ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଟୋକିଓ ଅଲମ୍ପିକ୍ସ ୨୦୨୦ରେ ଜାଭେଲିନ ଥ୍ରୋ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
07 AUG 2021 6:00PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲମ୍ପିକ୍ସ ୨୦୨୦ରେ ଜାଭେଲିନ ଥ୍ରୋ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଅସାଧାରଣ ଆବେଗର ସହ ଖେଳିଲେ ଓ ଅତୁଳନୀୟ ଧୈର୍ଯ୍ୟ ପ୍ରଦର୍ଶନ କଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଟୋକିଓରେ ଇତିହାସ ରଚାଗଲା! ଆଜି @ନୀରଜ _ଚୋପ୍ରା 1 ଯେଉଁ ସଫଳତା ହାସଲ କରିଛନ୍ତି ଆମେ ତାକୁ ସବୁଦିନ ପାଇଁ ମନେ ରଖିବୁ । ଯୁବକ ନୀରଜ ଉଲ୍ଲେଖନୀୟ ପ୍ରଦର୍ଶନ କଲେ । ସେ ଅସାଧାରଣ ଆବେଗର ସହ ଖେଳିଲେ ଓ ଅତୁଳନୀୟ ଧୈର୍ଯ୍ୟ ପ୍ରଦର୍ଶନ କଲେ । ସ୍ୱର୍ଣ୍ଣପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଉଛି ।#Tokyo2020”
(ରିଲିଜ ଆଡି: 1743688)
ପରିଦର୍ଶକ କାଉଣ୍ଟର : 289
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam