ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲୋକମାନ୍ୟ ତିଲକଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 23 JUL 2021 9:54AM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାନ ଲୋକମାନ୍ୟ ତିଲକଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏକାଧିକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଲୋକମାନ୍ୟ ତିଲକଙ୍କ ନିକଟରେ ତାଙ୍କ ଜୟନ୍ତୀରେ ମୁଁ ନତମସ୍ତକ ହେଉଛି । ତାଙ୍କ ଚିନ୍ତାଧାରା ଓ ନୀତି ପୂର୍ବ ଅପେକ୍ଷା ବର୍ତ୍ତମାନ ସ୍ଥିତିରେ ବେଶୀ ଗୁରୁତ୍ୱ ବହନ କରେ, ଯେତେବେଳେ କି ୧୩୦ କୋଟି ଭାରତୀୟ ଏକ ଆତ୍ମନିର୍ଭର ଭାରତ ଗଠନର ନିଷ୍ପତ୍ତି ନେଇଛନ୍ତି, ଯାହାକି ଅର୍ଥନୈତିକ ଦୃଷ୍ଟିରୁ ସମୃଦ୍ଧ ଏବଂ ସାମାଜିକ ଭାବେ ପ୍ରଗତିଶୀଳ ।

ଲୋକମାନ୍ୟ ତିଲକ ଭାରତୀୟ ମୂଲ୍ୟବୋଧ ଓ ପ୍ରକୃତିର ଦୃଢ଼ ବିଶ୍ୱାସୀ ଥିଲେ । ଶିକ୍ଷା ଓ ମହିଳା ସଶକ୍ତିକରଣ ଦିଗରେ ତାଙ୍କ ମତ ଅନେକଙ୍କୁ ପ୍ରୋତ୍ସାହିତ କରେ । ସେ ଜଣେ ସଂସ୍ଥାନ ନିର୍ମାତା ଥିଲେ ଏବଂ ଅନେକ ଉଚ୍ଚମାନର ସଂସ୍ଥାନର ପୋଷଣ କରିଥିଲେ ଯାହାକି ବହୁବର୍ଷ ଧରି ଅଗ୍ରଣୀ ହୋଇପାରିଛି ।

 

SR



(Release ID: 1738091) Visitor Counter : 178