ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବ୍ୟାଡମିଣ୍ଟନ ଖେଳାଳି ଶ୍ରୀ ନନ୍ଦୁ ନାଟେକରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 28 JUL 2021 11:50AM by PIB Bhubaneshwar

ବ୍ୟାଡମିଣ୍ଟନ ଖେଳାଳି ଶ୍ରୀ ନନ୍ଦୁ ନାଟେକରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଖେଳ ଇତିହାସରେ ଶ୍ରୀ ନନ୍ଦୁ ନାଟେକରଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି । ସେ ଜଣେ ଉତ୍କୃଷ୍ଟ ବ୍ୟାଡମିଣ୍ଟନ ଖେଳାଳି ଓ ମହାନ କୋଚ ଥିଲେ । ଉଦୀୟମାନ କ୍ରୀଡାବିତଙ୍କ ପାଇଁ ତାଙ୍କ ସଫଳତା ପ୍ରେରଣାଦାୟୀ ହୋଇ ରହିବ । ତାଙ୍କ ମୃତ୍ୟୁରେ ଦୁଃଖିତ । ଦୁଃଖର ଏହି ମୂହୁର୍ତ୍ତରେ ତାଙ୍କ ପରିବାର ଓ ପ୍ରିୟଜନଙ୍କ ସହିତ ରହିଛି । ଓମ ଶାନ୍ତି ।”  

 

SR



(Release ID: 1740046) Visitor Counter : 119