ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ-19 ଟିକା ପାଇଁ ନୂଆ ବରାଦ ଦିଆଯାଇନଥିବା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପୂର୍ଣ୍ଣ ଅସତ୍ୟ ଏବଂ ଭିତ୍ତିହୀନ
ପୋଷ୍ଟ କରାଯିବା ଦିନାଙ୍କ:
03 MAY 2021 1:50PM by PIB Bhubaneswar
କେନ୍ଦ୍ର ସରକାର କୋଭିଡ-19 ଟିକା ପାଇଁ ନୂଆ ବରାଦ ଦେଇନଥିବା ସମ୍ପର୍କରେ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ଖବରରେ ପ୍ରକାଶିତ ହୋଇଛି ଯେ ଶେଷଥର ପାଇଁ କେନ୍ଦ୍ର ସରକାର ଦୁଇ ଟିକା ନିର୍ମାତାଙ୍କୁ ମାର୍ଚ୍ଚ 2021ରେ ନୂଆ ବରାଦ ଦେଇଥିଲେ । ଏଥିରେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଠାରୁ 100 ନିୟୁତ ଡୋଜ ଏବଂ ଭାରତ ବାୟୋଟେକ ଠାରୁ 20 ନିୟୁତ ଡୋଜ ଟିକା କ୍ରୟ ପାଇଁ ବରାଦ ଦିଆଯାଇଥିଲା।
ଗଣମାଧ୍ୟମରେ ପ୍ରକାଶିତ ଏହି ଖବର ସମ୍ପୂର୍ଣ୍ଣ ଅସତ୍ୟ ଏବଂ ତଥ୍ୟ ଆଧାରିତ ନୁହେଁ ।
ଏଠାରେ ଏହା ସ୍ପଷ୍ଟ କରାଯାଉଛି ଯେ 08.04.2021ରେ ମେ, ଜୁନ ଏବଂ ଜୁଲାଇ ମାସ ପାଇଁ 11 କୋଟି ଡୋଜ୍ କୋଭିଶିଲ୍ଡ ଟିକା କ୍ରୟ ନିମନ୍ତେ କେନ୍ଦ୍ର ସରକାର ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ)କୁ 1732.50 କୋଟି (ଟିଡିଏସ କଟିବା ପରେ 1699.50 କୋଟି) ଟଙ୍କା ଶତପ୍ରତିଶତ ଅଗ୍ରୀମ ଆକାରରେ ପ୍ରଦାନ କରିଛନ୍ତି । କମ୍ପାନୀ 28.04.2021ରେ ଏହି ଅର୍ଥ ହାସଲ କରିଛି । ସରକାର ଶେଷ ଥର ପାଇଁ 10 କୋଟି ଡୋଜ କୋଭିଶିଲ୍ଡ ଟିକା ଯୋଗାଣ ପାଇଁ କରାଯାଇଥିବା ବରାଦ ମଧ୍ୟରୁ 03.05.2021 ସୁଦ୍ଧା 8.744 କୋଟି ଡୋଜ କୋଭିଶିଲ୍ଡ ଟିକା ପହଞ୍ଚିସାରିଛି ।
ଏହା ଅତିରିକ୍ତ ମେ, ଜୁନ, ଜୁଲାଇ ମାସରେ ଉପଯୋଗ ହେବାକୁ ଥିବା 5 କୋଟି କୋଭାକ୍ସିନ ଟିକା ଡୋଜ ନିମନ୍ତେ ଭାରତ ବାୟୋଟେକ ଇଣ୍ଡିଆ ଲିମିଟେଡ (ବିବିଆଇଏଲ)କୁ ସରକାର ଶତପ୍ରତିଶତ ଅଗ୍ରୀମ ଆକାରରେ 787.50 କୋଟି ଟଙ୍କା (ଟିଡିଏସ କଟିବା ପରେ 772.50 କୋଟି ଟଙ୍କା) ଯୋଗାଇ ଦେଇଛନ୍ତି । କମ୍ପାନୀ ଏହି ଅର୍ଥ 28.04.2021ରେ ପ୍ରାପ୍ତ କରିଛି । ଶେଷ ଥର ପାଇଁ ସରକାର 2 କୋଟି କୋଭାକ୍ସିନ ଟିକା ନିମନ୍ତେ ବରାଦ କରିଥିଲେ । ଏଥିମଧ୍ୟରୁ 03.05.2021 ସୁଦ୍ଧା 0.8813 କୋଟି ଡୋଜ୍ କମ୍ପାନୀ ଯୋଗାଇ ଦେଇସାରିଛି ।
ତେଣୁ ଭାରତ ସରକାରଙ୍କ ପକ୍ଷରୁ ଟିକା କ୍ରୟ ନିମନ୍ତେ ସାନି ବରାଦ ଦିଆଯାଇନଥିବା ଖବର ସମ୍ପୂର୍ଣ୍ଣ ରୂପେ ଅସତ୍ୟ ଏବଂ ଭିତ୍ତିହୀନ ।
2 ମେ 2021 ସୁଦ୍ଧା ଭାରତ ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ମାଗଣାରେ 16.54କୋଟି ଟିକା ଡୋଜ୍ ଯୋଗାଇ ଦେଇଛନ୍ତି। ଏବେସୁଦ୍ଧା ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ନିକଟରେ 78 କୋଟିରୁ ଅଧିକ ଟିକା ଡୋଜ୍ ଟିକାକରଣ ନିମନ୍ତେ ଉପଲବ୍ଧ ରହିଛି। ଆସନ୍ତା 3 ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ 56 ଲକ୍ଷରୁ ଅଧିକ ଅତିରିକ୍ତ ଟିକା ଡୋଜ୍ ପାଇବେ ।
ମୂଲ୍ୟ ଉଦାରୀକରଣ ଏବଂ ତ୍ବରିତ ଜାତୀୟ କୋଭିଡ-19 ଟିକାକରଣ ରଣନୀତି ଅନ୍ତର୍ଗତ ଭାରତ ସରକାର ମାସିକ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର (ସିଡିଏଲ) ଦ୍ୱାରା ମଞ୍ଜୁରିପ୍ରାପ୍ତ ଟିକା ମଧ୍ୟରୁ ନିଜର ଅଂଶ ଭାବେ 50% ଟିକା କ୍ରୟ କରିବେ ଏବଂ ରାଜ୍ୟଗୁଡ଼ିକୁ ପୂର୍ବ ଭଳି ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେବେ ।
**********
P.S
(ରିଲିଜ ଆଡି: 1715708)
ପରିଦର୍ଶକ କାଉଣ୍ଟର : 440
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam