ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜଙ୍ଗଲରେ ଲାଗିଥିବା ନିଆଁର ସ୍ଥିତି ନେଇ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 APR 2021 3:25PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଜୋରାମ ମୁଖ୍ୟମନ୍ତ୍ରୀ ମିଷ୍ଟର ଜୋରାମ ଥାଙ୍ଗାଙ୍କ ସହିତ କଥା ହୋଇଥିଲେ ଏବଂ ରାଜ୍ୟର କେତେକ ଅଞ୍ଚଳର ଜଙ୍ଗଲରେ ଲାଗିଥିବା ନିଆଁର ସ୍ଥିତି ମଧ୍ୟ ପଚାରି ବୁଝିଥିଲେ

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ମିଜୋରାମ ମୁଖ୍ୟମନ୍ତ୍ରୀ ମିଷ୍ଟର ଜୋରାମଥାଙ୍ଗାଙ୍କ ସହିତ କଥା ହେଲି ଏବଂ ରାଜ୍ୟର କେତେକାଞ୍ଚଳର ଜଙ୍ଗଲରେ ନିଆଁ ଲାଗିବା ଫଳରେ ଉପୁଜିଥିବା ପରିସ୍ଥତି ନେଇ ପଚାରି ବୁଝିଲି । ଏହି ପରିସ୍ଥିତିରୁ ମୁକୁଳିବା ପାଇଁ କେନ୍ଦ୍ର ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ନେଇ ସୁନିଶ୍ଚିତ କରାଇଲି । ମିଜୋରାମବାସୀଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ଆମେ ସମସ୍ତେ ପ୍ରାର୍ଥନା କରୁଛୁ” ।

 

**********

TRP/

 


(ରିଲିଜ ଆଡି: 1714210) ପରିଦର୍ଶକ କାଉଣ୍ଟର : 265