ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଭାରତକୁ ଅକ୍ସିଜେନ କନସେଂଟ୍ରେଟର, ସିଲିଣ୍ଡର, ଜେନେରେସନ ପ୍ଳାଣ୍ଟ ଓ ୩ ଲକ୍ଷରୁ ଅଧିକ ରେମଡେସିଭିର ଭାଏଲ ଆନ୍ତର୍ଜାତିକ ସହାୟତା
କୋଭିଡ-୧୯ ବିରୋଧୀ ଲଢେଇ ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପଠାଯାଇଛି ସହାୟତା
ଭାରତର ସମୁଦାୟ ଟିକାକରଣ କଭରେଜ ୧୭ କୋଟି ଡୋଜ ମାଇଲଖୁଣ୍ଟ ଅତିକ୍ରମ କଲା
୧୭ କୋଟି ଟିକାକରଣ କରି ଭାରତ ବିଶ୍ୱରେ ଦ୍ରୁତତମ ଦେଶ ପାଲଟିଛି
୧୮-୪୪ ବୟସ ବର୍ଗର ୨୦.୩୧ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଟିକାକରଣ
ଗତ ୧୦ ଦିନରେ ୩.୨୮ ଲକ୍ଷରୁ ଅଧିକ ରୋଗୀ ଦୈନିକ ସୁସ୍ଥ ହେଉଛନ୍ତି
Posted On:
10 MAY 2021 10:49AM by PIB Bhubaneshwar
୬,୭୩୮ ଅକ୍ସିଜେନ କନସେଂଟ୍ରେଟର, ୩,୮୫୬ ଅକ୍ସିଜେନ ସିଲିଣ୍ଡର, ୧୬ ଅକ୍ସିଜେନ ଜେନେରେସନ ପ୍ଳାଣ୍ଟ, ୪୬୬୮ ଭେଣ୍ଟିଲେଟର/ ବିଆଇପିଏପି/ ସି ପିଏପି ଓ ୩ ଲକ୍ଷରୁ ଅଧିକ ଭାଏଲ ରେମଡେ ସିଭିର ଆନ୍ତର୍ଜାତିକ ସହାୟତା ଭାବେ ଭାରତକୁ ମିଳିଛି । ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ଓ ସଶକ୍ତ କରିବା ପାଇଁ ଏହାକୁ ପଠାଯାଇଛି । ସୀମା ଶୁଳ୍ପ କ୍ଲିୟରାନ୍ସ ପ୍ରକ୍ରିୟା ତ୍ୱରାନ୍ୱିତ କରାଇ ସଡକ ଓ ଆକାଶ ମାର୍ଗରେ ଏହି ସହାୟତା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି ।
ଦେଶବ୍ୟାପି ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଦେଶର ସମୁଦାୟ କୋଭିଡ-୧୯ ଟିକାକରଣ ୧୭ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି ।
ବିଶ୍ୱର ଦ୍ରୁତତମ ଦେଶ ଭାବେ ଭାରତ ୧୭ କୋଟି କୋଭିଡ ଟିକାକରଣ କରିପାରିଛି । ମାଇଲଖୁଣ୍ଟ ଅତିକ୍ରମ କରିବା ପାଇଁ ଚୀନକୁ ୧୧୯ ଦିନ ଓ ଯୁକ୍ତରାଷ୍ଟ୍ର ଆମେରିକାକୁ ୧୧୫ ଦିନ ସମୟ ଲାଗିଥିଲା ।

ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୪,୭୦,୭୯୯ ସେସନରେ ସମୁଦାୟ ୧୭,୦୧,୭୬,୬୦୩ ଟୀକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ପ୍ରଥମ ଡୋଜ ନେଇଥିବା ୯୫,୪୭,୧୦୨ ଏଚସିଡବ୍ଲୁ ଓ ଦ୍ୱିତୀୟ ଡୋଜ ନେଇଥିବା ୬୪,୭୧,୩୮୫ ଏଚସିଡବ୍ଲୁ, ୭୭,୫୫,୨୮୩ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୧୮- ୪୫ ବୟସ ବର୍ଗର ୨୦,୩୧, ୮୫୪ ହିତାଧିକାରୀ (ପ୍ରଥମ ଡୋଜ), ୪୫- ୬୦ ବର୍ଷ ବୟସ ବର୍ଗର ୫,୫୧,୭୯,୨୧୭ (ପ୍ରଥମ ଡୋଜ) ଓ ୬୫,୬୧,୮୫୧ (ଦ୍ୱିତୀୟ ଡୋଜ) ହିତାଧିକାରୀ ଓ ୬୦ ବର୍ଷରୁ ଅଧିକ ୧,୪୯,୮୩,୨୧୭ ଦ୍ୱିତୀୟ ଡୋଜ ହିତାଧିକାରୀ ସାମିଲ ଅଛି ।
HCWs
|
1st Dose
|
95,47,102
|
2nd Dose
|
64,71,385
|
FLWs
|
1st Dose
|
1,39,72,612
|
2nd Dose
|
77,55,283
|
Age Group 18-44 years
|
1st Dose
|
20,31,854
|
Age Group 45 to 60 years
|
1st Dose
|
5,51,79,217
|
2nd Dose
|
65,61,851
|
Over 60 years
|
1st Dose
|
5,36,74,082
|
2nd Dose
|
1,49,83,217
|
|
Total
|
17,01,76,603
|
ଦେଶର ସମୁଦାୟ ଟୀକାକରଣର ୬୬.୭୯ ପ୍ରତିଶତ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି ।

ଆଜି ୧୮-୪୪ ବୟସ ବର୍ଗର ୨,୪୬,୨୬୯ ହିତାଧିକାରୀ ପ୍ରଥମ ଡୋଜ କୋଭିଡ ଟୀକା ନେଇଥିବା ବେଳେ ଗତ ୨୪ ଘଣ୍ଟାରେ ୩୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସମୁଦାୟ ୨୦,୩୧,୮୫୪ ହିତାଧିକାରୀ ଟୀକା ନେଇଛନ୍ତି । ନିମ୍ନରେ ଦିଆଯାଇଥିବା ଟେବଲରେ ୧୮-୪୪ ବୟସ ବର୍ଗର ସମୁଦାୟ ଟୀକାକରଣ ପ୍ରଦର୍ଶିତ ହୋଇଛି ।
S. No.
|
States
|
Total
|
1
|
A & N Islands
|
904
|
2
|
Andhra Pradesh
|
520
|
3
|
Assam
|
80,796
|
4
|
Bihar
|
88,743
|
5
|
Chandigarh
|
2
|
6
|
Chhattisgarh
|
1,026
|
7
|
Delhi
|
3,02,153
|
8
|
Goa
|
1,126
|
9
|
Gujarat
|
2,94,785
|
10
|
Haryana
|
2,54,811
|
11
|
Himachal Pradesh
|
14
|
12
|
Jammu & Kashmir
|
28,658
|
13
|
Jharkhand
|
82
|
14
|
Karnataka
|
10,782
|
15
|
Kerala
|
209
|
16
|
Ladakh
|
86
|
17
|
Madhya Pradesh
|
29,322
|
18
|
Maharashtra
|
4,36,302
|
19
|
Meghalaya
|
2
|
20
|
Nagaland
|
2
|
21
|
Odisha
|
42,979
|
22
|
Puducherry
|
1
|
23
|
Punjab
|
3,531
|
24
|
Rajasthan
|
3,16,767
|
25
|
Tamil Nadu
|
14,153
|
26
|
Telangana
|
500
|
27
|
Tripura
|
2
|
28
|
Uttar Pradesh
|
1,18,008
|
29
|
Uttarakhand
|
21
|
30
|
West Bengal
|
5,567
|
Total
|
20,31,854
|
ଗତ ୨୪ ଘଣ୍ଟାରେ ୬.୮ ଲକ୍ଷରୁ ଅଧିକ ଟୀକା ଡୋଜ ପ୍ରଦାନ କରାଯାଇଛି ।
ଟୀକାକରଣ ଅଭିଯାନର ୧୧୪ ଦିନ ସୁଦ୍ଧା (ମଇ ୯,୨୦୨୧)୬,୮୯,୬୫୨ ଟୀକା ଡୋଜ ପ୍ରଦାନ କରାଯାଇଛି । ୫,୬୮୫ ସେସନରେ ୪,୦୫,୩୨୫ ହିତାଧିକାରୀଙ୍କୁ ପ୍ରଥମ ଡୋଜ ଟୀକା ଓ ୨,୮୪,୩୨୭ ହିତାଧିକାରୀ ଦ୍ୱିତୀୟ ଡୋଜ ଟୀକା ନେଇଛନ୍ତି ।
HCWs
|
1stDose
|
4,897
|
2ndDose
|
7,192
|
FLWs
|
1stDose
|
26,082
|
2nd Dose
|
21,599
|
18-44 years
|
1st Dose
|
2,46,269
|
45 to 60 years
|
1stDose
|
92,769
|
2nd Dose
|
1,38,198
|
Over 60 years
|
1stDose
|
35,308
|
2nd Dose
|
1,17,338
|
Total Achievement
|
1stDose
|
4,05,325
|
2ndDose
|
2,84,327
|
ଭାରତରେ ଆଜି ସମୁଦାୟ ସୁସ୍ଥ ସଂଖ୍ୟା ୧,୮୬,୭୧,୨୨୨ ରହିଛି । ଜାତୀୟ ସୁସ୍ଥତା ହାର ୮୨.୩୯ ପ୍ରତିଶତ ରହିଛି ।
ଗତ ୨୪ ଘଣ୍ଟାରେ ୩,୫୩,୮୧୮ ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଛି ।
୧୦ଟି ରାଜ୍ୟରେ ୭୪.୩୮ ପ୍ରତିଶତ ନୂଆ ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ ୧୦ ଦିନରେ ଦୈନିକ ସୁସ୍ଥ ସଂଖ୍ୟା ୩.୨୮ ଲକ୍ଷରୁ ଅଧିକ ରହିଛି । ତାହା ନିମ୍ନରେ ପ୍ରଦର୍ଶିତ ହୋଇଛି ।

ଗତ ୨୪ ଘଣ୍ଟାରେ ୩,୬୬,୧୬୧ ନୂଆ ମାମଲା ପଞ୍ଜିକୃତ ହୋଇଛି ।
ଗତ ୨୪ ଘଣ୍ଟାରେ ୧୦ଟି ରାଜ୍ୟରେ ୭୩.୯୧ ପ୍ରତିଶତ ନୂଆ ମାମଲା ପଞ୍ଜିକୃତ ହୋଇଛି ।
ମହାରାଷ୍ଟ୍ରରେ ଦୈନିକ ସର୍ବାଧିକ ୪୮,୪୦୧ ନୂଆ ମାମଲା ପଞ୍ଜିକୃତ ହୋଇଛି । ଏହାପଛକୁ କର୍ଣ୍ଣାଟକରେ ୪୭,୯୩୦ ଓ କେରଳରେ ୩୫,୮୦୧ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ଭାରତର ସମୁଦାୟ ସକ୍ରିୟ ମାମଲା ସଂଖ୍ୟା ୩୭,୪୫,୨୩୭ରେ ପହଁଚିଛି । ଏହା ଦେଶର ସମୁଦାୟ ପଜିଟିଭ ମାମଲାର ୧୬.୫୩ ପ୍ରତିଶତ । ଗତ ୨୪ ଘଣ୍ଟାରେ ସମୁଦାୟ ସକ୍ରିୟ ରୋଗୀ ସଂଖ୍ୟାରେ ୮,୫୮୯ ବୃଦ୍ଧି ହୋଇଛି ।
ଭାରତର ସମୁଦାୟ ସକ୍ରିୟ ମାମଲାର ୮୨.୮୯ ପ୍ରତିଶତ ୧୩ଟି ରାଜ୍ୟରେ ପଞ୍ଜିକୃତ ହୋଇଛି ।

ଜାତୀୟ ମୃତ୍ୟୁ ହାର ହ୍ରାସ ପାଉଛି ଓ ଏବେ ୧.୦୯ ପ୍ରତିଶତ ରହିଛି ।
ଗତ ୨୪ ଘଣ୍ଟାରେ ୩,୭୫୪ ମୃତ୍ୟୁ ପଞ୍ଜିକୃତ ହୋଇଛି ।
ନୂଆ କୋଭିଡ ମୃତ୍ୟୁର ୭୨.୮୬ ପ୍ରତିଶତ ୧୦ଟି ରାଜ୍ୟରେ ପଞ୍ଜିକୃତ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୫୭୨ ମୃତ୍ୟୁ ହୋଇଥିବା ବେଳେ ଏହା ପଛକୁ ୪୯୦ ଦୈନିକ ମୃତ୍ୟୁ ସହ କର୍ଣ୍ଣାଟକ ରହିଛି ।

ତିନିଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କୋଭିଡ-୧୯ ମୃତ୍ୟୁ ହୋଇନାହିଁ । ସେଗୁଡିକ ହେଲା ଦାଦ୍ରା ଓ ନଗର ହାଭେଳି ଏବଂ ଦାମନ ଓ ଦିଉ, ଅରୁଣାଚଳ ପ୍ରଦେଶ ଓ ଲାକ୍ଷାଦ୍ୱୀପ ।
*****
SR
(Release ID: 1717461)
Visitor Counter : 272
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam