ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ ଉପରେ ବୈଦେଶିକ ସଚିବଙ୍କ ସ୍ୱତନ୍ତ୍ର ଅଭିଭାଷଣର ସାରାଂଶ

Posted On: 30 OCT 2021 2:27PM by PIB Bhubaneshwar

ଶ୍ରୀ ଅରିନ୍ଦମ୍ ବାଗ୍‌ଚୀ ସରକାରୀ ପ୍ରବକ୍ତା-ସମସ୍ତଙ୍କୁ ଶୁଭ ସନ୍ଧ୍ୟା, ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ । ଆମର ବିଳମ୍ବିତ ଦୃଶ୍ୟଶ୍ରାବ୍ୟ ସମ୍ମିଳନୀରେ ଯୋଗଦେଇ ଥିବାରୁ ଭାରତର ସମସ୍ତଙ୍କୁ ନମସ୍କାର ଓ ସ୍ୱାଗତ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବେ ରୋମ୍‌ରେ । ଆଜି ତାଙ୍କ ପରିଦର୍ଶନର ପ୍ରଥମ ଦିବସ । ଆମର କଣ ଯୋଜନା ଅଛି ବା ଏଠାରେ କଣ ଘଟିବାକୁ ଯାଉଛି ତାହା ଜଣାଇବାକୁ । ଆମ ଗହଣରେ ଅଛନ୍ତି ଭାରତର ବୈଦେଶିକ ସଚିବ ଶ୍ରୀ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । ସେ ଆମକୁ ଏ ବିଷୟରେ ସୂଚନା ଦେବେ । ମହାଶୟ ଆଉ ଅଧିକ ବିଳମ୍ବ ନ କରି ମୁଁ ଆପଣଙ୍କୁ ଅବଶିଷ୍ଟ ସୂଚନା ଦେବାକୁ ଅନୁରୋଧ କରୁଛି ।

ଶ୍ରୀ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା, ବୈଦେଶିକ ସଚିବ, ନମସ୍କାର, ଶୁଭସନ୍ଧ୍ୟା । ପୁଣି ଥରେ ଆମର ଗଣମାଧ୍ୟମ ବନ୍ଧୁମାନଙ୍କୁ ସାକ୍ଷାତ କରି ମୁଁ ବିଶେଷ ଆନନ୍ଦିତ । ଆପଣମାନେ ଜାଣନ୍ତି ଯେ ପ୍ରଧାନମନ୍ତ୍ରୀ ଆଜି ସକାଳେ ରୋମରେ ପହଞ୍ଚିଛନ୍ତି । ତାଙ୍କର ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେ ଷୋଡଶ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ । ଏହାବ୍ୟତୀତ ସେ ଏହି ସୁଯୋଗର ଉପଯୋଗ କରି ଅନେକ ରାଷ୍ଟ୍ର ଓ ସରକାର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଶ୍ରୀ ଚାର୍ଲସ ମିସେଲ, ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ମହାଶୟା ଶ୍ରୀମତୀ ଉରସୁଲା ଭନ୍ ଡି ଲିଏନଙ୍କୁ  ସାକ୍ଷାତ କରିଛନ୍ତି । ଆପଣମାନେ ଜାଣନ୍ତି ଯେ ପ୍ରଧାନମନ୍ତ୍ରୀ ଜି-୨୦ ନେତାମାନଙ୍କ ସହ ବୈଶ୍ୱିକ ମହାମାରୀ ପରବର୍ତୀ ସ୍ୱାସ୍ଥ୍ୟ ସମସ୍ୟା, ନିରନ୍ତର ବିକାଶ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିବେ ।

ଆମର ଜି-୨୦ ଶେର୍ପା ତଥା ଆମର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ଆପଣମାନଙ୍କୁ ସବିଶେଷ କହିଛନ୍ତି । ତେଣୁ ଆଜି ପ୍ରଧାନମନ୍ତ୍ରୀଙ୍କ ଯାହା କିଛି ବୈଠକ ଥିଲା, ସେ ସମ୍ପର୍କରେ ମୁଁ କିଛି କହିବି । ୟୁରୋପୀୟ ଆୟୋଗ ପରିଷଦ ଅଧ୍ୟକ୍ଷ ଓ ଇଟାଲୀ ପ୍ରଧାନମନ୍ତ୍ରୀ ମହାମହିମ ମାରିଓ ଦ୍ରାଘୀଙ୍କ ସହ ଆଲୋଚନା ହୋଇଛି । ପ୍ରକୃତପକ୍ଷେ ଦେଖିଲେ ଜି-୨୦ ଶିଖର ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ସୁସ୍ଥତା, କୋଭିଡରୁ ଆରୋଗ୍ୟ ଲାଭ ବୈଶ୍ୱିକ ଆର୍ଥିକ ସୁଧାର ସମ୍ପର୍କରେ ଆଲୋଚନା ହୋଇଛି । ଏଥିରେ ଜଳବାୟୁ ପରିବର୍ତ୍ତନଆଞ୍ଚଳିକ ଓ ବିଶ୍ୱର ସ୍ୱାର୍ଥ ସମ୍ବଳିତ ଆଲୋଚନା ହୋଇଛି । ଏଥିରେ ଆଫଗାନୀସ୍ତାନ ପରିସ୍ଥିତି, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଛି ।

ୟୁରୋପୀୟ ସଂଘ ସମ୍ପର୍କରେ କହିଲେ ନେତୃବୃନ୍ଦ ଭାରତ-ୟୁରୋପୀୟ ସଂଘ ନେତୃବୃନ୍ଦଙ୍କ ମଧ୍ୟରେ ଚଳିତବର୍ଷ ମେ ଓ ଜୁଲାଇ ୨୦୨୦ମସିହାରେ ହୋଇଥିବା ପଞ୍ଚଦଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀର ଫଳପ୍ରଦ ଆଲୋଚନାର ସ୍ତୃତିଚାରଣ କରିଥିଲେ । ଭାରତ-ୟୁରୋପୀୟ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇଥିବାରୁ ଆଜିର ବୈଠକରେ ନେତୃବୃନ୍ଦ ଭାରତ-ୟୁରୋପୀୟ ସଂଘ ସହଯୋଗ ରାଜନୀତିକ ଓ ସୁରକ୍ଷା ସମ୍ପର୍କ ବାଣିଜ୍ୟ ଓ ପୁଞ୍ଜିବିନିଯୋଗ ତଥା ଭାରତ-ଇୟୁ ଶିଖର ସମ୍ମିଳନୀରେ ହୋଇଥିବା ରୋଡମ୍ୟାପ-୨୦୨୫ଉପରେ ଆଲୋଚନା କରିଥିଲେ ।

ମୁଁ ଆଗରୁ କହିଛନ୍ତି ଯେ ସେମାନେ ଜଳବାୟୁ ପରିବର୍ତ୍ତନ, କୋଭିଡ-୧୯ ବୈଶ୍ୱିକ ମହାମାରୀ ଓ ସାଂମ୍ପ୍ର୍ରତିକ ବୈଶ୍ୱିକ ଓ ଆଞ୍ଚଳିକ ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ମଧ୍ୟ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ନେଇ ଭାରତର ଆଭିମୁଖ୍ୟ, ଆଫଗାନୀସ୍ତାନ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ଆଲୋକପାତ କରିଥିଲେ । ୟୁରୋପୀୟ ସଂଘ ନେତୃବୃନ୍ଦ ଓ ଇଟାଲୀ ପ୍ରଧାନମନ୍ତ୍ରୀ ଉଭୟ ଭାରତରେ ଟିକାକରଣର ଅଭୂତପୂର୍ବ ଅଗ୍ରଗତି ତଥା ଆମ ଦେଶରେ କେତେକ ଟିକାକରଣ ହୋଇଛି ତ କେତେଜଣ ପ୍ରଥମ ଡୋଜ ନେଇଛନ୍ତି ସେ ବିଷୟରେ ନେତୃବୃନ୍ଦ  ସନ୍ତୋଷ ପ୍ରକଟ କରିଥିଲେ । ଅପରାହ୍ନରେ ପ୍ରଧାନମନ୍ତ୍ରୀ ପିଆଜାଗାନ୍ଧୀଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।  ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିବା ଭାରତୀୟ ବଂଶୋଦ୍ଭବ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଭାରତୀୟ ବଂଶଜ ଅନେକଙ୍କୁ ପୃଥକ୍ ପୃଥକ୍ ଭେଟିଥିଲେ । ଏତଦ୍‌ବ୍ୟତୀତ ସେ ଇଟାଲୀରେ ବିଭିନ୍ନ ସଂଗଠନର ଭାରତୀୟ ବନ୍ଧୁ, ଇଟାଲୀୟ ହିନ୍ଦୁ ସଂଘର ପ୍ରତିନିଧିଗଣ, ଇଟାଲୀୟ କୃଷ୍ଣଚେତନା ଗୋଷ୍ଠୀ ସଦସ୍ୟ, ଶିଖ୍ ସମ୍ପ୍ରଦାୟ ବ୍ୟକ୍ତି ଓ ବିଶ୍ୱଯୁଦ୍ଧ ସମୟରେ ଇଟାଲୀରେ ଯୁଦ୍ଧ କରିଥିବା ଭାରତୀୟ ସୈନିକମାନଙ୍କ ସମ୍ମାନାର୍ଥେ ଆୟୋଜିତ ଅନୁଷ୍ଠାନର ସଦସ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ସେ ମଧ୍ୟ ଅନେକ ଭାରତ ତତ୍ୱବିତ୍ ଓ ସଂସ୍କୃତ ବିଦ୍ୟାନଙ୍କୁ ବୈଠକ କାଳରେ ସାକ୍ଷାତ କରିଥିଲେ । ଭାରତ-ଇଟାଲୀ ମଧ୍ୟରେ ସମ୍ପର୍କ ମଜବୁତ କରିବାରେ କାର୍ଯ୍ୟ କରିଥିବା ବିଭିନ୍ନ ଗୋଷ୍ଠୀର ସଦସ୍ୟମାନଙ୍କୁ ମଧ୍ୟ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଇଟାଲୀୟ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ସରକାରୀ କାର୍ଯ୍ୟାଳୟ ତଥା ବାସଭବନ ପାଲାଜିଓ ଚିଗିଠାରେ ସାକ୍ଷାତ କରିଥିଲେ ।  ଏହା ଥିଲା ତାଙ୍କର ପ୍ରଥମ ପ୍ରତ୍ୟକ୍ଷ ସାକ୍ଷାତ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକାଧିକବାର ପ୍ରଧାନମନ୍ତ୍ରୀ ଦ୍ରାଘୀଙ୍କ ସହ ଏପରିକି ନିକଟରେ ଅଗଷ୍ଟ ୨୭ତାରିଖ ଦିନ ଫୋନ ଯୋଗେ ଆଫଗାନୀସ୍ତାନ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଦ୍ରାଘୀଙ୍କ ଆଫଗାନୀସ୍ତାନ ଉପରେ ଆୟୋଜିତ ହେଉଥିବା ଆନ୍ତର୍ଜାତିକ ବୈଠକରେ ଅଂଶଗ୍ରହଣ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ ଓ ପ୍ରଧାନମନ୍ତ୍ରୀ ତାହାକୁ ସ୍ୱୀକାର ମଧ୍ୟ କରିଥିଲେ । ମୁଁ ଭାବୁଛି ଯେ ସେମାନେ ନଭେମ୍ବର ୨୦୨୦ରେ ହୋଇଥିବା ଭାରତ-ଇଟାଲୀ ଭର୍ଚୁଆଲ ବୈଠକରେ ହୋଇଥିବା ନିଷ୍ପତ୍ତିର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି ।

