ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

“ବିକ୍ରାନ୍ତର ପ୍ରଥମ ସମୁଦ୍ର ଯାତ୍ରା ପାଇଁ ଭାରତୀୟ ନୌସେନା ଓ କୋଚିନ ସିପୟାର୍ଡ ଲିମିଟେଡକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 04 AUG 2021 9:01PM by PIB Bhubaneshwar

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନ ବାହାକ ବିକ୍ରାନ୍ତର ପ୍ରଥମ ସମୁଦ୍ର ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନୌସେନା ଓ କୋଚିନ ସିପୟାର୍ଡ ଲିମିଟେଡକୁ ଅଭିନନ୍ଦନ ଜଣାଇଛନ୍ତି । ମେକ ଇନ ଇଣ୍ଡିଆର ଏହା ଏକ ଅଦ୍ଭୁତ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଭାରତୀୟ ନୌସେନାର ଡିଜାଇନ ଟିମ ଦ୍ୱାରା ହୋଇଥିବା ବେଳେ @ସିଏସଏଲକୋଚିନ ଦ୍ୱାରା ନିର୍ମାଣ ହୋଇଥିବା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିମାନ ବାହକ ବିକ୍ରାନ୍ତ ଆଜି ପ୍ରଥମ ସମୁଦ୍ର ଯାତ୍ରାରେ ବାହାରିଛି । @ମେକଇନଇଣ୍ଡିଆର ଏହା ଅଭୂତପୂର୍ବ ଉଦାହରଣ । ଏହି ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଥିବାରୁ @ଭାରତୀୟ ନୌସେନା ଓ @ସିଏସଏଲକୋଚିନକୁ ଶୁଭେଚ୍ଛା ଜଣାଉଛି ।   

 

SR



(Release ID: 1742598) Visitor Counter : 147