ପୋଷ୍ଟ କରାଯିବା ଦିନାଙ୍କ:
13 JUN 2021 11:28AM by PIB Bhubaneswar
ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦,୮୩୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଗତ ଛଅ ଦିନ ଧରି ଦେଶରେ ଦୈନିକ ନୂଆ କରୋନା ମାମଲା ୧ ଲକ୍ଷ ତଳେ ରହୁଛି । କେନ୍ଦ୍ର ସରକାର ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାର ମାନଙ୍କ ମିଳିତ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ।

ଭାରତରେ ସକ୍ରିୟ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଇଚାଲିଛି । ଆଜି ଦେଶରେ ସକ୍ରିୟ ମାମଲା ରହିଛି ୧୦,୨୬,୧୫୯ । ଗତ ୧୩ ଦିନ ଧରି ସକ୍ରିୟ ମାମଲା ୨୦ ଲକ୍ଷ ତଳେ ରହିଛି ।
ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୫୪,୫୩୧ ହ୍ରାସ ହୋଇଛି ଏବଂ ଦେଶର ମୋଟ ପଜିଟିଭ୍ ମାମଲାର ଏବେ ମାତ୍ର ୩.୪୯% ରହିଛି ସକ୍ରିୟ ମାମଲା ।

କୋଭିଡ-୧୯ ସଂକ୍ରମଣରୁ ଦୈନିକ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଗତ ୩୧ ଦିନ ଧରି ଦୈ÷ନିକ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୩୨,୦୬୨ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଆସିଥିବା ନୂଆ କରୋନା ମାମଲା ତୁଳନାରେ ୫୧,୨୨୮ ଜଣ ଅଧିକ ସୁସ୍ଥ ହୋଇଛନ୍ତି ।

କୋଭିଡ ମହାମାରୀ ଆରମ୍ଭ ହେବା ପରଠାରୁ ୨,୮୦,୪୩,୪୪୬ ଜଣ ଆକ୍ରାନ୍ତ କୋଭିଡ-୧୯ ସଂକ୍ରମଣକୁ ସୁସ୍ଥ ହୋଇପାରିଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧,୩୨,୦୬୨ ଜଣ ଆକ୍ର୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ମୋଟ ସୁସ୍ଥତା ହାର ୯୫.୨୬% ହୋଇଛି ଏବଂ ଏହା କ୍ରମାଗତ ଭାବେ ବୃୃଦ୍ଧି ପାଉଛି ।

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୯,୦୦,୩୧୨ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୩୮.୮୧ କୋଟି (୩୭,୮୧,୩୨,୪୭୪)ରୁ ଅଧିକ ଟେଷ୍ଟ କରାଯାଇଛି ।
ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଉଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଏବେ ସାପ୍ତାହିକ ପଜିଟିଭିଟି ହାର ୪.୭୪% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୪.୨୫% । ଦୈନିକ ପଜିଟିଭିଟି ହାର ଗତ ୨୦ ଦିନ ଧରି ୧୦% ତଳେ ରହିଛି ।

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଗତକାଲି ସୁଦ୍ଧା ମୋଟ ଟିକାକରଣ ୨୫ କୋଟିକୁ ଅତିକ୍ରମ କରିଯାଇଛି । ଗତ ୨୪ ଘଣ୍ଟାରେ ୩୪,୮୪,୨୩୯ ଟିକା ଦିଆଯାଇଛି ।
ଆଜି ସକାଳ ୭ଟା ସୁଦ୍ଧା ମୋଟ ୩୫,୦୫,୫୩୫ ସେସନରେ ମୋଟ ୨୫,୩୧,୯୫,୦୪୮ ଟିକା ଦିଆଯାଇଛି ।
|
HCWs
|
1st Dose
|
1,00,48,183
|
|
2nd Dose
|
69,63,347
|
|
FLWs
|
1st Dose
|
1,67,28,272
|
|
2nd Dose
|
88,42,292
|
|
Age Group 18-44 years
|
1st Dose
|
4,02,15,561
|
|
2nd Dose
|
6,77,853
|
|
Age Group 45 to 60 years
|
1st Dose
|
7,54,28,713
|
|
2nd Dose
|
1,19,42,926
|
|
Over 60 years
|
1st Dose
|
6,24,72,732
|
|
2nd Dose
|
1,98,75,169
|
|
Total
|
25,31,95,048
|
****
SR