ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

୨୦ବର୍ଷରୁ କମ୍ ବର୍ଗର ବିଶ୍ୱ ଆଥ୍‌ଲେଟିକ ଚାମ୍ପିୟନସିପ୍‌ର ପଦକ ବିଜେତାଙ୍କ ସହିତ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଆଳାପ ଆଲୋଚନା

• ଆନ୍ତର୍ଜାତିକ ପ୍ରତିଯୋଗିତାରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ସରକାର କ୍ରୀଡାବିତ୍‌ଙ୍କୁ ସବୁ ସୁବିଧା ଓ ଶ୍ରେଷ୍ଠ ତାଲିମ ଯୋଗାଇଦେବେ: ଶ୍ରୀ ଠାକୁର
• ଏହି ଚାମ୍ପିୟନସିପ୍‌ରେ ଭାରତ ଦୁଇଟି ରୌପ୍ୟ ସହିତ ୩ଟି ପଦକ ଜିତିଛି

Posted On: 25 AUG 2021 1:44PM by PIB Bhubaneshwar

ମୁଖ୍ୟାଂଶ:

  • ଏହା ଆମ ପାଇଁ ଏକ ବଡ ସ୍ମରଣୀୟ ମୁହୂର୍ତ୍ତଥିଲା; ଆମେ ଆପଣମାନଙ୍କ ଭିତରେ ଆଶ ଦେଖୁଛୁ: ଶ୍ରୀ ଅନୁରାଗ ଠାକୁର
  • ଅଧିକରୁ ଅଧିକପୂର୍ବତନ କ୍ରୀଡାବିତ୍ ଯୁବ ଖେଳାଳୀମାନଙ୍କୁ ତାଲିମ ଓ ଦିଗ୍‌ଦର୍ଶନ ଦେବାକୁ ଆଗେଇ ଆସିବା ଉଚିତ: କ୍ରୀଡାମନ୍ତ୍ରୀ
  • ସାହସର ସହିତ ଶ୍ୱାସକ୍ରିୟାଜନିତ ଅସୁବିଧାକୁ ଏଡାଇ ଅମିତ ଖତ୍ରି ପୁରୁଷ ୧୦,୦୦୦ ମିଟର ରେସ୍‌ୱାକ୍‌ରେ ରୌପ୍ୟପଦକ ଜିତିଛନ୍ତି ।
  • ସୁଶ୍ରୀ ଶୈଳୀ ସିଂହଙ୍କୁ ଲଙ୍ଗଜମ୍ପରେ ରୌପ୍ୟପଦକ

ଆଜି ନୂଆଦିଲ୍ଳୀଠାରେ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ୨୦୨୧ର ୨୦ବର୍ଷରୁ କମ୍ ବିଶ୍ୱ ଆଥଲେଟିକ ଚାମ୍ପିଆନସିପ୍‌ର ଭାରତୀୟ ଖେଳାଳି ଓ ପଦକ ବିଜେତାଙ୍କ ସହିତ ଆଳାପ ଆଲୋଚନା କରିଛନ୍ତି । ବିଶ୍ୱ ଜୁନିୟର ଚାମ୍ପିୟନସିପ୍ ଭାବେ ପରିଚିତ ଏହି ପ୍ରତିଯୋଗୀରେ ଭାରତୀୟ ପ୍ରତିଯୋଗୀ ଦୁଇଟି ରୌପ୍ୟ ସହ ମୋଟ ତିନୋଟି ପଦକ ଜିତିଛନ୍ତି । ଏହା କେନିଆର  ନାଇରୋବିସ୍ଥିତ ମୋଇ ଇଣ୍ଟରନ୍ୟାସନାଲ ସ୍ପୋର୍ଟସ ସେଣ୍ଟରରେ ଚଳିତମାସ ୧୮ରୁ ୨୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଲଙ୍ଗଜମ୍ପ କୋଚ୍ ରବର୍ଟ ବବି ଜର୍ଜ, ଅଞ୍ଜୁ ବବି ଜର୍ଜ, କମଲ ଅଲ୍ଲି ଖାଁ, ଭାରତୀୟ କ୍ରୀଡା ପ୍ରାଧିକରଣ ସାଇର ମହାନିର୍ଦ୍ଦେଶକ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

