ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୧୦୦ କୋଟି ଟୀକାକରଣ ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଥିବା ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି

Posted On: 21 OCT 2021 10:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦୦ କୋଟି ଟୀକାକରଣ ଅତିକ୍ରମ ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଥିବା ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଭୁଟାନର ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ଏହି ଐତିହାସିକ ଅବସରରେ ବଧାଇ ପାଇଁ ଲିଓଚେନ୍ ଡକ୍ଟର ଲୋଟେ ଶେରିଙ୍ଗଙ୍କୁ ଧନ୍ୟବାଦ ।
ଆମେ ଭୁଟାନ ସହିତ ଆମର ବନ୍ଧୁତାକୁ ଗଭୀର ଭାବରେ ଭଲପାଉ!
ଏହି ଅଞ୍ଚଳ ତଥା ବିଶ୍ୱରେ କୋଭିଡ-୧୯ ବିରୋଧରେ ସଂଗ୍ରାମ ପାଇଁ ଭାରତ ପ୍ରତିବଦ୍ଧ ରହିଛି ।

Thank you Lyonchhen Dr. Lotay Tshering for your kind words on this historic occasion.

We deeply cherish our friendship with Bhutan!

India remains committed in our fight against COVID-19 together with the region and the world. @PMBhutan #VaccineCentury https://t.co/qtzJxFLIX1

— Narendra Modi (@narendramodi) October 21, 2021


ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମୋର ବନ୍ଧୁ ରାଷ୍ଟ୍ରପତି ରାଜପାକ୍‍ସାଙ୍କୁ ଧନ୍ୟବାଦ । ଶ୍ରୀଲଙ୍କାରୁ କୁଶିନଗରକୁ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ତଥା ଟୀକାକରଣ ଅଭିଯାନ ଭଳି ପଦକ୍ଷେପ ଆମର ବିବିଧ ସମ୍ପର୍କକୁ ଆହୁରି ମଜବୁତ କରିବ ଏବଂ ଆମର ଭାଇଭଉଣୀଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ବୃଦ୍ଧି କରିବ ।”

 

 

Thank you my friend @PresRajapaksa. Recent initiatives such as inaugural international flight to Kushinagar from Sri Lanka and our respective vaccination drives will further strengthen our diverse relationship and enhance interaction between our brotherly people. #VaccineCentury https://t.co/9yfrTGilBw

— Narendra Modi (@narendramodi) October 21, 2021


ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ରାଷ୍ଟ୍ରପତି ଇବୁସୋଲେ ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ।
ମାଲଦ୍ୱୀପରେ ଟୀକାକରଣ ଅଭିଯାନର ଅଗ୍ରଗତି ଦେଖି ମୁଁ ଖୁସି 
ପଡ଼ୋଶୀ ଏବଂ ଘନିଷ୍ଠ ବନ୍ଧୁ ଭାବରେ, କୋଭିଡ-୧୯ କୁ ଦୂର କରିବା ପାଇଁ ଆମର ସହଭାଗୀତା ଫଳ ଦେଉଛି ।”

 

Thank you President @ibusolih for your kind wishes.

I am pleased to see the progress of the vaccination drive in the Maldives.

As neighbours and close friends, our partnership to overcome COVID-19 has borne fruit.#VaccineCentury https://t.co/1KfsOR6O2q

— Narendra Modi (@narendramodi) October 21, 2021

 

 

ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ଧନ୍ୟବାଦ ପ୍ରଧାନମନ୍ତ୍ରୀ ନାଫତାଲିବେନେଟ । ତୁମର ଶୁଭେଚ୍ଛାକୁ ପ୍ରଶଂସା କରୁଛି । ଏହି ମାଇଲଖୁଣ୍ଟଣ୍ଟଭାରତର ବୈଜ୍ଞାନିକ, ସ୍ୱାସ୍ଥ୍ୟକର୍ମୀ ଏବଂ ଉଦ୍ଭାବକମାନଙ୍କ ଦ୍ୱାରା ସମ୍ଭବ ହୋଇପାରିଛି, ଯେଉଁମାନେ ଇସ୍ରାଏଲ୍ ସହକର୍ମୀଙ୍କ ସହ ଆମର ଜ୍ଞାନ ଭିତ୍ତିକ ରଣନୀତିକ ସହଯୋଗର ମୂଳଦୁଆ ଗଢିଛନ୍ତି ।”

 

Thank you, PM @naftalibennett. Appreciate your warm words. This milestone has been made possible by India's scientists, health workers and innovators who are also, along with their Israeli counterparts, building the foundations of our knowledge-based strategic partnership. https://t.co/0k2lcLX3Qn

— Narendra Modi (@narendramodi) October 21, 2021


ମଲାୱି ରାଷ୍ଟ୍ରପତିଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମାନ୍ୟବର ଲାଜାରୁସଚକୱେରା ଭାରତର ୧୦୦ କୋଟି ଟୀକାକରଣ ପାଇଁ ଆପଣ ଜଣାଇଥିବା ଶୁଭେଚ୍ଛା ସକାଶେ ଧନ୍ୟବାଦ । 
ମହାମାରୀର ମୁକାବିଲା ପାଇଁ ଟୀକା ହେଉଛି ଏକ ଚାବି । ଏଥି ପାଇଁ  ଆମେ ଏକାଠି ଅଛେ ।”

 

Thank you Excellency @LAZARUSCHAKWERA for your wishes on India crossing #VaccineCentury.

Vaccine accessibility is a key to fighting the pandemic. We are in it together. https://t.co/ti6uVkpJdD

— Narendra Modi (@narendramodi) October 21, 2021

HS
 

 

 



(Release ID: 1765627) Visitor Counter : 144