ଅକ୍ଷୟ ଓ ସୁସ୍ଥ ଶକ୍ତି ବିକାଶ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇ ଉଭୟ ଭାରତ ଓ ଇଟାଲୀ ଏକ ଯୁଗ୍ମ ଘୋଷଣାପତ୍ରରେ ଶକ୍ତି, ବୃହତ ସବୁଜ କରିଡର ପ୍ରକଳ୍ପ, ସ୍ମାଟ୍ ଗ୍ରୀଡ୍‌, ଶକ୍ତି ଭଣ୍ଡାରଣ ସମସ୍ୟା ସମାଧାନ,ଗ୍ୟାସ ପରିବହନ, ସମନ୍ୱିତ ବର୍ଜ୍ୟବସ୍ତୁ ପରିଚାଳନା, ସବୁଜ ଉଦ୍‌ଯାନ ବିକାଶ ଓ ଜୈବ ଇନ୍ଧନ ନେଇ ସମନ୍ୱୟ ସମ୍ପର୍କରେ  ଉଲ୍ଲେଖ କରିଥିଲେ । ଭାରତ ଓ ଇଟାଲୀ ବୟନ କ୍ଷେତ୍ରରେ ସହଯୋଗ ନେଇ ମଧ୍ୟ ବୈଠକରେ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ପୁଞ୍ଜି ବିନିଯୋଗ ବିଶେଷକରି ( ସ୍ୱଚ୍ଛ ଇନ୍ଧନ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ) ଯେଉଁଠି ଇଟାଲୀର  ଅନେକ ବିଶେଷଜ୍ଞତା ରହିଛି ସେ‌ଥିରେ ଉଭୟ ପ୍ରଧାନମନ୍ତ୍ରୀ ଏହାକୁ କିପରି ଆଗେଇ ନେଇ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

ପ୍ରଥମ ଦିନ ରୋମ୍‌ରେ  ଖୁବ୍ ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ଥିଲା  । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭଟିକାନ ସିଟିରେ ମହାମାନ୍ୟ ପୋପଙ୍କୁ ଭେଟିବା ପରେ ଜି-୨୦ ଅଧିବେଶନରେ ଯୋଗଦେଇ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବେ ।

ଶ୍ରୀ ଅରିନ୍ଦମ୍ ବାଗ୍‌ଚୀ- ସରକାରୀ ପ୍ରବକ୍ତା ଅଶେଷ ଧନ୍ୟବାଦ ମହାଶୟ । ଆମେ କେତେକ ପ୍ରଶ୍ନର ଉତ୍ତର ଦେବୁ । ସମୟର ଅଭାବ ଅଛି ଓ ବୈଦେଶିକ ସଚିବ ଅନ୍ୟ ଏକ କାର୍ଯ୍ୟରେ ଯାଉଛନ୍ତି । ତେଣୁ ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବି ସିଦ୍ଧାନ୍ତ ।

ସିଦ୍ଧାନ୍ତ-ଆଜ୍ଞା ମୁଁ  WIONରୁ ସିଦ୍ଧାନ୍ତ । ସକାଳେ ଯେତେବେଳେ ଆଜି ଟିକା ଉପରେ  ଆଲୋଚନା ହେଉଥିଲା ସେତେବେଳେ ଟିକାକୁ ପାରସ୍ପରିକ ସ୍ୱୀକୃତି ନେଇ ପ୍ରଶ୍ନ ଆସିଥିଲା । ଭାରତୀୟ ଟିକା ଓ ଟିକା ପ୍ରମାଣପତ୍ର ନେଇ ମଧ୍ୟ ଆଲୋଚନା ହୋଇଥିଲା । ଯେତେବେଳେ ଆତଙ୍କବାଦ ନେଇ ପ୍ରଶ୍ନ ଉଠିଲା, ସେ ସମ୍ପର୍କରେ ଭାରତର ଆଭିମୁକ୍ୟ କଣ ଥିଲା ସେଥିନେଇ ଆଲୋକପାତ କରିବେ କି ?