କ୍ରୀଡାବିତମାନଙ୍କ ସହ ଆଳାପ ଆଲୋଚନା ସମୟରେ ଶ୍ରୀ ଠାକୁର ପଦକ ବିଜେତାଙ୍କୁ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ । ଭାରତୀୟ ପ୍ରତିଯୋଗିତାମାନେ ଦେଶକୁ ଗର୍ବିତ କରିଛନ୍ତି ବୋଲି ସେ କହିଥିଲେ । ଏହା ଆମ ପାଇଁ ଏକ  ବଡ ସ୍ମରଣୀୟ ମୁହୂର୍ତ୍ତ ଥିଲା ବୋଲି ସେ ପ୍ରକାଶ କରିଥିଲେ । ସେ ଆହୁରି କହିଥିଲେ ଯେ ଭବିଷ୍ୟତରେ ଏସିଆନ ଗେମ୍ସ, ରାଜ୍ୟଗୋଷ୍ଠୀ କ୍ରୀଡା ଓ ଅଲିମ୍ପିକ୍ସ ଭଳି ଆନ୍ତର୍ଜାତିକ ଖେଳକୁଦ ପ୍ରତିଯୋଗିତାରେ ଆମ ଯୁବ କ୍ରୀଡାବିତ୍‌ମାନେ ବହୁତ ଭଲ ପ୍ରଦର୍ଶନ କରିବା ଘେନି ସେ ଆଶାବାଦୀ । ଏଥିପାଇଁ ଆପଣମାନଙ୍କ ଭିତରେ ଆମେ ଆଶା ଦେଖୁଛି ବୋଲି ସେ କହିଥିଲେ । ସେ ମଧ୍ୟ କ୍ରୀଡାବିତ୍‌, କ୍ରୀଡା ମହାସଂଘ ଓ କୋଚ୍‌ମାନଙ୍କ ଉଦ୍ୟମର ଉଚ୍ଚ ପ୍ରଶଂସା କରି କହିଥିଲେ ଯେ କରୋନା ମହାମାରୀର ପ୍ରତିବନ୍ଧକ ସତ୍ତ୍ୱ ଆମ କ୍ରୀଡୀବିତ୍‌ମାନଙ୍କର ପ୍ରଦର୍ଶନ ପ୍ରଶଂସନୀୟ । ଏହା ସହଜ ଓ ସ୍ୱାଭାବିକ ସମୟ ନୁହେଁ ।  ଏହା ସତ୍ତ୍ୱେ ଆମ ଖେଳାଳି ଭଲ ପ୍ରଦର୍ଶନ କରିବା ନିଶ୍ଚୟ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ଖେଳାଳିମାନେ ଭବିଷ୍ୟତର ବଡ ବଡ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ଯୋଜନା କରିବାକୁ ସେ ପରାମର୍ଶ ଦେଇଥିଲେ ।

ମନ୍ତ୍ରୀ କହିଥିଲେ ଯେ ବଡ କଥା ହେଉଛି ଏବେ ପ୍ରତ୍ୟେକ ଖେଳରେ ଭାରତର ପ୍ରତିଯୋଗୀଙ୍କ ସଂଖ୍ୟା ଅଧିକ ରହୁଛି ଓ ଆମ ବେଞ୍ଚଷ୍ଟ୍ରେଙ୍ଗ୍‌ଥ ବଢିଛି । କ୍ରୀଡାବିତ୍‌ମାନଙ୍କୁ ପ୍ରତିଯୋଗିତାରେ ସଫଳ ହେବା ପାଇଁ ସରକାର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ‌ଓ ସହାୟତା ଯୋଗାଣ ଉପରେ ଗୁରୁତ୍ୱ ଦେଉଛନ୍ତି । ତାଲିମରେ କୌଣସି ଅଭାବ ରହିବ ନାହିଁ । କିଛି ପୂର୍ବତନ ଖେଳାଳି ପ୍ରଶିକ୍ଷକଭାବେ ଯୁବ ଖେଳାଳିଙ୍କୁ ଉତ୍ସାହିତ କରିଥିବାରୁ  ସେ ସନ୍ତୋଷ ପ୍ରକାଶ କରିବା ସହ ଅଧିକରୁ ଅଧିକ ପ୍ରାକ୍ତନ କ୍ରୀଡାବିତ୍ ଏଥିପାଇଁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଛନ୍ତି । ସମସ୍ତଙ୍କ ସହଯୋଗ ଓ ପରାମର୍ଶର ଭାରତରେ ଏବେ ଦୃଢ କ୍ରୀଡା ସଂସ୍କୃତି ସୃଷ୍ଟି ହେବ ବୋଲି ସେ ମତ ଦେଇଥିଲେ ।

ଅନିଲ ଖତ୍ରି ଶ୍ୱାସକ୍ରିୟାଜନିତ ଅସୁବିଧାକୁ ସାହସର ସହିତ ଏଡାଇ ଦଶହଜାର ମିଟର ରେସୱାକରେ ରୌପ୍ୟପଦକ ହାସଲ କରିଥିଲେ । ସେ ମାତ୍ର ସ୍ୱଳ୍ପ ବ୍ୟବଧାନରେ ସ୍ୱର୍ଣ୍ଣବିଜୟୀ କେନିଆ କ୍ରୀଡାବିତ୍‌ଙ୍କ ପଛରେ ରହି ରୌପ୍ୟପଦକ ପାଇଥିଲେ  । ଏଥିପାଇଁ ସେ ସମୟ ନେଇଥିଲେ ୪୨:୧୭.୯୪ । ସେହିଭଳି ଶୈଳୀ ସିଂହ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ୬.୫୯ ମିଟର ଡେଇଁ ଲଙ୍ଗଜମ୍ପରେ ରୌପ୍ୟପଦକ ଜିତିଥିଲେ ।

ଭରତ ଶ୍ରୀଧର, ପ୍ରିୟାମୋହନ, ସୁମ୍ମୀ, କପିଳ, ଅବଦୁଲ ରଜାକ୍‌, ନାଇରୋବିର ଏହି ପ୍ରତିଯୋଗିତାର ମିକ୍ସଡ ୪x୪୦୦ମିଟର ରିଲେରେ ଭାରତ ପାଇଁ ବ୍ରୋଞ୍ଚ ପଦକ ଜିତିଥିଲେ । ପ୍ରଥମ ଦିବସରେ ଏହି ପଦକ ସେମାନଙ୍କୁ ମିଳିଥିଲା ।

****

TM / SLP



(Release ID: 1749092) Visitor Counter : 193