ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରମୁଖ ବିଜ୍ଞାନ ଶିକ୍ଷାନୁଷ୍ଠାନଗୁଡ଼ିକ ସହିତ ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍
प्रविष्टि तिथि:
08 JUL 2021 3:46PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକର 100ରୁ ଅଧିକ ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା ପରେ ଦେଶର ପ୍ରମୁଖ ବିଜ୍ଞାନ ଓ ପ୍ରଯୁକ୍ତି ଶିକ୍ଷାନୁଷ୍ଠାନଗୁଡ଼ିକ ସହିତ ତାଙ୍କର ଆଲୋଚନା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଏହି ବୈଠକରେ ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ପକ୍ଷରୁ ବିଭିନ୍ନ ତଥ୍ୟ ଉପସ୍ଥାପନା କରାଯାଇଥିଲା। ଆଇଆଇଏସସି ବେଙ୍ଗାଲୁରୁ, ଆଇଆଇଟି ମୁମ୍ବାଇ, ଆଇଆଇଟି ଚେନ୍ନାଇ, ଆଇଆଇଟି କାନପୁର ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଥିଲେ।
ଏକାଧିକ ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି:
ଅଗ୍ରଣୀ ଆଇଆଇଟି ଏବଂ ଆଇଆଇଏସସି ବାଙ୍ଗାଲୋରର ନିର୍ଦ୍ଦେଶକମାନଙ୍କ ସହିତ ଏକ ଉତ୍ସାହପ୍ରଦ ଆଲୋଚନା ହେଲା। ଭାରତକୁ ଗବେଷଣା ଓ ବିକାଶ, ନବୋନ୍ମେଷର କେନ୍ଦ୍ରରେ ପରିଣତ କରିବା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରିବା ଆଦି ବ୍ୟାପକ ବିଷୟ ଉପରେ ମତବିନିମୟ କରାଗଲା।
ରୋବୋଟିକ୍ସ, ଗଣିତ/ବିଜ୍ଞାନ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଭଳି ଶିକ୍ଷା କ୍ଷେତ୍ରରେ ପ୍ରୟାସ, କୋଭିଡ-19 ମୁକାବିଲା ଆଦି ବିଷୟରେ ପ୍ରମୁଖ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଆଇଆଇଏସସି ବାଙ୍ଗାଲୋର ଟିମ୍ ପକ୍ଷରୁ ଉତ୍ସାହପ୍ରଦ ଉପସ୍ଥାପନା କରାଯାଇଥିଲା। ଆତ୍ମନିର୍ଭର ଭାରତ ସଂକଳ୍ପରେ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେମାନେ ଜୋର ଦେଇଥିଲେ।
ନାଇଟ୍ରୋଜେନ ଜେନେରେଟରକୁ ଅକ୍ସିଜେନ ଜେନେରେଟରରେ ପରିଣତ କରିବା, କ୍ୟାନ୍ସର ଚିକିତ୍ସା ପାଇଁ ସେଲ୍ ଥେରାପି ଏବଂ ଏଲଏଏସଇ କାର୍ଯ୍ୟକ୍ରମ, ଡିଜିଟାଲ ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ନାତୋକୋତ୍ତର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସ ଭଳି ସେମାନଙ୍କର ଶିକ୍ଷାକ୍ଷେତ୍ରରେ ଉଦ୍ଭାବନ ସମ୍ପର୍କରେ ବିସ୍ତୃତ ଭାବେ ଜାଣି ମୁଁ ଆନନ୍ଦିତ ହେଲି।
ଆଇଆଇଟି ମାଡ୍ରାସର ଟିମ୍ କୋଭିଡ୍କୁ ପ୍ରତିହତ କରିବା ପ୍ରୟାସ ଯେପରିକି ଏକ ମଡ୍ୟୁଲ୍ ହସ୍ପିଟାଲ ପ୍ରତିଷ୍ଠା, ହଟସ୍ପଟ ଅନୁମାନ, ସେମାନଙ୍କ ବହୁମୁଖୀ ଗବେଷଣା ଓ ପ୍ରୋଗ୍ରାମିଂ ଡାଟା ସାଇନ୍ସରେ ଅନଲାଇନ ବିଏସସି ପାଠ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ସେମାନେ ସାରା ଭାରତରେ ଉନ୍ନତ ଡିଜିଟାଲ କଭରେଜ ଉପରେ ମଧ୍ୟ କାମ କରୁଛନ୍ତି।
ଆଇଆଇଟି କାନପୁର ବ୍ଲକ୍ଚେନ୍ ପ୍ରଯୁକ୍ତିରେ ଭବିଷ୍ୟତର ଗବେଷଣା ଓ ନବୋନ୍ମେଷ, ବାୟୁ ଗୁଣବତ୍ତାର ଅନୁଧ୍ୟାନ, ଇଲେକ୍ଟ୍ରୋନିକ୍ସ ଫୁଏଲ୍ ଇଞ୍ଜେକ୍ସନ ଏବଂ ଅନ୍ୟ ବିଷୟର କେନ୍ଦ୍ର ପାଲଟିଥିବା ଦେଖି ଗର୍ବ ଅନୁଭବ ହୋଇଥିଲା। ଷ୍ଟାର୍ଟଅପ୍ସକୁ ଦିଆଯାଉଥିବା ସହାୟତା, ପେସାଦାରମାନଙ୍କ ଦକ୍ଷତାରେ ବୃଦ୍ଧି ଭାରତର ଯୁବଶକ୍ତିଙ୍କୁ ଯଥେଷ୍ଟ ଲାଭ ପ୍ରଦାନ କରିବ।
ଏହି ବୈଠକର ସମ୍ପୂର୍ଣ୍ଣ ବିବରଣୀ ଜାଣିବା ଲାଗି ଏଠାରେ କ୍ଲିକ୍ କରନ୍ତୁ-
https://pib.gov.in/PressReleseDetail।aspx?PRID=1733638
*********
P.S
(रिलीज़ आईडी: 1733925)
आगंतुक पटल : 288
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam