ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ସୁନ୍ଦରଲାଲ ବହୁଗୁଣାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 21 MAY 2021 1:56PM by PIB Bhubaneshwar

ବିଶିଷ୍ଟ ପରିବେଶବିତ ଶ୍ରୀ ସୁନ୍ଦରଲାଲ ବହୁଗୁଣାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ସୁନ୍ଦରଲାଲ ବହୁଗୁଣା ଜୀଙ୍କ ଦେହାନ୍ତ ଆମ ରାଷ୍ଟ୍ର ପାଇଁ ଏକ ଅପୂରଣୀୟ କ୍ଷତି । ପ୍ରକୃତି ସହିତ ସୁସମ୍ପର୍କରେ ଏକାଠି ବଞ୍ଚିବାର ଆମର ଶତାବ୍ଦୀ ପୁରୁଣା ପରମ୍ପରାକୁ ସେ ଉଦଜୀବିତ କରିଥିଲେ ତାଙ୍କର ସରଳ ଏବଂ ଆଦର୍ଶ ଜୀବନକୁ କଦାପି ଭୁଲି ହେବ ନାହିଁ । ତାଙ୍କ ପରିବାର ଏବଂ ଅସଂଖ୍ୟ ପ୍ରଶଂସକଙ୍କୁ ମୋର ସମବେଦନା ଓମ୍ ଶାନ୍ତି”

**********

TRP/



(Release ID: 1720665) Visitor Counter : 151