ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କିମ୍ବଦନ୍ତୀ କ୍ରୀଡାବିତ ଶ୍ରୀ ମିଲଖା ସିଂଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 19 JUN 2021 8:16AM by PIB Bhubaneshwar

କିମ୍ବଦନ୍ତୀ କ୍ରୀଡାବିତ ଶ୍ରୀ ମିଲଖା ସିଂ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ଶ୍ରୀ ମୋଦୀ ତାଙ୍କୁ ଜଣେ ମହାନ କ୍ରୀଡ଼ାବିତ ଭାବରେ ବର୍ଣ୍ଣନା କରିଛନ୍ତି, ଯିଏକି ଦେଶର ସାମୂହିକ ଭାବନାକୁ ପ୍ରତିଫଳିତ କରୁଥିଲେ  ଏବଂ ଅଗଣିତ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିଲେ ।

ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଶ୍ରୀ ମିଲଖା ସିଂ ଜୀଙ୍କ ବିୟୋଗରେ ଆମେ ଜଣେ ମହାନ କ୍ରୀଡ଼ାବିତଙ୍କୁ ହରାଇଲୁ, ଯିଏକି ଅସଂଖ୍ୟ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ତାଙ୍କର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଯୋଗୁଁ ସେ କୋଟି କୋଟି ଲୋକଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ତାଙ୍କ ବିୟୋଗରେ ମୁଁ ବିଶେଷ ଭାବେ ମର୍ମାହତ ।

କିଛି ଦିନ ପୂର୍ବେ ମୁଁ ଶ୍ରୀ ମିଲଖା ସିଂ ଜୀଙ୍କ ସହ କଥା ହୋଇଥିଲି । ମୁଁ ଆଦୌ କଳ୍ପନା କରିନଥିଲି ଯେ ଏହା ଆମର ଶେଷ ବାର୍ତ୍ତାଳାପ ହେବ ଅନେକ ଉଦୀୟମାନ କ୍ରୀଡାବିତ ତାଙ୍କ ଜୀବନ ଯାତ୍ରାରୁ ପ୍ରେରଣା ପାଇବେ ତାଙ୍କ ପରିବାର ଏବଂ ସମଗ୍ର ବିଶ୍ୱରେ ଥିବା ତାଙ୍କର ପ୍ରଶଂସକଙ୍କ ପ୍ରତି ମୋର ସମବେଦନା” । 

 

**********

TRP/


(रिलीज़ आईडी: 1728466) आगंतुक पटल : 179
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam