ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତର ବିକାଶ ଯାତ୍ରାରେ ବାହାନ ସ୍କ୍ରାପିଂ ନୀତି ଆରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ: ପ୍ରଧାନମନ୍ତ୍ରୀ

Posted On: 13 AUG 2021 11:35AM by PIB Bhubaneshwar

ଭାରତର ବିକାଶ ଯାତ୍ରାରେ ଆଜି ଆରମ୍ଭ ହୋଇଥିବା ବାହାନ ସ୍କ୍ରାପିଂ ନୀତି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆଜି ବାହାନ ସ୍କ୍ରାପିଂ ନୀତିର ଶୁଭାରମ୍ଭ ଭାରତ ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ବାହାନ ସ୍କ୍ରାପିଂ ଭିତ୍ତିଭୂମି ସ୍ଥାପନ ପାଇଁ ଗୁଜୁରାଟରେ ଆୟୋଜିତ ନିବେଶକ ସମ୍ମିଳନୀ ସମ୍ଭାବନାର ନୂଆ ଦିଗ ଖୋଲି ଦେଇଛି । ଯୁବପୀଢି ଓ ଷ୍ଟାର୍ଟଅପମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅନୁରୋଧ କରୁଛି ।

ବାହାନ ସ୍କ୍ରାପିଂ ପରିବେଶ ଅନୁକୂଳ ପଦ୍ଧତିରେ ଅନୁପଯୁକ୍ତ ଓ ପ୍ରଦୂଷଣ ବଢାଉଥିବା ବାହାନଗୁଡିକୁ ପର୍ଯ୍ୟାୟ କ୍ରମେ ହଟାଇବାରେ ସାହାଯ୍ୟ କରିବ । ପରିବେଶ ପ୍ରତି ଉତ୍ତରଦାୟିତ୍ୱ ନିର୍ବାହ କରି ସମସ୍ତ ହିତଧାରକଙ୍କ ପାଇଁ ଏକ ବ୍ୟବହାର୍ଯ୍ୟ #circulareconomy ସୃଷ୍ଟି କରିବା ଆମର ଲକ୍ଷ୍ୟ ।    

SR



(Release ID: 1745439) Visitor Counter : 220