନେପାଳର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 02 NOV 2021 8:02PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨, ୨୦୨୧ରେ ବ୍ରିଟେନର ଗ୍ଲାସଗୋରେ ଆୟୋଜିତ ସିଓପି୨୬ ଶିଖର ସମ୍ମିଳନୀ ଅବରସରେ ନେପାଳର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଶେର ବାହାଦୂର ଦେଓବାଙ୍କୁ ଭେଟିଛନ୍ତି ।

୨. ଉଭୟ ନେତା କୋଭିଡ-୧୯ ମହାମାରୀ ବିରୋଧରେ ଚାଲିଥିବା ପ୍ରୟାସ ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବାର ଉପାୟ ଉପରେ ଆଲୋଚନା କରିଥିଲେ । ମହାମାରୀ ସମୟରେ ଭାରତ ଏବଂ ନେପାଳ ମଧ୍ୟରେ ଟିକା, ଔଷଧ ଏବଂ ଚିକିତ୍ସା ଉପକରଣ ଯୋଗାଣ ତଥା ସୀମା ଦେଇ ସାମଗ୍ରୀର ମୁକ୍ତ ଯୋଗାଣକୁ ସୁନିଶ୍ଚିତ ହୋଇଥିବା ସଂକ୍ରାନ୍ତରେ ଏହି ଦୁଇ ନେତା ଉଲ୍ଲେଖ କରିଛନ୍ତି । ମହାମାରୀ ପରବର୍ତ୍ତୀ ପୁନରୁଦ୍ଧାର ଦିଗରେ ଉଭୟ ନେତା ମଧ୍ୟ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ସହମତ ହୋଇଥିଲେ ।

୩. ଚଳିତ ବର୍ଷ ଜୁଲାଇରେ ଶ୍ରୀ ଦେଓବା ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଦାୟିôୟ ଗ୍ରହଣ କରିବା ସମୟରେ ସେମାନଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍ ବାର୍ତ୍ତାଳାପ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଧାନମନ୍ତ୍ରୀ ଦେଓବାଙ୍କ ସହିତ ଏହା ପ୍ରଥମ ବୈଠକ ।

HS


(ରିଲିଜ ଆଡି: 1769124) ପରିଦର୍ଶକ କାଉଣ୍ଟର : 228