ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ବ୍ରିଟେନର ଗ୍ଲାସଗୋରେ ଆୟୋଜିତ ସିଓପି୨୬ ଅବସରରେ ଶ୍ରୀ ବିଲ୍ ଗେଟ୍ସଙ୍କ ସହ ବୈଠକ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 02 NOV 2021 7:58PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨, ୨୦୨୧ରେ ବ୍ରିଟେନର ଗ୍ଲାସଗୋରେ ଆୟୋଜିତ ସିଓପି୨୬ ଶିଖର ସମ୍ବିଳନୀ ଅବସରରେ ଶ୍ରୀ ବିଲ୍‍ ଗେଟ୍‍ସଙ୍କୁ ଭେଟିଛନ୍ତି ।

୨. ପ୍ରଧାନମନ୍ତ୍ରୀ ଭାରତରେ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ଦ୍ୱାରା କରାଯାଇଥିବା କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇଛନ୍ତି । ମିଶନ୍ ଇନୋଭେସନ୍‌ର ଅଗ୍ରଗତି ସଂକ୍ରାନ୍ତରେ ବିଲ୍ ଗେଟ୍ସ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ । ମିଶନ୍ ଇନୋଭେସନ୍ ଅଧୀନରେ ଭାରତରେ କାର୍ଯ୍ୟକଳାପକୁ ବୃଦ୍ଧି କରିବାର ଉପାୟ ବିଷୟରେ ସେମାନେ ଆଲୋଚନା କରିଥିଲେ ।

୩. ସବୁଜ ହାଇଡ୍ରୋଜେନ୍‌, ବିମାନ ଇନ୍ଧନ, ବ୍ୟାଟେରୀ ସଂରକ୍ଷଣ ଏବଂ ଟିକା ଗବେଷଣା ଭଳି କ୍ଷେତ୍ରରେ ପ୍ରତିଜ୍ଞାକାରୀ ସୁଯୋଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

HS


(ରିଲିଜ ଆଡି: 1769123) ପରିଦର୍ଶକ କାଉଣ୍ଟର : 276