ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୧ ତାରିଖରେ ନୂଆଦିଲ୍ଲୀର ଝାଜର କ୍ୟାମ୍ପସରେ ଥିବା ଜାତୀୟ କର୍କଟ ପ୍ରତିଷ୍ଠାନରେ ଇନଫୋସିସ୍ ଫାଉଣ୍ଡେସନ୍ ବିଶ୍ରାମ ସଦନକୁ ଉଦଘାଟନ କରିବେ
ପୋଷ୍ଟ କରାଯିବା ଦିନାଙ୍କ:
20 OCT 2021 4:15PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୧, ୨୦୨୧ ପୂର୍ବାହ୍ନ ୧୦:୩୦ ରେ ଭିଡିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀ ସ୍ଥିତ ଏମ୍ସ ଝାଜର କ୍ୟାମ୍ପସରେ ଥିବା ଜାତୀୟ କର୍କଟ ପ୍ରତିଷ୍ଠାନ (ଏନସିଆଇ) ରେ ଇନଫୋସିସ୍ ଫାଉଣ୍ଡେସନ୍ ବିଶ୍ରାମ ସଦନକୁ ଉଦଘାଟନ କରିବେ ଏବଂ ପରେ ପରେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିବେ ।
କର୍କଟ ରୋଗୀଙ୍କ ସହାୟକମାନଙ୍କୁ, ଯେଉଁମାନେ ପ୍ରାୟତଃ ଦୀର୍ଘଦିନ ଧରି ଡାକ୍ତରଖାନାରେ ରହୁଛନ୍ତି ସେମାନଙ୍କୁ ଶୀତତାପ ନିୟନ୍ତ୍ରିତ ଆବାସ ସୁବିଧା ଯୋଗାଇବା ପାଇଁ କର୍ପୋରେଟ ସାମାଜିକ ଦାୟିତ୍ୱର ଏକ ଅଂଶ ଭାବରେ ଇନଫୋସିସ୍ ଫାଉଣ୍ଡେସନ ଦ୍ୱାରା ୮୦୬ ଶଯ୍ୟା ବିଶିଷ୍ଟ ବିଶ୍ରାମ ସଦନ ର୍ନିମାଣ କରାଯାଇଛି । ପ୍ରାୟ ୯୩ କୋଟି ଟଙ୍କା ବ୍ୟୟରେ ଫାଉଣ୍ଡେସନ ଦ୍ୱାରା ଏହା ର୍ନିମାଣ କରାଯାଇଛି । ଏହା ହସ୍ପିଟାଲ୍ ଏବଂ ଓପିଡି ବ୍ଲକ୍ ର ନିକଟବର୍ତ୍ତୀ ସ୍ଥାନରେ ଅବସ୍ଥିତ ।
ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ, ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟର ଏବଂ ଇନଫୋସିସ୍ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀମତୀ ସୁଧା ମୁର୍ତ୍ତୀ ମଧ୍ୟ ଯୋଗଦେବେ ।
HS
(ରିଲିଜ ଆଡି: 1765310)
ପରିଦର୍ଶକ କାଉଣ୍ଟର : 264
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam