ଆୟୁଷ

ସପ୍ତମ ଆନ୍ତର୍ଜାତିକ ଯୋଗଦିବସ ୨୦୨୧ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏମ୍‌-ଯୋଗ ଆପ୍‌ର ଶୁଭାରମ୍ଭ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହଯୋଗରେ ଭାରତ ସରକାର ବିକଶିତ କରିଛନ୍ତି ଏମ୍‌-ଯୋଗ ମୋବାଇଲ ଆପ୍

Posted On: 21 JUN 2021 4:46PM by PIB Bhubaneshwar

ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘WHO ଏମ ଯୋଗ’ ଆପ୍‌ର ଶୁଭାରମ୍ଭ କରିଛନ୍ତି । ସାଧାରଣ ଯୋଗ ମାର୍ଗଦର୍ଶିକା ଉପରେ ପ୍ରସ୍ତୁତ ଏମ-ଆପ୍‌ ବିଭିନ୍ନ ଭାଷାରେ ଯୋଗ ତାଲିମ ଓ ଅଭ୍ୟାସ ସମ୍ପର୍କରେ ସୂଚନା ପ୍ରଦାନ କରିବ । ଆଧୁନିକ ପ୍ରଯୁକ୍ତି ଓ ପ୍ରାଚୀନ ବିଜ୍ଞାନର ଏକ ସମ୍ମିଶ୍ରଣ ଏହି ଆପ୍ ଯୋଗକୁ ବିଶ୍ୱବ୍ୟାପୀ ଲୋକପ୍ରିୟ କରିବା ସହ “ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ” ଉଦ୍ୟମକୁ ଫଳପ୍ରଦ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଯେତେବେଳେ ଭାରତ ଜାତିସଂଘରେ ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ପ୍ରସ୍ତାବ ଦେଲା ସେତେବେଳେ ଯୋଗ ବିଜ୍ଞାନକୁ ସମଗ୍ର ବିଶ୍ୱରେ ପରିଚିତ କରାଇବା ଆମ ଉଦ୍ଦେଶ୍ୟ ଥିଲା । ଆଜି ଭାରତ ଜାତିସଂଘ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ବର୍ତ୍ତମାନ ପୃଥିବୀ ଏମ-ଯୋଗ ଆପ୍‌ର ଶକ୍ତି ପାଇବାକୁ ଯାଉଛି । ଯୋଗର ସାଧାରଣ ମାର୍ଗଦର୍ଶିକା ଅନୁଯାୟୀ ଏହି ଆପ୍ ଜରିଆରେ ଯୋଗ ତାଲିମ ଓ ଅଭ୍ୟାସର ଅନେକ ଭିଡିଓ ବିଭିନ୍ନ ଭାଷାରେ ରହିଛି । ଏହା ମଧ୍ୟ ପ୍ରାଚୀନ ବିଜ୍ଞାନ ଓ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଏକ ସମ୍ମିଶ୍ରଣ । ମୁଁ ନିଶ୍ଚିତ ଯେ ଏମ୍‌-ଯୋଗ ଆପ୍ ବଳରେ ଯୋଗ ବିଶ୍ୱ ବିଖ୍ୟାତ ହେବା ସହ ‘ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ ର୍’ ଲକ୍ଷ୍ୟ ହାସଲ ହୋଇପାରିବ । 

 ଏହି ମୋବାଇଲ ଆପ୍ ଯୋଗକୁ ଲୋକାଭିମୁଖୀ କରିବାରେ ସହାୟକ ହେବା ସହ ବିଶେଷକରି ଚାଲିଥିବା ବୈଶ୍ୱିକ ମହାମାରୀ କାଳରେ ଜନସାଧାରଣଙ୍କ କଲ୍ୟାଣ ସାଧନ କରିବ । କୋଭିଡ-୧୯ ମହାମାରୀ ସୁସ୍ଥ ରୋଗୀମାନଙ୍କ ସ୍ୱାସ୍ଥ୍ୟର ପୁନର୍ବିନ୍ୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

 

ପୂର୍ବାଭାସ: 

 ଆୟୁଷ ମନ୍ତ୍ରଣାଳୟ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୧୯ ମସିହାରେ ମୋବାଇଲ ଯୋଗ ଉପରେ ଏକ ପ୍ରକଳ୍ପ ମିଳିତଭାବେ ହାତକୁ ନେଇଥିଲେ । ଆଗାମୀ ୨୦୩୦ ସୁଦ୍ଧା ମିଳିତ ଜାତିସଂଘର ସାର୍ବଜନୀନ ସ୍ୱାସ୍ଥ୍ୟ ସୁବିଧା ନିରନ୍ତର ବିକାଶ ଲକ୍ଷ୍ୟରେ ‘ସୁସ୍ଥ ରୁହ, ଚାଲୁଥାଅ’(ବି.ଏଚ.ବି.ଏମ୍‌) ପରିକଳ୍ପନାର ଏକ ଅଂଶବିଶେଷ ଏହି ଆପ୍ । 

ସୁସ୍ଥ ରୁହ ଓ ଚାଲୁଥାଅ ‘‘Be Healthy, Be Mobile’’ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଏକ ପଦକ୍ଷେପ ଯାହା ଦ୍ୱାରା ଜାତୀୟ ସ୍ୱାସ୍ଥ୍ୟ ପଦ୍ଧତି ପରିସର ମଧ୍ୟରେ ଅଣ ସଂକ୍ରାମକ ରୋଗ ବିରୁଦ୍ଧରେ ସଂଗ୍ରାମ । 

 ଉପରୋକ୍ତ ଲକ୍ଷ୍ୟପୂରଣ ନିମନ୍ତେ ଜୁଲାଇ, ୨୦୧୯ରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଓ ଆୟୁଷ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏମ-ଯୋଗ ପ୍ରକଳ୍ପ ଚାରିଟି ବିଷୟ ଉପରେ ଗୁରୁତ୍ୱ ଆରୋପ କରିଥାଏ ।

(୧) ସାଧାରଣ ସୁଧାର ଦୃଷ୍ଟିରୁ ସମସ୍ତଙ୍କ ପାଇଁ ଯୋଗ ମାର୍ଗଦର୍ଶିକା ।

(୨) ମାନସିକ ସ୍ୱାସ୍ଥ୍ୟ ଓ ନମନୀୟତା ନିମନ୍ତେ ଯୋଗ ।

(୩) କିଶୋର କିଶୋରୀ ମାନଙ୍କ ପାଇଁ ଯୋଗ ଏବଂ 

(୪) ମଧୁମେହ ପୂର୍ବବର୍ତ୍ତୀ ଅବସ୍ଥାରେ ଯୋଗ ।

ଏହିସବୁ ବିଷୟକୁ ନେଇ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ (MDNIY) ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଯୁକ୍ତି ଅଂଶୀଦାରଙ୍କ ସହ ଆଲୋଚନା କରି ମୋବାଇଲ ଆପ୍‌ର ବିକାଶ ସହ ଏହାର ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରିବେ । ହ୍ୟାଣ୍ଡବୁକ୍ କାର୍ଯ୍ୟ ଚୂଡାନ୍ତ ଅବସ୍ଥାରେ ପହଂଚିବା ସହ ଏହି ଆପ୍ ବର୍ତ୍ତମାନ ଜାତିସଂଘର ଦୁଇଟି ସରକାରୀ ଭାଷା ଇଂରାଜୀ ଓ ହିନ୍ଦୀରେ ଉପଲବ୍ଧ ହେଉଛି । (MDNIY)ପ୍ରତିଷ୍ଠାନ ଯୋଗର ସାଧାରଣ ମାର୍ଗଦର୍ଶିକା ଆୟୁଷ ମନ୍ତ୍ରଣାଳୟ ଓ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜାତିସଂଘର ଛଅଟି ମୁଖ୍ୟ ଭାଷାରେ ପ୍ରସ୍ତୁତ କରିବାରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

 

*****

SM / SLP



(Release ID: 1729172) Visitor Counter : 195