ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ ୨୪ ଘଣ୍ଟାରେ ଭାରତ ୨୧.୨୩ ଲକ୍ଷ ଟେଷ୍ଟ କରି ସର୍ବାଧିକ ଟେଷ୍ଟ କ୍ଷେତ୍ରରେ ପୁନର୍ବାର ଏକ ରେକର୍ଡ କରିଛି

କ୍ରମଗତ ପଞ୍ଚମ ଦିନ ପାଇଁ ଦୈନିକ ୨୦ ଲକ୍ଷରୁ ଅଧିକ ଟେଷ୍ଟ କରାଯାଉଛି

୩୬ ଦିନ ପରେ ଦୈନିକ ନୂଆ ମାମଲା ସବୁଠାରୁ ସର୍ବନିମ୍ନ ୨.୪ ଲକ୍ଷ ଆସିଛି

ଦୈନିକ ପଜିଟିଭିଟି ହାର ୧୧.୩୪%କୁ ହ୍ରାସ ପାଇଛି

Posted On: 23 MAY 2021 11:25AM by PIB Bhubaneshwar

ଗତ ୨୪ ଘଣ୍ଟାରେ ଭାରତ ୨୧.୨୩ ଲକ୍ଷ ଟେଷ୍ଟ କରି ଗୋଟିଏ ଦିନରେ ସର୍ବାଧିକ ଟେଷ୍ଟ କରିବାରେ ପୁଣି ଏକ ନୂଆ ରେକର୍ଡ କରିଛି । ଦୈନିକ ୨୦ ଲକ୍ଷରୁ ଅଧିକ ଟେଷ୍ଟ କରିବାରେ ଏହା ମଧ୍ୟ କ୍ରମାଗତ ପଞ୍ଚମ ଦିନ । ୨୦୨୦ ଜାନୁଆରୀ ମାସରୁ ଭାରତ ଗୋଟିଏ ଦିନରେ ୨୫ ଲକ୍ଷ ପର୍ଯ୍ୟନ୍ତ ଟେଷ୍ଟ କରିବାର କ୍ଷମତା ବୃଦ୍ଧି କରିସାରିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୨୧,୨୩,୭୮୨ ଟେଷ୍ଟ କରାଯାଇଛି ।

https://static.pib.gov.in/WriteReadData/userfiles/image/image00159GH.jpg

ନିମ୍ନମୁଖୀ ଧାରାରେ ଦୈନିକ ପଜିଟିଭିଟି ହାର ୧୧.୩୪%କୁ ହ୍ରାସ ପାଇଛି ।

ସାତ ଦିନର ଦୈନିକ ପଜିଟିଭିଟି ହାର ଗ୍ରାଫ ନିମ୍ନରେ ଦିଆଯାଇଛି । ଯାହାକି ମେ ୧୦ ତାରିଖ ପରେ ସର୍ବନିମ୍ନ ।

https://static.pib.gov.in/WriteReadData/userfiles/image/image0023I10.jpg

ଅନ୍ୟ ଏକ ସକରାତ୍ମକ ଖବରରେ ଭାରତରେ ଦୈନିକ ନୂଆ ମାମଲା କ୍ରମାଗତ ସପ୍ତମ ଦିନ ପାଇଁ ୩ ଲକ୍ଷ ତଳେ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୨,୪୦,୮୪୨ ନୂଆ ମାମଲା ଚିହ୍ନଟ ହୋଇଛଇ । ୨୦୨୧ ଏପ୍ରିଲ ୧୭ ତାରିଖ ପରେ ଏହା ସର୍ବନିମ୍ନ, ଯେତେବେଳେ କି ଦୈନିକ ନୂଆ ମାମଲା ୨.୩୪ ଲକ୍ଷ ଥିଲା ।

କ୍ରମାଗତ ନବମ ଦିନ ପାଇଁ ଭାରତରେ ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ନୂଆ ମାମଲା ଠାରୁ ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩,୫୫,୧୦୨ ଜଣ ସୁସ୍ଥ ହୋଇଛନ୍ତି ।

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨,୩୪,୨୫,୪୬୭ ହୋଇଛି । ଜାତୀୟ ସୁସ୍ଥତା ହାର ପୁଣି ବୃଦ୍ଧି ପାଇ ୮୮.୩୦% ରହିଛି ।

ଅନ୍ୟ ପକ୍ଷରେ ଭାରତରେ ସକ୍ରିୟ କରୋନା ମାମଲା ଆଜି ୨୮.୦୫.୩୯୯ କୁ ହ୍ରାସ ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୧,୧୮,୦୦୧ ହ୍ରାସ ପାଇଛି । ଏହା ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୧୦.୫୭% ରହିଛି ।

ଦେଶର ମୋଟ ସକ୍ରିୟ ମାମଲାର ୬୬.୮୮% ମାମଲା ରହିଛି ୭ଟି ରାଜ୍ୟରେ ।

https://static.pib.gov.in/WriteReadData/userfiles/image/image003B96N.jpg

ଜାତୀୟ ମୃତୁ୍ୟହାର ଏବେ ୧.୧୩% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୩୭୪୧ କରୋନା ମୃତୁ୍ୟ ହୋଇଛି ।

ନୂଆ ମୃତୁ୍ୟ ସଂଖ୍ୟାରୁ ୭୩.୮୮% ମୃତୁ୍ୟ ହୋଇଛି ଦଶଟି ରାଜ୍ୟରେ । ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ ୬୮୨ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ କର୍ଣ୍ଣାଟକରେ ୪୫୧ ଜଣଙ୍କ ମୃତୁ୍ୟ ହୋଇଛି ।

https://static.pib.gov.in/WriteReadData/userfiles/image/image004XDJA.jpg

ଦେଶବ୍ୟାପୀ ଚାଲିଥିବା କୋଭିଡ-୧୯ ଟିକାକରଣର ତୃତୀୟ ପର୍ଯ୍ୟାୟରେ ମୋଟ ଟିକାକରଣ ୧୯.୫୦ କୋଟିକୁ ଅତିକ୍ରମ କରିଯାଇଛି ।

ଆଜି ସକାଳ ୭ଟା ସୁଦ୍ଧା ୨୮,୦୦,୮୦୮ ସେସନରେ ମୋଟ ୧୯,୫୦,୦୪,୧୮୪ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୭,୫୨,୯୦୦ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୭,୦୦,୬୧୪ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ,୪୯,୫୨,୩୪୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୮୩,୨୬,୫୩୪ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧୮-୪୪ ବର୍ଷ ବର୍ଗର ୯୯,୯୩,୯୦୮ ଜଣଙ୍କୁ ପ୍ରଥମ ଡୋଜ୍, ୪୫ରୁ ୬୦ ବର୍ଷ ବୟସ ବର୍ଗରେ ୬,୦୬,୯୦,୫୬୦ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୯୭,୮୭,୨୮୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି । ୬୦ ବର୍ଷ ବୟସରୁ ଅଧିକ ବର୍ଷର ୬,୬୫,୫୫,୫୫୮ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧,୮୨,୪୪,୪୭୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

 

HCWs

1st Dose

97,52,900

2nd Dose

67,00,614

FLWs

1st Dose

1,49,52,345

2nd Dose

83,26,534

Age Group 18-44 years

1st Dose

99,93,908

Age Group 45 to 60 years

1st Dose

6,06,90,560

2nd Dose

97,87,289

Over 60 years

1st Dose

5,65,55,558

2nd Dose

1,82,44,476

Total

19,50,04,184

 

ଦେଶରେ ହୋଇଥିବା ମୋଟ ଟିକାକରଣର ୬୬.୨୭% ଟିକା ଦିଆଯାଇଛି ଦଶଟି ରାଜ୍ୟରେ ।

https://static.pib.gov.in/WriteReadData/userfiles/image/image005AEIV.jpg

SR



(Release ID: 1721082) Visitor Counter : 218