ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଜୁନିଅର ବିଶ୍ୱ ଚମ୍ପିୟନଶିପରେ ପଦକ ତାଲିକାର ଶୀର୍ଷରେ ଥିବାରୁ ଭାରତୀୟ ବନ୍ଧୁକ ଚାଳନା ଦଳକୁ ପ୍ରଶଂସା କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 10 OCT 2021 7:28PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଟି ସ୍ୱର୍ଣ୍ଣ ପଦକ ସମେତ ୪୦ ଟି ପଦକ ସହ ଜୁନିଅର ବିଶ୍ୱ ବନ୍ଧୁକ ଚାଳନା ଚମ୍ପିଅନସିପରେ ପଦକ ତାଲିକାର ଶୀର୍ଷରେ ଥିବାରୁ ଭାରତୀୟ ସୁଟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“ଆମର ସୁଟରଙ୍କ ଦ୍ୱାରା ଉଲ୍ଲେଖନୀୟ ପ୍ରଦର୍ଶନ! ଜୁନିଅର ବିଶ୍ୱ ବନ୍ଧୁକ ଚାଳନା ଚମ୍ପିଅନସିପରେ ୧୬ ଟି ସ୍ୱର୍ଣ୍ଣ ସହିତ ୪୦ ଟି ପଦକ ସହିତ ଭାରତ ପଦକ ତାଲିକାର ଶୀର୍ଷରେ ରହିଛି । ଦଳକୁ ଅଭିନନ୍ଦନ ଏବଂ ଭବିଷ୍ୟତ ପାଇଁ ଶୁଭେଚ୍ଛା । ଏହି ସଫଳତା ଅନେକ ସୁଟରଙ୍କୁ ପ୍ରେରଣା ଯୋଗାଇବ ।”

HS


(ରିଲିଜ ଆଡି: 1762915) ପରିଦର୍ଶକ କାଉଣ୍ଟର : 291