ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
“ବିକ୍ରାନ୍ତର ପ୍ରଥମ ସମୁଦ୍ର ଯାତ୍ରା ପାଇଁ ଭାରତୀୟ ନୌସେନା ଓ କୋଚିନ ସିପୟାର୍ଡ ଲିମିଟେଡକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
04 AUG 2021 9:01PM by PIB Bhubaneswar
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନ ବାହାକ ବିକ୍ରାନ୍ତର ପ୍ରଥମ ସମୁଦ୍ର ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନୌସେନା ଓ କୋଚିନ ସିପୟାର୍ଡ ଲିମିଟେଡକୁ ଅଭିନନ୍ଦନ ଜଣାଇଛନ୍ତି । ମେକ ଇନ ଇଣ୍ଡିଆର ଏହା ଏକ ଅଦ୍ଭୁତ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ଭାରତୀୟ ନୌସେନାର ଡିଜାଇନ ଟିମ ଦ୍ୱାରା ହୋଇଥିବା ବେଳେ @ସିଏସଏଲକୋଚିନ ଦ୍ୱାରା ନିର୍ମାଣ ହୋଇଥିବା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିମାନ ବାହକ ବିକ୍ରାନ୍ତ ଆଜି ପ୍ରଥମ ସମୁଦ୍ର ଯାତ୍ରାରେ ବାହାରିଛି । @ମେକଇନଇଣ୍ଡିଆର ଏହା ଅଭୂତପୂର୍ବ ଉଦାହରଣ । ଏହି ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଥିବାରୁ @ଭାରତୀୟ ନୌସେନା ଓ @ସିଏସଏଲକୋଚିନକୁ ଶୁଭେଚ୍ଛା ଜଣାଉଛି ।”
SR
(ରିଲିଜ ଆଡି: 1742598)
ପରିଦର୍ଶକ କାଉଣ୍ଟର : 219
ଏହି ରିଲିଜ ପଢନ୍ତୁ :
Marathi
,
English
,
Urdu
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam