ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ସକ୍ରିୟ କରୋନା ମାମଲା ୨୨,୨୮,୭୨କୁ ହ୍ରାସ, ଗତ ୨୪ ଘଣ୍ଟା ମଧ୍ୟରେ ୧,୧୪,୪୨୮ ହ୍ରାସ

ଦୈନିକ ନୂଆ ସଂକ୍ର୍ରମଣ ୧.୭୩ ଲକ୍ଷ,୪୫ ଦିନ ମଧ୍ୟରେ ସର୍ବନିମ୍ନ

ଗତ ଦୁଇ ଦିନ ଧରି ଦୈନିକ ନୂଆ ସଂକ୍ରମଣ ୨ ଲକ୍ଷ ତଳେ ରହିଛି

କ୍ରମାଗତ ୧୬ ଦିନରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି

ସୁସ୍ଥତା ହାର ୯୦.୮୦%କୁ ବୃଦ୍ଧି

ଦୈନିକ ପଜିଟିଭିଟି ହାର ରହିଛି ୮.୩୬%, କ୍ରମାଗତ ପଞ୍ଚମ ଦିନରେ ୧୦%ରୁ କମ୍ ରହିଛି

ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ମୋଟ ଟେଷ୍ଟିଂ ୩୪.୧ କୋଟିକୁ ବୃଦ୍ଧି

Posted On: 29 MAY 2021 10:20AM by PIB Bhubaneshwar

ଭାରତରେ ମୋଟ ସକ୍ରିୟ କରୋନା ମାମଲା ଆଜି ୨୨,୨୮,୭୨୪କୁ ହ୍ରାସ ପାଇଛି । ୨୦୨୧ ମେ ୧୦ ତାରିଖରେ ସକ୍ରିୟ ମାମଲା ଶୀର୍ଷରେ ରହିବା ସହ କ୍ରମେ ହ୍ରାସ ପାଇ ଚାଲିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୧,୧୪,୪୨୮ ମାମଲା ହ୍ରାସ ପାଇଛି । ଦେଶର ମୋଟ ପଜିଟିଭ୍ ମାମଲାର ୮.୦୪% ମାମଲା ଅଛି ସକ୍ରିୟ ମାମଲା ।

https://static.pib.gov.in/WriteReadData/userfiles/image/image0012N41.jpg

ଦୈନିକ ନୂଆ ସଂକ୍ରମଣ ମାମଲା ନିମ୍ନମୁଖୀ ଥିବା ବେଳେ କ୍ରମାଗତ ୧୩ ଦିନ ପାଇଁ ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ରହିଛି । ଗତ ଦୁଇ ଦିନ ହେଲା ଦୈନିକ ନୂଆ ସଂକ୍ରମଣ ୨ ଲକ୍ଷରୁ ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୭୩,୭୯୦ ନୂଆ ମାମଲା ଚିହ୍ନଟ ହୋଇଛି ।

https://static.pib.gov.in/WriteReadData/userfiles/image/image0022SIH.jpg

କ୍ରମାଗତ ୧୬ ଦିନ ପାଇଁ ଭାରତରେ ଦୈନିକ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇ ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୮୪,୬୦୧ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ସଂକ୍ରମଣ ସଂଖ୍ୟା ଠାରୁ ସୁସ୍ଥଙ୍କ ସଂଖ୍ୟା ୧,୧୦,୮୧୧ ଅଧିକ ରହିଛି ।

https://static.pib.gov.in/WriteReadData/userfiles/image/image0030KT2.jpg

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ କୋଭିଡ-୧୯ରୁ ଏ ପର୍ଯ୍ୟନ୍ତ ୨,୫୧,୭୮,୦୧୧ ଜଣ ସୁସ୍ଥ ହେଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୨,୮୪,୬୦୧ ଜଣ ସୁସ୍ଥ ହୋଇଛନ୍ତି ।  ଏହାଦ୍ୱାରା ମୋଟ ଉପରେ ସୁସ୍ଥତା ହାର ରହିଛି ୯୦.୮୦% ।

https://static.pib.gov.in/WriteReadData/userfiles/image/image004S1NJ.jpg

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦,୮୦,୦୪୮ ଟେଷ୍ଟ କରାଯାଇଛି । ଏ ପର୍ଯ୍ୟନ୍ତ ମୋଟ ୩୪.୧୧ କୋଟି ଟେଷ୍ଟ କରାଯାଇଛି ।

ଦେଶବ୍ୟାପୀ ଏକ ପକ୍ଷରେ ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର ହ୍ରାସ ପାଉଛି । ଏବେ ସାପ୍ତାହିକ ପଜିଟିଭିଟି ହାର ୯.୮୪% ଥିବା ବେଳେ ଦୈନିକ ପଜିଟିଭିଟି ହାର ହ୍ରାସ ପାଇ ୮.୩୬% ହୋଇଛି । କ୍ରମାଗତ ପଞ୍ଚମ ଦିନରେ ମଧ୍ୟ ଏହା ୧୦%ରୁ କମ୍ ରହିଛି ।

https://static.pib.gov.in/WriteReadData/userfiles/image/image005CYV0.jpg

ଦେଶବ୍ୟାପୀ ଚାଲିଥିବା କୋଭିଡ-୧୯ ଟିକାକରଣ ଅଭିଯାନରେ ମୋଟ ୨୦.୮୯ ଡୋଜରୁ ଅଧିକ ଟିକା ଦିଆଗଲାଣି । ଯୁକ୍ତରାଷ୍ଟ୍ର ଆମେରିକା ପରେ ୨୦ କୋଟି ଡୋଜ୍ ଟିକାକରଣକୁ ଅତିକ୍ରମ କରିବାରେ ଭାରତ ଦ୍ୱିତୀୟ ରାଷ୍ଟ୍ର ।

ଆଜି ସକାଳ ୭ଟା ସୁଦ୍ଧା ୨୯,୭୨,୯୭୧ ସେସନରେ ମୋଟ ୨୦,୮୯,୦୨,୪୪୫ ଡୋଜ୍ ଟିକା ଦିଆଯାଇଛି ।

 

 

HCWs

1st Dose

98,43,534

2nd Dose

67,60,010

FLWs

1st Dose

1,54,62,813

2nd Dose

84,63,622

Age Group 18-44 years

1st Dose

1,67,66,581

 

2nd Dose

298

Age Group 45 to 60 years

1st Dose

6,45,90,833

2nd Dose

1,03,52,228

Over 60 years

1st Dose

5,81,15,492

2nd Dose

1,85,47,034

Total

20,89,02,445

 

SR

 



(Release ID: 1722769) Visitor Counter : 169