ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତ ସରକାରଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ୨୦ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ କରାଯାଇ ସାରିଲାଣି

ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୨ କୋଟିରୁ ଅଧିକ ଡୋଜ ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ

ଏଥିସହ ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଆଉ ପାଖାପାଖି ୩ ଲକ୍ଷ ଡୋଜ ଗ୍ରହଣ କରାଯିବ

Posted On: 17 MAY 2021 12:01PM by PIB Bhubaneshwar

ଜାତୀୟ ଟିକାକରଣ ଅଭିଯାନର ଅଂଶସ୍ୱରୂପ ଭାରତ ସରକାର ମାଗଣାରେ କୋଭିଡ ଟିକା ଯୋଗାଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମର୍ଥନ ଯୋଗାଇ ଆସୁଛନ୍ତି । ଏଥିସହିତ କୋଭିଡ ଟିକାର ଉତ୍ପାଦନ ଓ ଯୋଗାଣ ବୃଦ୍ଧି ଉପରେ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତି । ମହାମାରୀର ନିୟନ୍ତ୍ରଣ ଏବଂ ମୁକାବିଲା ଦିଗରେ ଏବେ ଭାରତ ସରକାରଙ୍କ ପ୍ରମୁଖ ରଣନୀତିର ଏକ ଅଭିନ୍ନ ଅଙ୍ଗ ପାଲଟିଛି କୋଭିଡ ଟିକାକରଣ (ଟେଷ୍ଟ, ଟ୍ରାକ, ଟି୍ରଟ ଏବଂ କୋଭିଡ କୈନ୍ଦ୍ରିକ ବ୍ୟବହାର ସମେତ) ।

୨୦୨୧ ମେ ୧ରୁ କୋଭିଡ-୧୯ ଟିକାକରଣର ଉଦାର ତଥା ତ୍ୱରିତ ପର୍ଯ୍ୟାୟ ୩ ରଣନୀତିର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇଯାଇଛି । ରଣନୀତିର ଅଂଶସ୍ୱରୂପ, ପ୍ରତି ମାସରେ କୌଣସି କମ୍ପାନିର ମୋଟ ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରି (ସିଡିଏଲ) ଅନୁମୋଦିତ ଟିକା ଡୋଜର ୫୦% ଭାରତ ସରକାରଙ୍କ ଦ୍ୱାରା ହାସଲ କରାଯିବ । ଏହି ଡୋଜଗୁଡ଼ିକୁ ପୂର୍ବ ଭଳି ରାଜ୍ୟ ସରକାରମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ କରାଯିବା ପ୍ରକ୍ରିୟା ବଳବତ୍ତର ରହିବ ।

ଭାରତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ପାଖାପାଖି ୨୦ କୋଟିରୁ ଅଧିକ ଟିକା ଡୋଜ (୨୦,୭୬,୧୦,୨୩୦) ପ୍ରଦାନ କରିସାରିଲେଣି । ୨୦୨୧ ମେ ୧୬ ପର୍ଯ୍ୟନ୍ତ ତନ୍ମଧ୍ୟରୁ, ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ବ୍ୟବହୃତ ଡୋଜ ସଂଖ୍ୟା ହାରାହାରି ୧୮,୭୧,୧୩,୭୦୫ ହୋଇଛି (ଆଜି ସକାଳ ୮ଟାରେ ଉପଲବ୍ଧ ତଥ୍ୟ ଅନୁସାରେ) ।

ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୨ କୋଟିରୁ ଅଧିକ କୋଭିଡ ଟିକା ଡୋଜ (୨,୦୪,୯୬,୫୨୫) ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ ।

ଅଧିକନ୍ତୁ, ପାଖାପାଖି ୩ ଲକ୍ଷ (୨,୯୪,୬୬୦) ଟିକା ଡୋଜ ଉପଲବ୍ଧ ରହିଛି ଏବଂ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ତାହା ଗ୍ରହଣ କରାଯିବ ।

https://static.pib.gov.in/WriteReadData/userfiles/image/image001SW8N.jpg

 

https://static.pib.gov.in/WriteReadData/userfiles/image/image002G56K.jpg

 

https://static.pib.gov.in/WriteReadData/userfiles/image/image003R5OT.jpg

SR



(Release ID: 1719405) Visitor Counter : 171