ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ବ୍ରିଟେନର ଗ୍ଲାସଗୋରେ ସିଓପି୨୬ ଅବସରରେ ନେପାଳର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି

प्रविष्टि तिथि: 02 NOV 2021 8:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର , ୨୦୨୧ରେ ବ୍ରିଟେନର ଗ୍ଲାସଗୋରେ ଆୟୋଜିତ ସିଓପି୨୬ ଶିଖର ସମ୍ମିଳନୀ ଅବରସରେ ନେପାଳର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଶେର ବାହାଦୂର ଦେଓବାଙ୍କୁ ଭେଟିଛନ୍ତି

. ଉଭୟ ନେତା କୋଭିଡ-୧୯ ମହାମାରୀ ବିରୋଧରେ ଚାଲିଥିବା ପ୍ରୟାସ ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବାର ଉପାୟ ଉପରେ ଆଲୋଚନା କରିଥିଲେ ମହାମାରୀ ସମୟରେ ଭାରତ ଏବଂ ନେପାଳ ମଧ୍ୟରେ ଟିକା, ଔଷଧ ଏବଂ ଚିକିତ୍ସା ଉପକରଣ ଯୋଗାଣ ତଥା ସୀମା ଦେଇ ସାମଗ୍ରୀର ମୁକ୍ତ ଯୋଗାଣକୁ ସୁନିଶ୍ଚିତ ହୋଇଥିବା ସଂକ୍ରାନ୍ତରେ ଏହି ଦୁଇ ନେତା ଉଲ୍ଲେଖ କରିଛନ୍ତି ମହାମାରୀ ପରବର୍ତ୍ତୀ ପୁନରୁଦ୍ଧାର ଦିଗରେ ଉଭୟ ନେତା ମଧ୍ୟ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ସହମତ ହୋଇଥିଲେ

. ଚଳିତ ବର୍ଷ ଜୁଲାଇରେ ଶ୍ରୀ ଦେଓବା ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଦାୟିô ଗ୍ରହଣ କରିବା ସମୟରେ ସେମାନଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍ ବାର୍ତ୍ତାଳାପ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଧାନମନ୍ତ୍ରୀ ଦେଓବାଙ୍କ ସହିତ ଏହା ପ୍ରଥମ ବୈଠକ

HS


(रिलीज़ आईडी: 1769124) आगंतुक पटल : 206
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam