ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ସ୍ଥାପିତ ନୂଆ ଏମ୍ସଗୁଡିକ ରାଜ୍ୟଗୁଡିକରେ ଉନ୍ନତ କୋଭିଡ ସେବା ଯୋଗାଉଛି

କୋଭିଡ ସଙ୍କଟ ବେଳେ ତୃତୀୟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦୂର କରୁଛି

ଜଟିଳ ମ୍ୟୁକୋରମାଇକୋସିସ୍ ସଂକ୍ରମଣ ଚିକିତ୍ସା ଉପଲବ୍ଧ ରହିଛି

Posted On: 19 MAY 2021 9:28AM by PIB Bhubaneshwar

ଦେଶରେ ଡାକ୍ତରୀ ଶିକ୍ଷା ବ୍ୟବସ୍ଥା ଉନ୍ନତ କରିବା ଓ ଉନ୍ନତମାନର ତୃତୀୟକ ଡାକ୍ତରଖାନାର ଆବଶ୍ୟକତା ପୂରଣ ପାଇଁ ଅଗଷ୍ଟ ୨୦୦୩ରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସଓ୍ୱାଇ) ଘୋଷିତ ହୋଇଥିଲା । ଏହା ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ।

ବଞ୍ଚିତ ରାଜ୍ୟଗୁଡିକରେ ଗୁଣବତ୍ତା ସମ୍ପନ୍ନ ଡାକ୍ତରୀ ଶିକ୍ଷା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ଏହି ଯୋଜନାକୁ ନୂଆ ପ୍ରୋତ୍ସାହନ ଦେଇଥିଲା ଓ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ କିଛି ନୂଆ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ସ୍ଥାପନ କରାଯାଉଛି । ଏହି ଯୋଜନା ଅନ୍ତର୍ଗତ ଏପର୍ଯ୍ୟନ୍ତ ୨୨ଟି ନୂଆ ଏମ୍ସ ସ୍ଥାପନ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏଥିରୁ ଛଅଟି ଏମ୍ସ ଯଥା ଭୋପାଳ, ଭୁବନେଶ୍ୱର, ଯୋଧପୁର, ପାଟନା, ରାୟପୁର ଓ ଋଷିକେଶ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଅନ୍ୟ ସାତଟି ଏମ୍ସରେ ଓପିଡି ଓ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଉ ପାଞ୍ଚଟି ସଂସ୍ଥାନରେ କେବଳ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହୋଇଛି ।

ପିଏମଏସଏସଓ୍ୱାଇ ଅନ୍ତର୍ଗତ ସ୍ଥାପିତ ହୋଇଥିବା/ହେଉଥିବା ଏହି ଆଞ୍ଚଳିକ ଏମ୍ସଗୁଡିକ ମହାମାରୀ ଆରମ୍ଭ ଦିନରୁ ହିଁ କୋଭିଡ ପ୍ରବନ୍ଧନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଥିବା ଅଞ୍ଚଳରେ ଏହି ଏମ୍ସଗୁଡିକର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ।

ମଧ୍ୟମ ଓ ଗୁରୁତର ଅସୁସ୍ଥ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଏହି ସଂସ୍ଥାନଗୁଡିକ ଶଯ୍ୟା କ୍ଷମତା ବୃଦ୍ଧି କରି କୋଭିଡ-୧୯ର ଦ୍ୱିତୀୟ ଲହରକୁ ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏପ୍ରିଲ ୨୦୨୧ର ଦ୍ୱିତୀୟ ସପ୍ତାହରୁ ଏମ୍ସଗୁଡିକରେ ୧୩୦୦ରୁ ଅଧିକ ଅକ୍ସିଜେନ ବେଡ ଓ କୋଭିଡ ଚିକିତ୍ସା ପାଇଁ ସମର୍ପିତ ପ୍ରାୟ ୫୩୦ ଆଇସିୟୁ ବେଡ ସାମିଲ କରାଯାଇଛି । ଏବେ ବିଭିନ୍ନ ଏମ୍ସରେ ପ୍ରାୟ ୧୯୦୦ ଅକ୍ସିଜେନ ବେଡ ଓ ୯୦୦ ଆଇସିୟୁ ବେଡ ଉପଲବ୍ଧ ଅଛି । ଏହି କ୍ରମରେ ଏମ୍ସ, ଭୁବନେଶ୍ୱରରେ ୨୯୫ ଅଣ-ଆଇସିୟୁ ଅକ୍ସିଜେନ ଶଯ୍ୟା ଓ ୬୨ ଭେଣ୍ଟିଲେଟର ଯୁକ୍ତ ଆଇସିୟୁ ଶଯ୍ୟା ଉପଲବ୍ଧ ରହିଛି ।

କୋଭିଡ ମାମଲାର ପ୍ରଭାବୀ ପରିଚାଳନା ପାଇଁ ଭାରତ ସରକାର ଏହି ନୂଆ ଏମ୍ସଗୁଡିକୁ ଭେଣ୍ଟିଲେଟର, ଅକ୍ସିଜେନ କନସେଣ୍ଟ୍ରେଟର, ଅକ୍ସିଜେନ ସିଲିଣ୍ଡର, ଏନ-୯୫ ମାସ୍କ, ପିପିଇ କିଟ୍ ଓ ଫାବିପିରାଭିର, ରେମଡେସିଭିର ଓ ଟୋସିଲିଜୁମାବ ଭଳି ଅତ୍ୟାବଶ୍ୟକ ଔଷଧ ଯୋଗାଇ ଦେଉଛନ୍ତି ।

ତୃତୀୟକ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଆଞ୍ଚଳିକ ଏମ୍ସଗୁଡିକ କୋଭିଡ ରୋଗୀଙ୍କୁ ଗୁରୁତର ଅଣକୋଭିଡ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛନ୍ତି । ଏଥିରେ ଡାଏଲିସିସ୍, ହୃଦ୍ ରୋଗୀ, ଗର୍ଭବତୀ ଓ ଶିଶୁ ରୋଗ ଆଦି ସାମିଲ ରହିଛନ୍ତି ।

ବିଭିନ୍ନ ରାଜ୍ୟରେ ଏବେ ମ୍ୟୁକୋରମାଇକୋସିସ ରୋଗୀ ଚିହ୍ନଟ ହେଉଛି । ତେବେ ଏମ୍ସ ଭୁବନେଶ୍ୱରରେ ଏହାର ସଫଳ ଓ ଉଚ୍ଚଗୁଣାତ୍ମକ ଚିକିତ୍ସା ହେଉଛି ।

S.No.

INSTITUTE

Current availability of dedicated COVID beds in new AIIMS

Non-ICU Oxygen Beds

ICU Beds including Ventilator

1

AIIMS, Bhubaneswar

295

62

2

AIIMS, Bhopal

300

200

3

AIIMS, Jodhpur

120

190

4

AIIMS, Patna

330

60

5

AIIMS, Raipur

406

81

6

AIIMS, Rishikesh

150

250

7

AIIMS, Mangalagiri

90

10

8

AIIMS, Nagpur

125

10

9

AIIMS, Raebareli

30

20

10

AIIMS, Bathinda

45

25

11

AIIMS, Bibinagar

24

0

12

AIIMS, Gorakhpur

10

0

 

TOTAL

1925

908

 

 

SR



(Release ID: 1719947) Visitor Counter : 236