ମନୀଷ ଚାନ୍ଦ- ଆଜ୍ଞା ଇଣ୍ଡିଆ ରାଇଟ୍ସ ନେଟୱାର୍କରୁ ମୁଁ ମନୀଷ ଚାନ୍ଦ । ମୋ  ପ୍ରଶ୍ନ ହେଲା ଗତ ଶିଖର ସମ୍ମିଳନୀରେ ଇଟାଲୀ ଓ ଭାରତ ଏକ ତୃତୀୟ ଦେଶରେ କାର୍ଯ୍ୟ କରିବା ନେଇ ଏକ ପ୍ରସ୍ତାବ ଥିଲା । ଅଞ୍ଚଳ ଯେପରିକି ଆଫ୍ରିକା ବର୍ତ୍ତମାନ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଭିନ୍ନ ଘଟଣା ଘଟୁଛି । ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବା  ଆଫ୍ରିକୀୟ ଅଞ୍ଚଳ ନେଇ କୌଣସି ଯୋଜନା ରହିଛି କି ?

ସ୍ପିକର! ବ୍ଲୁମବର୍ଗ ନ୍ୟୁଜ ମନ୍ତ୍ରୀ ମହାଶୟ ଆପଣ ଦୟାକରି ବିଶଦଭାବେ କହିବେ କି ଭାରତ ପକ୍ଷରୁ ଜି-୨୦ ସଦସ୍ୟଙ୍କ ନିମନ୍ତେ କୋଭିଡ-୧୯ ଟିକା ନେଇ ନିର୍ଦ୍ଧିଷ୍ଟଭାବେ କି ପ୍ରସ୍ତାବ ରହିଛି ? ଆପଣ ପୋପଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ନେଇ ପୁଙ୍ଖାନୁପୁଙ୍ଖ ଭାବେ କହିବେ କି ମୋର କହିବା କଥା ହେଲା ସେମାନେ ନିର୍ଦ୍ଧିଷ୍ଟଭାବେ କଣ ଆଲୋଚନା କରିବେ ?

ଶ୍ରୀ ଅରିନ୍ଦମ୍ ବାଗ୍‌ଚୀ ସରକାରୀ ପ୍ରବକ୍ତା ଆମର ସମୟ ଅଭାବ? ତେଣୁ .....

ସ୍ପିକର ! ଆପଣ ପାଣ୍ଠି ଓ ପ୍ରଯୁକ୍ତି ହସ୍ତାନ୍ତରଣ ସମ୍ପର୍କରେ କପ୍‌-୨୬ ଶିଖର ବୈଠକ ପରିପ୍ରେକ୍ଷୀରେ ସବିଶେଷ କହିବେ କି ? ବିଶେଷକରି ୟୁଏସ ସହ ଅଂଶୀଦାରିତା ଓ ସୀମା ନଜରକୁ ଆସିଛି ଯେ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ପାଣ୍ଠି ଓ ପ୍ରଯୁକ୍ତି ଜ୍ଞାନ ହସ୍ତାନ୍ତରଣ ନିମନ୍ତେ କଥା ଦେଇଛି  ଓ ଜଳବାୟୁ ସମ୍ପର୍କରେ ସହଯୋଗ କରିବେ ବୋଲି କହିଛିା ଧନ୍ୟବାଦ !

 ଶ୍ରୀ ହର୍ଷବଦ୍ଧନ ଶ୍ରୀଙ୍ଗଲା, ବୈଦେଶିକ ସଚିବ

ଆସନ୍ତୁ ଆମେ ଆଗ ଟିକାକରଣ ପ୍ରମାଣପତ୍ର ଠାରୁ ଆରମ୍ଭ କରିବା  । କାରଣ ସିଦ୍ଧାନ୍ତ ଓ ବ୍ଲମବର୍ଗ ମୋତେ ଏହି ପ୍ରଶ୍ନ ପଚାରିଛନ୍ତି । ଟିକାକରଣ ପ୍ରମାଣପତ୍ର ସମ୍ପର୍କରେ ୟୁରୋପୀୟ ସଂଘ ସଦସ୍ୟମାନଙ୍କ ସହ ମୁଖ୍ୟତଃ ଆଲୋଚନା ହୋଇଥିଲା । ମୁଁ ଭାବେ କୋଭିଡ ବୈଶ୍ୱିକ ମହାମାରୀ କବଳରୁ ସୁସ୍ଥ ହୋଇଥିବା ଲୋକଙ୍କ ଯାତ୍ରା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିବ । ଟିକାର ପାରସ୍ପାରିକ ସ୍ପୀକୃତିକୁ ନେଇ ଆଲୋଚନା ହୋଇଛି । ମୋର ଯାହା ଧାରଣା ଏହି ସ୍ୱୀକୃତି ବଳରେ ଆର୍ନ୍ତଜାତିକ ଭ୍ରମଣ ସୁବିଧାରେ ହୋଇପାରିବ । ଏ ସମ୍ପର୍କରେ ସବିଶେଷ ଦ୍ୱିପାକ୍ଷିକ ଆଲୋଚନା ପରେ ହିଁ ସ୍ଥିର ହେବ । ମୁଁ ଭାବୁଛି ୟୁରୋପୀୟ ସଂଘ ଓ ୟୁରୋପୀୟ ପରିଷଦ କେବଳ ସାଧାରଣ ମାର୍ଗଦର୍ଶିକା ଜାରି କରିବେ । କେତେକ ୟୁରୋପୀୟ ସଂଘ ରାଷ୍ଟ୍ର ଆମର ପ୍ରସ୍ତାବ ପ୍ରତି ସମର୍ଥନ ଜଣାଇଛନ୍ତି ।  ଆମେ ମଧ୍ୟ ଜି-୨୦ରେ ପାରସ୍ପରିକ ଟିକାକରଣ ପ୍ରମାଣପତ୍ର ଉପରେ ସ୍ୱୀକୃତି ଦେବାକୁ ପ୍ରସ୍ତାବ ଦେଇଛୁ । ଆଲୋଚନା ଏବେ ଜାରି ରହିଛି । ଫଳାଫଳ ଯାହ ହେଉନା କାହିଁକି ଅଧିକରୁ ଅଧିକ ସଦସ୍ୟ ରାଷ୍ଟ୍ର ଯାତ୍ରା କଟକଣା ଉଠାଇବା ନେଇ ମିଳିତଭାବେ କାର୍ଯ୍ୟ କରିବାକୁ ମତ ଦିଅନ୍ତି । ଏହା ଉପରେ ପ୍ରଧାନମନ୍ତ୍ରୀଙ୍କ ମତ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ମନୀଷ, ଆପଣ ନିଜ ପ୍ରଶ୍ନର ଯେଉଁ ତୃତୀୟ ରାଷ୍ଟ୍ର ଆଫ୍ରିକା, ଏସିଆନ ଦେଶ ବିଷୟରେ କହିଛନ୍ତି, ମୁଁ ଭାବେ ୟୁରୋପୀୟ ସଂଘରେ ଏ ସମ୍ପର୍କରେ କୁହାହୋଇଛି । ୟୁରୋପୀୟ ସଂଘ ପକ୍ଷରୁ ଭାରତ ପ୍ରଶାନ୍ତ ମହାସାଗରୀୟ ଅଂଚଳ ରଣନୀତି ଦସ୍ତାବିଜ୍ ପ୍ରସ୍ତୁତ ହୋଇଥିଲା । ଏଥିରେ ଉଭୟ ଅଧ୍ୟକ୍ଷ ଭର୍ତ୍ସୁଲା ଭେନ ଡେର୍ ଲିଏନ ଓ ଚାର୍ଲସ ମିସଲେ ଭାରତ  ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଛନ୍ତି । ମୁଁ ଭାବୁଛି ନେତୃବୃନ୍ଦ ବୋଧେ ଏ ବିଷୟରେ ଅଧିକ ଆଲୋଚନା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଆସି ଏ ବିଷୟରେ ବିଶଦ ଅନୁଧ୍ୟାନ ପାଇଁ ମଧ୍ୟ ପ୍ରସ୍ତାବ ରଖିଛନ୍ତି । ଆପଣମାନେ ଜାଣନ୍ତି ଯେ ଅନେକ ୟୁରୋପୀୟ ସଂଘ ରାଷ୍ଟ୍ର ଯେପରିକି ଫ୍ରାନ୍ସ, ଜର୍ମାନୀ ଓ ନେଦରଲ୍ୟାଣ୍ଡ ଭାରତ-ପ୍ରଶାନ୍ତ ମହାସାଗର ଅଂଚଳ ଉପରେ ଦସ୍ତାବିଜ୍ ରଖିଛନ୍ତି ଓ ଏ ବିଷୟ ସେମାନଙ୍କ ଆଲେଚନା  ପରିସୀମା ମଧ୍ୟରେ ରହିଛି । ଏ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା ନିମନ୍ତେ ସହଯୋଗ ବୃଦ୍ଧି ପାଉଛି ଓ ପ୍ରଧାନମନ୍ତ୍ରୀଙ୍କ ନେତାମାନଙ୍କ ସହ ଆଲୋଚନା ଏ ଦିଗରେ ଅଧିକ ସମ୍ଭାବନା ସୃଷ୍ଟି କରିବା ବୋଲି ଆଶା କରାଯାଉଛି ।

ମହାମାନ୍ୟ ପୋପ୍‌ଙ୍କ ସହ ସାକ୍ଷାତ ନେଇ ମୁଁ ଭାବୁଛି ଏହା ପ୍ରତ୍ୟକ୍ଷ ସାକ୍ଷାତ ହେବ । ପ୍ରଥମେ ଏକକ ଆଲୋଚନା ପରେ ପ୍ରତିନିଧି ସ୍ତରୀୟ ଆଲୋଚନା ହେବ ।  ଭାଟିକାନ ପକ୍ଷରୁ କୌଣସି କାର୍ଯ୍ୟସୂଚୀ ତିଆରି କରାଯାଇନାହିଁ । ମୋର ବିଶ୍ୱାସ ମହାମାନ୍ୟ ପୋପଙ୍କ ଆଲୋଚନା ବେଳେ କୌଣସି କାର୍ଯ୍ୟସୂଚୀ ରଖିବାର ପରମ୍ପରା ନାହିଁ ଓ ତାଙ୍କୁ ଆମେ ସମ୍ମାନ କରିବା ଉଚିତ । ମୋର ଧାରଣା ଆଲୋଚନା କାଳରେ ବିଶ୍ୱ ଶାନ୍ତି, କୋଭିଡ-୧୯, ସ୍ୱାସ୍ଥ୍ୟ ସମସ୍ୟା ଓ କିପରି ଏକାଠି କାମ କରିବା ଓ ଶାନ୍ତି ସୌହାର୍ଦ୍ଧ୍ୟ ରକ୍ଷା କରିବା ବିଷୟ ସବୁ ସ୍ଥାନ ପାଇବ ।

ଆପଣ ଯେଉଁ ପାଣ୍ଠି ଯୋଗାଣ ଓ କପ୍‌-୨୬ପ୍ରଯୁକ୍ତି ବିଦ୍ୟା ହସ୍ତାନ୍ତରଣ ସମ୍ପର୍କରେ ଅବତାରଣା କରିଛନ୍ତି ମୁଁ ଭାବୁଛି ପ୍ରଧାନମନ୍ତ୍ରୀ ସେଥିନେଇ ସ୍ପଷ୍ଟ ଭାବେ ମତବ୍ୟକ୍ତ କରିଛନ୍ତି । ଏଥିରେ ବିକାଶମୁଖୀ ଦେଶଗୁଡିକର ଏ ଦିଗରେ ପ୍ରଚେଷ୍ଠା ଓ ପ୍ୟାରିସ ରାଜିନାମା ଅନୁସାରେ କାର୍ଯ୍ୟ ସମାପନ କରିବାର ଅଂଶୀଦାର ବଦ୍ଧତା ଅନ୍ତର୍ଭୁକ୍ତ । ଆଶା ଏ ଦିଗରେ ଆହୁରି ବଡ ଲକ୍ଷ୍ୟ ସାଧନ ପାଇଁ ସୂଚୀ ପ୍ରସ୍ତୁତ ହେବ । ପ୍ରଧାନମନ୍ତ୍ରୀ ଆଗରୁ କହିଛନ୍ତି  ଯେ ଭାରତ କେବଳ ପ୍ୟାରିସ ରାଜିନାମା ସଂକଳ୍ପ ଅନୁସାରେ କାମ କରୁନାହିଁ ବରଂ ତାଠାରୁ ଅଧିକ କିଛି କରିପାରିଛି। କିନ୍ତୁ ଏଥିସହ ବିକାଶମୁଖୀ ଦେଶମାନେ ଅନେକ କିପରି ସେମାନଙ୍କ ଲକ୍ଷ୍ୟ ହାସଲ କରୁଛନ୍ତି ତାହା ଦେଖିବାର ଅଛି । ସେମାନେ ଯେପରି ଲକ୍ଷ୍ୟ ହାସଲ କରିପାରିବେ । ସେ ଦିଗରେ ସେମାନଙ୍କ ସହାୟତାର ହାତ ବଢାଇବାକୁ ହେବ । ଆଉ ଗୋଟେ କଥା ଜଳବାୟୁ ପରିବର୍ତ୍ତନ ନେଇ ମଧ୍ୟ ଖୁବ୍ ଶୀଘ୍ର ପଦକ୍ଷେପ ନେବାକୁ ହେବ  । ଭାରତ ଏହାର ମୁକାବିଲା ନିମନ୍ତେ କଣ ସବୁ କରୁଛି ସେ ସମ୍ପର୍କରେ ମଧ୍ୟ ଅନେକ ଆଲୋଚନା ହୋଇଛି । ଆମକୁ ଦେଖିବାକୁ ହେବ କିପରି ଓ ଆଲୋଚନାର ଗତି କୁଆଡେ ଯାଉଛି । କିନ୍ତୁ ଗୋଟେ କଥା ନିଶ୍ଚିତ ଯେ ପ୍ରଧାନମନ୍ତ୍ରୀ ସୂଚନା ଦେଇସାରିଛନ୍ତି  ବହୁତ କିଛି କହିବାକୁ ବାକି ଅଛି ବୋଲି । କେବଳ ଲକ୍ଷ୍ୟପୂରଣ ପାଇଁ ନୁହେଁ, କାରଣ ଅନେକ ଦେଶ ଏହାକୁ ବାସ୍ତବରୂପ ଦେବା ପାଇଁ ପ୍ରୟାସ କରୁନାହାଁନ୍ତି। ଏହାର ଅନ୍ୟ କେତେକ ଦିଗ ମଧ୍ୟ ରହିଛି । ଉଦାହରଣ ସ୍ୱରୂପ ଜୀବନଶୈଳୀ ପରିବର୍ତ୍ତନ । ଭାରତ ସବୁବେଳେ ପ୍ରକୃତି ପ୍ରେମୀ । ମୁଣ୍ଡ ପିଛା ଦେଖିଲେ ଆମେ ସବୁଠାରୁ  କମ୍ ଅଙ୍ଗାରକାମ୍ଳ ବା ତଦ୍‌ଜନିତ  ବର୍ଜ୍ୟ ଛାଡୁଛୁ । ମାତ୍ର ଗୋଟିଏ ହେଲା ଆମେ କିପରି ନିରନ୍ତର ଜୀବନଶୈଳୀ ଏପରି ରଖିବା ଓ ଯାହା ଜଳବାୟୁ ପରିବର୍ତ୍ତନ ସତ୍ୱେ କୌଣସି କୁପ୍ରଭାବ ପକାଇବ ନାହିଁ । ତେଣୁ ଜୀବନ ଶୈଳୀ ପରିବର୍ତ୍ତନ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଏକ ନିୟାମକ ଭାବେ ଧରାଯାଇପାରେ ।

