ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଜନସାଧାରଣଙ୍କ ଆବେଗ ସହିତ ପାଳନ ହେବ ଆଜାଦୀ କା ଅମୃତ ମହୋତ୍ସବ

ଦୂରଦର୍ଶନ ଏବଂ ଆକାଶବାଣୀ ନେଟୱାର୍କରେ ସ୍ୱତନ୍ତ୍ର ଭାବେ ଦିବସ ବ୍ୟାପି ସ୍ୱାଧୀନତା ଦିବସର ପ୍ରସାରଣ

୧୬ ଅଗଷ୍ଟରୁ ପ୍ରସାରିତ ହେବ ଆକାଶବାଣୀର “ଆଜାଦୀ କା ସଫର ଆକାଶବାଣୀ କେ ସାଥ”

ଦୂରଦର୍ଶନ ନ୍ୟୁଜ୍ ରେ ସ୍ୱତନ୍ତ୍ର ବିଭାଗୀୟ କାର୍ଯ୍ୟକ୍ରମ

ତିନି ଦିନିଆ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଭାରତୀୟ ଦେଶଭକ୍ତି ଚଳଚ୍ଚିତ୍ରର ପ୍ରଦର୍ଶନ

Posted On: 13 AUG 2021 3:00PM by PIB Bhubaneshwar

ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ସ୍ମରଣ କରି ଆଜାଦୀ କା ଅମୃତ ମହୋତ୍ସବରେ ବ୍ୟାପକ ଅଂଶଗ୍ରହଣ ଏବଂ ସଚେତନତାକୁ ନିଶ୍ଚିତ କରିବାକୁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ମହୋତ୍ସବକୁ ସାମଗ୍ରିକ ଆବେଗ ମାଧ୍ୟମରେ ଜନଭାଗିଦାରୀ ଏବଂ ଜନ ଆନ୍ଦୋଳନ ଉତ୍ସବ ଭାବେ ପାଳନ କରିବା ପାଇଁ ଏକାଧିକ ଅଭିନବ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ଏହାର ଉଦ୍ଦେଶ୍ୟ ହେଉଛି ଏକ ନୂତନ ଭାରତ ଅଭିମୁଖେ ଯାତ୍ରା ସମୟରେ ବଳିଦାନ ଏବଂ ଦେଶପ୍ରେମର ଆବେଗକୁ ମନେ ରଖିବାରେ ଲୋକଙ୍କ ଯୋଗଦାନକୁ ସୁନିଶ୍ଚିତ କରିବା ଗଣମାଧ୍ୟମ ୟୁନିଟ୍ ବିଭିନ୍ନ ମୋଡ୍ ଏବଂ ମାଧ୍ୟମ ଜରିଆରେ ସମଗ୍ର ଦେଶରେ ମିଳିତ ଭାବେ କାର୍ଯ୍ୟକ୍ରମ ପ୍ରସାରଣ କରିବେ

ମିଳିତ କାର୍ଯ୍ୟକ୍ରମର ଏକ ମୁଖ୍ୟ ଦିଗ ହେଉଛି ସ୍ୱାଧୀନତା ସଂଗ୍ରାମରହଜିଯାଇଥିବା ହିରୋଙ୍କ ସମେତ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ମନେ ପକାଇବା ଅଲ ଇଣ୍ଡିଆ ରେଡିଓ ୧୬ ଅଗଷ୍ଟ ୨୦୨୧ ଠାରୁ ଜାତୀୟ ତଥା ଆଞ୍ଚଳିକ ଚ୍ୟାନେଲରେ ଏକ ଅଦ୍ୱିତୀୟ ଅଭିନବ କାର୍ଯ୍ୟକ୍ରମଆଜାଦୀ କା ସଫର ଆକାଶବାଣୀ କେ ସାଥ”  ଆରମ୍ଭ କରିବ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ ଦୈନିକ ପାଞ୍ଚ ମିନିଟର କାର୍ଯ୍ୟକ୍ରମ ଏବଂ ପ୍ରମୁଖ ଐତିହାସିକ ଏବଂ ରାଜନୈତିକ  ଘଟଣାବଳୀ ଉପରେ ଦୈନିକ ସକାଳ :୨୦ ରେ (ହିନ୍ଦୀ) ଏବଂ :୫୦ ରେ (ଇଂରାଜୀ) ରେ ପ୍ରସାରିତ ହେବ ଜନଭଗୀଦାରୀଙ୍କ ଆବେଗକୁ ଆଗେଇ ନେଇ ଆକାଶବାଣୀ ମଧ୍ୟ ଜାତୀୟ ତଥା ଆଞ୍ଚଳିକ ଅମୃତ ମହୋତ୍ସବ ବିଷୟବସ୍ତୁ କୁଇଜ୍ ୧୬ ଅଗଷ୍ଟ ୨୦୨୧ ରୁ (ହିନ୍ଦୀରେ ସକାଳ ଟା ରୁ :୩୦ ଏବଂ ଇଂରାଜୀରେ ସକାଳ :୩୦ ରୁ ଟା) ଆୟୋଜନ କରିବ

