ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ବ୍ୟାଟେରୀ ଚାଳିତ ଯାନର ପଞ୍ଜୀକରଣ ପ୍ରମାଣପତ୍ର(ଆରସି) ନବୀକରଣ ସମୟରେ ଫି ଛାଡ କରିବା ପାଇଁ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଚିଠା ବିଜ୍ଞପ୍ତି ଜାରି

Posted On: 01 JUN 2021 10:45AM by PIB Bhubaneshwar

ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧ ମେ’ ମାସ ୨୭ତାରିଖରେ ଏକ ଚିଠା ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ରେ କେତେକ ସଂଶୋଧନ କରାଯାଇ ବ୍ୟାଟେରୀ ଚାଳିତ ଯାନର ପଞ୍ଜୀକରଣ ପ୍ରମାଣପତ୍ର (ଆର.ସି.) ନବୀକରଣ କ୍ଷେତ୍ରରେ କିଛି ସୁବିଧା ପ୍ରଦାନ ବ୍ୟବସ୍ଥା ରହିଛି ।

ଏହି ଚିଠା ବିଜ୍ଞପ୍ତି ଅନୁସାରେ ବ୍ୟାଟେରୀ ଚାଳିତଯାନର ରେଜିଷ୍ଟ୍ରେସନ ସାର୍ଟିଫିକେଟ ନବୀକରଣ ସମୟରେ ଫି ଦେବାକୁ ପଡିବ ନାହିଁ । ଉଭୟ ନବୀକରଣ ଓ ନୂଆ ରେଜିଷ୍ଟ୍ରେସନ ମାର୍କ ପ୍ରଦାନ କ୍ଷେତ୍ରରେ ବ୍ୟାଟେରୀ ଚାଳିତ ଯାନ ଫି ମୁକ୍ତ ରହିବ । ଇ-ମୋବିଲିଟିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି । 

ଏହି ଚିଠା ବିଜ୍ଞପ୍ତି ପ୍ରକାଶ ପାଇବାର ଏକ ମାସ ମଧ୍ୟରେ ସର୍ବସାଧାରଣ ଓ ସମ୍ପୃକ୍ତ ସମସ୍ତ ପକ୍ଷ ନିଜର ମତାମତ ଏବଂ ପ୍ରତିକ୍ରିୟା ଦାଖଲ କରିପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

*****

TKM / SLP



(Release ID: 1723516) Visitor Counter : 215