କ୍ୟାବିନେଟ

ଡିପିଆଇଆଇଟି ସଚିବ ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ ବିୟୋଗରେ କ୍ୟାବିନେଟ ସଚିବଙ୍କ ଶୋକ

Posted On: 19 JUN 2021 11:07AM by PIB Bhubaneshwar

ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ ଅକାଳ ବିୟୋଗରେ କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଶୋକ ବାର୍ତ୍ତାରେ ଶ୍ରୀ ଗୌବା କହିଛନ୍ତି-

“ଡଃ ମହାପାତ୍ର ମୋର ଜଣେ ପ୍ରିୟ ସହକର୍ମୀ ଏବଂ ପ୍ରଗତିଶୀଳ ଚିନ୍ତାଧାରା ତଥା ନେତୃତ୍ୱର ଅସାଧାରଣ ଗୁଣ ସହିତ ଉଚ୍ଚକୋଟୀର ପ୍ରଶାସନିକ ଅଧିକାରୀ ଥିଲେ ।

କୋଭିଡ-19 ମହାମାରୀ ବିରୋଧରେ ଚାଲିଥିବା ସଂଗ୍ରାମରେ ସେ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଥିଲେ ।

କରୋନା ସଂକ୍ରମଣରୁ ସୁସ୍ଥ ହୋଇନଥିଲେ ମଧ୍ୟ ସେ ଦୀର୍ଘ ସମୟ ଧରି କାର୍ଯ୍ୟ କରୁଥିଲେ । ବର୍ତ୍ତମାନର ଅତ୍ୟଧିକ ଆହ୍ଵାନ ମୂଳକ ପରିସ୍ଥିତିରେ ସାରା ଦେଶର ଅମ୍ଳଜାନ ଯୋଗାଣ ଉପରେ ସେ ତୀକ୍ଷ୍ଣ ଦୃଷ୍ଟି ରଖୁଥିଲେ ।

ସକ୍ରିୟ ଆଭିମୁଖ୍ୟ ଏବଂ ଜନସେବା ପ୍ରତି ତାଙ୍କର ପ୍ରତିବଦ୍ଧତା ପାଇଁ ସେ ସ୍ମରଣୀୟ ହୋଇ ରହିବେ । ତାଙ୍କର ଅକାଳ ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ମୋର ଗଭୀର ସମବେଦନା ଜଣାଉଛି” ।

 

**********

TRP/



(Release ID: 1728693) Visitor Counter : 157