୧୬ ଅଗଷ୍ଟ, ୨୦୨୧ ଠାରୁ, ଦୂରଦର୍ଶନ ନେଟୱାର୍କ ଦୈନିକ ପାଞ୍ଚ ମିନିଟର କାର୍ଯ୍ୟକ୍ରମ ପ୍ରସାରଣ କରିବ ଏବଂ ସେହି ଦିନର ପ୍ରମୁଖ ଐତିହାସିକ ତଥା ରାଜନୈତିକ ଘଟଣାଗୁଡ଼ିକର ସୂଚନା ଦେବ ଏହି କାର୍ଯ୍ୟକ୍ରମ ଡିଡି ନିଉଜ ଦ୍ୱାରା  ସକାଳ :୫୫ ଏବଂ ଡିଡି ଇଣ୍ଡିଆରେ ପ୍ରତିଦିନ ସକାଳ :୩୦ ରେ ପ୍ରସାରିତ ହେବ ଦୂରଦର୍ଶନ ପକ୍ଷରୁ ବଳିଦାନର ଏବଂ ଦେଶଭକ୍ତିର ଆବେଗକୁ ନେଇ ଚଳଚ୍ଚିତ୍ରର ଏକ ତାଲିକା ପ୍ରସ୍ତୁତ କରାଯାଇଛି ହିନ୍ଦୁସ୍ତାନ କି କସମ ଏବଂ ତିରଙ୍ଗା ପରି ଚଳଚ୍ଚିତ୍ର ୧୫ ଅଗଷ୍ଟ ୨୦୨୧ ରେ ପ୍ରଦର୍ଶିତ ହେବ ଷ୍ଟାର୍ଟ ଅପ୍‌, ପ୍ରତିରକ୍ଷା, ମହାକାଶ ଏବଂ ଐହତିହାସିକ ଆଇନ୍ପରି ବିଷୟବସ୍ତୁ ଉପରେ ଏକ ବିଶେଷ ବିଭାଗୀୟ କାର୍ଯ୍ୟକ୍ରମ ମଧ୍ୟ ପ୍ରସାରଣ ଆରମ୍ଭ କରିବ ଲାଲ କିଲ୍ଲାରୁ ସିଧା ପ୍ରସାରଣ, ଗୁରୁତ୍ୱପୂର୍ଣ୍ଣ ଉତ୍ସବକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହିତ ସ୍ୱାଧୀନତା ଦିବସରେ ଦୂରଦର୍ଶନ ଏକ ବିଶେଷ କାର୍ଯ୍ୟକ୍ରମ ପ୍ରସାରିତ କରିବ

ଏନ୍ଏଫ୍ଡିସି ଏହାର ଓଟିସି ପ୍ଲାଟଫର୍ମ www.cinemasofindia.com  ରେ ୧୫ ରୁ ୧୭ ଅଗଷ୍ଟ, ୨୦୨୧ ମଧ୍ୟରେ ବିଭିନ୍ନ ପ୍ରତିଷ୍ଠିତ ଚଳଚିତ୍ର ଯଥା ଗାନ୍ଧୀ, ମେକିଂ ଅଫ୍ ମହାତ୍ମା, ଘରେ ବାଇରେ ଷ୍ଟ୍ରିମିଂ କରିବ ସେହି ସମୟ ମଧ୍ୟରେ ଫିଲ୍ମ ଡିଭିଜନ୍ ମଧ୍ୟ ତିନି ଦିନ ଧରି ଏହି ଉତ୍ସବକୁ ପାଳନ କରି ସ୍ୱାଧୀନତା ସଂଗ୍ରାମୀ ଏବଂ ଭାରତୀୟ ସ୍ୱ।।ଧୀନତା ସଂଗ୍ରାମ ଉପରେ ଚଳଚ୍ଚିତ୍ର ପ୍ରଦର୍ଶନ କରିବ ଏହି ଚଳଚ୍ଚିତ୍ର ମହୋତ୍ସବ  ସମଗ୍ର  ଦେଶରେ ବିଭିନ୍ନ ଅନୁଷ୍ଠାନଗୁଡିକ ସହିତ ସମନ୍ୱୟ ରକ୍ଷା କରି ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚିବା ପାଇଁ ଆୟୋଜିତ ହେବ

ମନ୍ତ୍ରଣାଳୟର ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଭାରତର ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଦିଗ ଉପରେ ସୂଚନାଯୋଗ୍ୟ ଏଭି ବିଷୟବସ୍ତୁ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବ ଯୁବକ ଏବଂ ପିଲାମାନଙ୍କୁ ନିୟୋଜିତ କରିବା ପାଇଁ, ଏହା ବିଭିନ୍ନ ବିଷୟବସ୍ତୁ ଉପରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଠାରୁ ଭିଡିଓ ମଧ୍ୟ ଆମନ୍ତ୍ରଣ କରୁଛି ଯାହା ଏହାର ପ୍ଲାଟଫର୍ମରେ ପ୍ରଦର୍ଶିତ ହେବ

 

HS



(Release ID: 1745486) Visitor Counter : 322