ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କ୍ୟୁଏସ ବିଶ୍ଵ ବିଦ୍ୟାଳୟ ମାନ୍ୟତା 2022ର ଶ୍ରେଷ୍ଠ 200 ସ୍ଥାନରେ ରହିଥିବା ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଏସସି ବେଙ୍ଗାଲୁରୁକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ଗବେଷଣା ପାଇଁ ଆଇଆଇଏସସି ବେଙ୍ଗାଲୁରୁ ବିଶ୍ୱ ସ୍ତରରେ ଅଧିକାର କଲା ପ୍ରଥମ ସ୍ଥାନ
ପୋଷ୍ଟ କରାଯିବା ଦିନାଙ୍କ:
09 JUN 2021 7:56PM by PIB Bhubaneswar
ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଏସସି ବେଙ୍ଗାଲୁରୁ କ୍ୟୁଏସ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ମାନ୍ୟତା 2022ର ଶ୍ରେଷ୍ଠ 200 ସ୍ଥାନ ମଧ୍ୟରେ ରହିଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଆଇଆଇଏସସି ବେଙ୍ଗାଲୁରୁ, ଆଇଆଇଟି ବମ୍ବେ ଏବଂ ଆଇଆଇଟି ଦିଲ୍ଲୀକୁ ଅଭିନନ୍ଦନ । ଭାରତର ଅଧିକ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ଯେପରି ବିଶ୍ୱସ୍ତରରେ ଉତ୍କର୍ଷତା ହାସଲ କରିବ ଏବଂ ଯୁବକମାନଙ୍କ ମଧ୍ୟରେ ଜ୍ଞାନ ଓ ମେଧାଶକ୍ତି ବୃଦ୍ଧି ପାଇବ ସେଥିପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି । https://pib.gov.in/PressReleasePage.aspx?PRID=1725638”
**********
TRP/
(ରିଲିଜ ଆଡି: 1725796)
ପରିଦର୍ଶକ କାଉଣ୍ଟର : 256
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam