ପୋଷ୍ଟ କରାଯିବା ଦିନାଙ୍କ:
23 JUN 2021 8:45AM by PIB Bhubaneswar
ବିଭିନ୍ନ ଅଲିମ୍ପିକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିବା ପ୍ରତିଯୋଗୀଙ୍କ ପାଇଁ ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଲିମ୍ପିକ ଦିବସ ଅବସରରେ କହିଛନ୍ତି । ଏହାସହିତ ସେ ଟୋକିଓ ଅଲିମ୍ପିକରେ ଭାଗ ନେଉଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ ଯୋଗେ ଜଣାଇଛନ୍ତି:
ଆଜି ଅଲିମ୍ପିକ ଦିବସରେ ବିଭିନ୍ନ ଅଲିମ୍ପିକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଉଛି । କ୍ରୀଡା ପ୍ରତି ଅବଦାନ ଓ ଅନ୍ୟ କ୍ରୀଡାବିତଙ୍କୁ ପ୍ରେରଣା ଯୋଗାଇ ଥିବାରୁ ଦେଶ ସେମାନଙ୍କ ପାଇଁ ଗର୍ବିତ ।
ଆଉ କିଛି ସପ୍ତାହ ମଧ୍ୟରେ @Tokyo2020 ଆରମ୍ଭ ହେବ । ପ୍ରତିଭାବାନ ଆଥଲେଟଙ୍କୁ ନେଇ ଗଠିତ ଆମ ଦଳକୁ ଅନେକ ଶୁଭେଚ୍ଛା ଜଣାଉଛି । ଅଲିମ୍ପିକ ଅବ୍ୟବହିତ ପୂର୍ବରୁ ମାଇଁଗଭ କ୍ୱିଜ ଆୟୋଜନ କରୁଛୁ । ମୁଁ ସମସ୍ତଙ୍କୁ ବିଶେଷ କରି ଯୁବ ବନ୍ଧୁମାନଙ୍କୁ ଏଥିରେ ଭାଗ ନେବାକୁ ନିବେଦନ କରୁଛି । https://quiz.mygov.in/quiz/road-to-tokyo-2020/
SR