ପୋଷ୍ଟ କରାଯିବା ଦିନାଙ୍କ:
07 AUG 2021 5:24PM by PIB Bhubaneswar
ଟୋକିଓ ଅଲିମ୍ପିକ୍ସ 2020 କୁସ୍ତିରେ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଟୋକିଓ 2020ରୁ ଆଉ ଏକ ଆନନ୍ଦଦାୟକ ଖବର! ଚମତ୍କାର ଢଙ୍ଗରେ ବଜରଙ୍ଗ ପୁନିଆ ଲଢେଇ ପ୍ରଦର୍ଶନ କରିଥିଲେ । ଆପଣଙ୍କ ସଫଳତା ପାଇଁ ଆପଣଙ୍କୁ ଅଭିନନ୍ଦନ । ଏହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ ଏବଂ ଖୁସି କରାଇଛି” ।
**********
TRP/