ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ୭୦ ଦିନ ପରେ ସକ୍ରିୟ କରୋନା ମାମଲା ୯ ଲକ୍ଷ ତଳକୁ ହ୍ରାସ ପାଇଛି

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨,୨୨୪ ନୂଆ କରୋନା ମାମଲା ଆସିଛି

ଗତ ଏକ ମାସ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି

ସୁସ୍ଥତା ହାର ୯୫.୮୦%କୁ ବୃଦ୍ଧି ପାଇଛି

ଦୈନିକ ପଜିଟିଭିଟି ହାର ଏବେ ଅଛି ୩.୨୨%, କ୍ରମାଗତ ୯ ଦିନ ଧରି ଏହା ୫% ତଳେ ରହିଛି

Posted On: 16 JUN 2021 10:52AM by PIB Bhubaneshwar

ଭାରତରେ ଦୈନିକ ନୂଆ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨,୨୨୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଆଜିକୁ ୯ ଦିନ ହେଲା ଦୈନିକ ନୂଆ ସଂକ୍ରମଣ ୧ ଲକ୍ଷ ତଳେ ରହିଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ସରକାରଙ୍କ ମିଳିତ ପ୍ରଚେଷ୍ଟା ଯୋଗୁ ଏହା ସମ୍ଭବ ହୋଇପାରିଛି ।

https://static.pib.gov.in/WriteReadData/userfiles/image/image001F4JM.jpg

ଭାରତରେ ମଧ୍ୟ ସକ୍ରିୟ କରୋନା ମାମଲା କ୍ରମାଗତ ଭାବେ ହା୍ରସ ପାଇଚାଲିଛି । ଆଜି ଦେଶରେ ସକ୍ରିୟ ମାମଲା ରହିଛି ୮,୬୫,୪୩୨ । ୭୦ ଦିନ ପରେ ସକ୍ରିୟ ମାମଲା ୯ ଲକ୍ଷ ତଳକୁ ଆସିପାରିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୪୭,୯୪୬ ହ୍ରାସ ହୋଇଛି ଏବଂ ଏବେ ସକ୍ରିୟ ମାମଲା ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୨.୯୨% ରହିଛି ।

https://static.pib.gov.in/WriteReadData/userfiles/image/image002WXRW.jpg

କୋଭିଡ-୧୯ ସଂକ୍ରମଣରୁ ଦୈନିକ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଆଜିକୁ ଗତ ୩୪ ଦିନ ହେଲା ଭାରତରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୦୭,୬୨୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ତୁଳନାରେ ୪୫ ହଜାର ଅଧିକ (୪୫,୪୦୪) ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image00339EW.jpg

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ କୋଭିଡ-୧୯ ସଂକ୍ରମଣରୁ ଏ ପର୍ଯ୍ୟନ୍ତ ୨,୮୩,୮୮,୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧,୦୭,୬୨୮ ଜଣ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ମୋଟ ସୁସ୍ଥତା ହାର ୯୫.୮୦%କୁ ବୃଦ୍ଧି ପାଇଛି ଏବଂ ଏହା କ୍ରମେ ବୃଦ୍ଧି ପାଉଛି ।

https://static.pib.gov.in/WriteReadData/userfiles/image/image0040MNI.jpg

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୯,୩୦,୯୮୭ ଟେଷ୍ଟ କରାଯାଇଛି । ମୋଟ ଉପରେ ଭାରତରେ ୩୮.୩୩ କୋଟି (୩୮,୩୩,୦୬,୯୭୧)ରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶରେ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ହ୍ର୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଏବେ ସାପ୍ତାହିକ ପଜିଟିଭିଟି ହାର ୪.୧୭% ରହିଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୩.୨୨% । କ୍ରମାଗତ ୯ ଦିନ ଧରି ଦୈନିକ ପଜିଟିଭିଟି ହାର ୫% ତଳେ ରହିଛି ।

https://static.pib.gov.in/WriteReadData/userfiles/image/image00564WJ.jpg

ଭାରତରେ ମୋଟ କୋଭିଟି ଟିକାକରଣ ଗତକାଲି ୨୬ କୋଟିକୁ ଅତିକ୍ରମ କରିଯାଇଛି । ଆଜି ସକାଳ ୭ଟା ସୁଦ୍ଧା ସଂଗ୍ୟହୀତ ରିପୋର୍ଟ ଅନୁଯାୟୀ ଦେଶରେ ଏ ପର୍ଯ୍ୟନ୍ତ ମୋଟ ୩୬,୧୭,୦୯୯ ସେସନରେ ୨୬,୧୯,୭୨,୦୧୪ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୮,୦୦,୪୫୮ ଡୋଜ୍ ଟିକା ଦିଆଯାଇଛି ।

 

HCWs

1st Dose

1,00,79,330

2nd Dose

70,00,612

FLWs

1st Dose

1,69,10,170

2nd Dose

89,10,305

Age Group 18-44 years

1st Dose

4,51,03,965

2nd Dose

9,00,035

Age Group 45 to 60 years

1st Dose

7,72,98,842

2nd Dose

1,22,00,449

Over 60 years

1st Dose

6,32,89,614

2nd Dose

2,02,78,692

Total

26,19,72,014

****

SR



(Release ID: 1727581) Visitor Counter : 156