ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସ୍ଥାନୀୟ ହସ୍ତତନ୍ତ ସାମଗ୍ରୀର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ହସ୍ତତନ୍ତରେ ଭାରତର ବିବିଧତା ଏବଂ ଅଗଣିତ ବୁଣାକାର ଓ ଶିଳ୍ପୀଙ୍କ ନୈପୁଣ୍ୟ ପ୍ରତିଫଳିତ ହୁଏ: ପ୍ରଧାନମନ୍ତ୍ରୀ

Posted On: 07 AUG 2021 1:36PM by PIB Bhubaneshwar

ହସ୍ତତନ୍ତରେ ଭାରତର ବିବିଧତା ଏବଂ ଅଗଣିତ ବୁଣାକାର ଓ ଶିଳ୍ପୀଙ୍କ ନୈପୁଣ୍ୟ ପ୍ରତିଫଳିତ ହୁଏ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିବା ସହ ସ୍ଥାନୀୟ ହସ୍ତତନ୍ତ ସାମଗ୍ରୀର ସମର୍ଥନ ପାଇଁ ଆହ୍ୱାନ ଦେଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ହସ୍ତତନ୍ତରେ ଭାରତର ବିବିଧତା ଏବଂ ଅଗଣିତ ବୁଣାକାର ଓ ଶିଳ୍ପୀଙ୍କ ନୈପୁଣ୍ୟ ପ୍ରତିଫଳିତ ହୁଏ । #MyHandloomMyPride ବିଚାରଧାରାକୁ ଆଗେଇ ନେଇ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଆମ ବୁଣାକାରମାନଙ୍କୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧ ହେବା । ଆସନ୍ତୁ ସ୍ଥାନୀୟ ହସ୍ତତନ୍ତ ସାମଗ୍ରୀକୁ ସମର୍ଥନ କରିବା ।”  

ଅଲମ୍ପିକ ମେଡାଲ ବିଜେତା ସାଇଖୋମ ମୀରାବାଈ ଚାନୁଙ୍କ ଟ୍ୱିଟର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟରେ କହିଛନ୍ତି;

“ଗତ କିଛି ବର୍ଷ ହେଲା ହସ୍ତତନ୍ତ ପ୍ରତି ଆଗ୍ରହ ବଢୁଥିବା ପରିଲକ୍ଷିତ ହେଉଛି । @ମୀରାବାଈ ଚାନୁ #MyHandloomMyPride ବିଚାରଧାରାକୁ ସମର୍ଥନ କରୁଥିବାରୁ ଆନନ୍ଦିତ । ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ହସ୍ତତନ୍ତ କ୍ଷେତ୍ର ଅବଦାନ ଦେଇ ଚାଲିଥିବ ବୋଲି ମୋର ଦୃଢ ବିଶ୍ୱାସ ।” 

 

SR



(Release ID: 1743575) Visitor Counter : 184