ଆତଙ୍କବାଦ ଯାହା ମୋର ମନେ ହୁଏ ମୁଖ୍ୟତଃ ଆଫଗାନୀସ୍ତାନକୁ ନେଇ ଆଲୋଚନା ହୋଇଛି । ଯେଉଁ ଦୁଇଟି ବିଷୟରେ ଆଲୋଚନା ହୋଇଥିଲା ତାହା ହେଲା ଆଫଗାନୀସ୍ତାନ ଓ ଜଳବାୟୁ ପରିବର୍ତ୍ତନ । ଆଫଗାନୀସ୍ତାନକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଆଫଗାନିସ୍ତାନର ପରିସ୍ଥିତିକୁ ଗୋଟେ ଏକକ ଦୃଷ୍ଟିକୋଣରୁ ଦେଖିବା ଅନୁଚିତ । ଏହା ଏକ ଗଭୀର ଚିନ୍ତନର ବିଷୟ ଓ ଆର୍ନ୍ତଜାତୀୟ ଗୋଷ୍ଠୀ ଏହାକୁ ଖୁବ୍ ସତର୍କତାର ସହ ଅନୁଧ୍ୟାନ କରିବା ଉଚିତ । ଆଫଗାନିସ୍ତାନର ମୂଳ ସମସ୍ୟାକୁ ଗଭୀରଭାବେ ଅନୁଧ୍ୟାନ କରି କିପରି ଉଗ୍ରଜାତୀୟବାଦ ଓ ଆତଙ୍କବାଦ ଯୋଗୁଁ ଏଭଳି ପରିସ୍ଥିତି ହୋଇଛି ତାକୁ ସମସ୍ତେ ହୃଦୟଙ୍ଗମ କରିବା ଦରକାର। ମୋର ଧାରଣା ଉଭୟ ୟୁରୋପୀୟ ସଂଘ ଓ ଇଟାଲୀ ଏହାକୁ ଠିକ୍ ବୁଝିଛନ୍ତି । ଅବଶ୍ୟ ସେଠାରେ ଏକ ମାନବିକ ସମସ୍ୟା ଦେଖାଦେଇଛି ଓ ଇଟାଲୀ ପ୍ରଧାନମନ୍ତ୍ରୀ ଶ୍ରୀ ଦ୍ରାଘୀ ଯେ ଜି-୨୦ ବୈଠକରେ ଏହା ଉପରେ ଆଲୋକପାତ କରି ବର୍ତ୍ତମାନ ପରିସ୍ଥତି ଯୋଗୁଁ ଯେପରି ଆଫଗାନବାସୀ ହଇରାଣ ନ ହୁଅନ୍ତି ସେହି ପ୍ରସଙ୍ଗ ଉତ୍‌ଥାପନ କରିଥିଲେ । ସେଠାକାର ଲୋକଙ୍କୁ ସହାୟତା ଆବଶ୍ୟକ । ମାନବିକ ସହାୟତା ଯେପରି ସିଧାସଳଖ ଆଫଗାନୀସ୍ତାନ ଲୋକଙ୍କ ପାଖରେ ପହଞ୍ଚିବ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ।

ଦ୍ୱିପାକ୍ଷିକ ସମ୍ପର୍କ ନେଇ ମୁଁ କହିବାକୁ ଚାହେଁ ଯେ ବିଗତ ବର୍ଷରେ ଭାରତ-ଇଟାଲୀ ମଧ୍ୟରେ ସମ୍ପର୍କରେ ଅନେକ ଉନ୍ନତି ଘଟିଛି । ବିଶେଷକରି ପୁଞ୍ଜିନିବେଶ, ବାଣିଜ୍ୟ ଓ ଉଭୟ ଦେଶର ଜନସାଧାରଣଙ୍କ ସମ୍ପର୍କରେ ଯଥେଷ୍ଟ ଉନ୍ନତି ହୋଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଦ୍ରାଘୀ ମଧ୍ୟ ଏକଥାକୁ ସ୍ୱୀକାର କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରୀ ଦ୍ରାଘୀଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ଉଭୟ ଅଧ୍ୟକ୍ଷ ଚାର୍ଲସ ମିସେଲ ଓ ଉରସୁଲା ଭନ୍ ଡି ଲିଏନଙ୍କୁ ମଧ୍ୟ ଭାରତ ଆସିବାକୁ ଆମନ୍ତ୍ରଣ ଜଣାଇଛନ୍ତି ।

 ଶ୍ରୀ ଅରିନ୍ଦମ୍ ବାଗ୍‌ଚୀ, ସରକାରୀ ପ୍ରବକ୍ତା-ଧନ୍ୟବାଦ । କେବଳ ଅଧିକ ଦୁଇଟା ପ୍ରଶ୍ନ । ପ୍ରଣୟ

ପ୍ରଣୟ ଉପାଧ୍ୟାୟ- ମେ ପ୍ରଣୟ ଉପାଧ୍ୟାୟ ଏବିପି ନ୍ୟୁଜ ସେ । ବୈଶ୍ୱିକ ଯୋଗାଣ ଚେନ ଏକ ମହତ୍ୱପୂର୍ଣ୍ଣ ବିଷୟ ଯାହା ଭାରତ ମଧ୍ୟ ଉଠାଇ ଆସୁଛି । ୟୁରୋପୀୟ ସଂଘ ଅଧ୍ୟକ୍ଷଙ୍କ ସହ ଏ ସମ୍ପର୍କରେ କୌଣସି କଥାବାର୍ତ୍ତା ହୋଇଛି କି ?

ଦ୍ୱିତୀୟ ପ୍ରଶ୍ନକର୍ତ୍ତା-ଭାରତ-ଇଟାଲୀ ବୈଠକ ଉପରେ ବିଶେଷକରି ଆର୍ଥିକ ସହଯୋଗ ଉପରେ ଟିକେ ଆଲୋକପାତ କରିବେ  କି ?

ଅରିନ୍ଦମ୍ ବାଗ୍‌ଚୀ ସରକାରୀ ପ୍ରବକ୍ତା -ଧନ୍ୟବାଦ

ବୈଦେଶିକ ସଚିବ  ଶ୍ରୀ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଠିକ୍ ଅଛି । ମୁଁ ଶୀଘ୍ର ପ୍ରଥମ ପ୍ରଶ୍ନର ଉତ୍ତର ଦେଉଛି । ଉଭୟ ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ବାଣିଜ୍ୟ ଓ ପୁଞ୍ଜିନିବେଶ ଗୁରୁତ୍ୱପୂର୍ଣ୍ଣ । ଇଟାଲୀର ଅନେକ କମ୍ପାନୀ ଭାରତରେ ପୁଞ୍ଜିନିବେଶ ପାଇଁ ଇତ୍ସୁକ ବୋଲି ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି । ବିଶେଷକରି ଅଟୋ ମୋବାଇଲ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏଥିପାଇଁ ବ୍ୟାପକ ସମ୍ଭାବନା ରହିଛି ।

ପ୍ରଣୟ ବାବୁ ଯୋଗାଣ ଚେନ ଉପରେ ଆପଣଙ୍କ ଯେଉଁ ପ୍ରଶ୍ନ ଥିଲା ତାହା ହେଲା ଦୁଇ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି ।

ଶ୍ରୀ ଅରିନ୍ଦମ୍ ବାଗ୍‌ଚୀ ସରକାରୀ ପ୍ରବକ୍ତା ସମସ୍ତେ ହିନ୍ଦୀ କହୁ ନ ଥିବାରୁ  ମୁଁ ଶେଷ ଅଂଶର ଅନୁବାଦ କରି ଦେଉଛି । ପ୍ରଶ୍ନ ଥିଲା ଯୋଗାଣ ବ୍ୟବସ୍ଥା ନେଇ । ଆମ ବୈଦେଶିକ ସଚିବ ଏ ସମ୍ପର୍କରେ ବିଶଦ ଆଲୋଚନା ହୋଇଥିବା  ପ୍ରକାଶ କରିଛନ୍ତି ।

ଏଥିସହ ଆମେ ସ୍ୱତନ୍ତ୍ର ଗଣମାଧ୍ୟମ ସୂଚନା କାର୍ଯ୍ୟକ୍ରମ ଶେଷ କରୁଛୁ । ଏଠାକୁ ଆସିଥିବାରୁ ଧନ୍ୟବାଦ । ନମସ୍କାର

 ଶ୍ରୀ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା, ବୈଦେଶିକ ସଚିବ, ଧନ୍ୟବାଦ ।

*****

TM / SLP



(Release ID: 1768193) Visitor Counter : 146