ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପାରାଲିମ୍ପିକ୍ସ ଖେଳରେ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ବିଜେତା ସୁହାସ ୟତିରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 05 SEP 2021 9:12AM by PIB Bhubaneshwar

ପାରାଲିମ୍ପିକ୍ସ ଗେମ୍ସ, ଟୋକିଓରେ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ବିଜେତା ସୁହାସ ୟତିରାଜଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।  

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସେବା ଓ କ୍ରୀଡାର ଅଭୂତପୂର୍ବ ସଙ୍ଗମ! @ଡିଏମଜିବିନଗର ସୁହାସ ୟତିରାଜ ନିଜ ଅସାଧାରଣ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରି ସାରା ଦେଶର ଧ୍ୟାନ ଆକର୍ଷଣ କରିଛନ୍ତି । ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତିଥିବାରୁ ତାଙ୍କୁ ଶୁଭେଚ୍ଛା । ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରୁଛି ।

 

SR


(ରିଲିଜ ଆଡି: 1752295) ପରିଦର୍ଶକ କାଉଣ୍ଟର : 245