ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲେଖକୀୟ ଦକ୍ଷତା ଉପଯୋଗ କରି ଦେଶର ବୌଦ୍ଧିକ ପ୍ରବାହରେ ସାମିଲ ହେବାକୁ ଯୁବପୀଢିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

Posted On: 08 JUN 2021 8:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବପୀଢିଙ୍କୁ 'YUVA: ଯୁବ ଲେଖକଙ୍କୁ ପରାମର୍ଶ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା' ସମ୍ପର୍କରେ ଅବଗତ ହେବାକୁ ଆହ୍ୱାନ ଦେଇଛନ୍ତି । ଭବିଷ୍ୟତର ନେତୃତ୍ୱ ପାଇଁ ଯୁବ ଶିକ୍ଷାର୍ଥୀଙ୍କୁ ପ୍ରସ୍ତୁତ କରିବା ଏହି ଜାତୀୟ ଯୋଜନାର ଉଦ୍ଦେଶ୍ୟ ।

ଏକ ଟ୍ୱିଟରେ ଶ୍ରୀ ମୋଦୀ କହିଛନ୍ତି, ଯୁବପୀଢିଙ୍କୁ ଲେଖକୀୟ ଦକ୍ଷତା ଉପଯୋଗ କରି ଭାରତର ବୌଦ୍ଧିକ ପ୍ରବାହରେ ଯୋଗଦାନ କରିବା ପାଇଁ ଏହା ଆକର୍ଷଣୀୟ ସୁଯୋଗ । ଅଧିକ ଜାଣିବା ପାଇଁ https://innovateindia.mygov.in/yuva/

ଜାତୀୟ ଶିକ୍ଷାନୀତି ୨୦୨୦ରେ ଯୁବପୀଢିର ଚିନ୍ତନକୁ ମଜବୁତ କରିବା ଓ ଶିଖିବାର ପରିସଂସ୍ଥାନ ପ୍ରସ୍ତୁତ କରିବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଯାହା ଭବିଷ୍ୟତର ନେତୃତ୍ୱ ନେବା ପାଇଁ ଯୁବ ଶିକ୍ଷାର୍ଥୀଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହି ଜାତୀୟ ଯୋଜନା ପ୍ରଣୟନ ହୋଇଛି । ଏହି ଲକ୍ଷ୍ୟ ପୂରଣ ଓ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ଜାତୀୟ ଯୋଜନା YUVA: ଯୁବ ଲେଖକଙ୍କୁ ପରାମର୍ଶ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା ଆଗାମୀ କାଲିର ନେତାମାନଙ୍କ ଭିତ୍ତି ମଜବୁତ କରିବାରେ ପ୍ରମୁଖ ଭୂମିକା ତୁଲାଇବ ।

ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏହି ଯୋଜନା ଭାରତୀୟ ସାହିତ୍ୟର ଅଗ୍ରଦୂତମାନଙ୍କ ବିକାଶ ପାଇଁ ପରିକଳ୍ପନା କରାଯାଇଛି । ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନରେ ରହିଛି ଓ ଭାରତର ଏହି ଦେଶୀୟ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିବା ପାଇଁ ଏହାକୁ ବିଶ୍ୱସ୍ତରରେ ଉପସ୍ଥାପିତ କରିବା ଜରୁରୀ ।

 

SR



(Release ID: 1726002) Visitor Counter : 135