ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଟିକାକରଣ ସଂଖ୍ୟା ୫୦ କୋଟି ଟପିବା ଦ୍ୱାରା ଭାରତର କୋଭିଡ- ୧୯ ବିରୋଧୀ ଲଢେଇ ମଜବୁତ ହୋଇଛି: ପ୍ରଧାନମନ୍ତ୍ରୀ

Posted On: 06 AUG 2021 9:07PM by PIB Bhubaneshwar

ଭାରତର ଟିକାକରଣ ସଂଖ୍ୟା ୫୦ କୋଟି ଅତିକ୍ରମ କରିଛି । ଏହି ସଂଖ୍ୟା ଆହୁରି ବଢିବ ଓ ଆମ ନାଗରିକମାନେ ସମସ୍ତଙ୍କ ପାଇଁ ଭ୍ୟାକ୍ସିନ, ସମସ୍ତଙ୍କ ପାଇଁ ନିଃଶୁଳ୍ପ ଆନ୍ଦୋଳନ ଅନ୍ତର୍ଗତ ଟିକା ନେବେ ବୋଲି ଭାରତ ଆଶା ରଖିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

 

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଟିକାକରଣ ସଂଖ୍ୟା ୫୦ କୋଟି ଅତିକ୍ରମ କରିଥିବାରୁ ଭାରତର କୋଭିଡ-୧୯ ବିରୋଧୀ ଲଢେଇ ବଳିଷ୍ଠ ପ୍ରୋତ୍ସାହନ ପାଇଛି । ଟିକାକରଣ ସଂଖ୍ୟା ୫୦ କୋଟି ଅତିକ୍ରମ କରିଛି । ଏହି ସଂଖ୍ୟା ବଢିବ ଓ ଆମ ନାଗରିକମାନେ #ସମସ୍ତଙ୍କୁ ଟିକା, ମାଗଣା ଟିକା ଅଭିଯାନ ଅନ୍ତର୍ଗତ ଟିକା ନେବା ସୁନିଶ୍ଚିତ କରିବେ ।

 

SR



(Release ID: 1743448) Visitor Counter : 195