ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ମିଷ୍ଟର ସୁଗା ୟୋଶିହିଦେଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 26 APR 2021 2:13PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାପାନ ପ୍ରଧାନମନ୍ତ୍ରୀ ମହାମହିମ ସୁଗା ୟୋଶିହିଦେଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି

ଦୁଇ ନେତା ନିଜ ନିଜ ଦେଶରେ କୋଭିଡ-19 ପରିସ୍ଥିତି ଉପରେ ଆଲୋକପାତ କରିଥିଲେ ଏବଂ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ବିଭିନ୍ନ ଆଞ୍ଚଳିକ ତଥା ବିଶ୍ଵସ୍ତରୀୟ ଆହ୍ଵାନ ଉପରେ ମତ ବିନିମୟ କରିଥିଲେ । ଏହି ଆହ୍ଵାନଗୁଡିକୁ ଦୂର କରିବା ପାଇଁ ସେମାନେ ଘନିଷ୍ଠ ଭାରତ-ଜାପାନ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, ଯେପରିକି ବିବିଧ ତଥା ବିଶ୍ୱସନୀୟ ଯୋଗାଣ ଶୃଙ୍ଖଳା ସୃଷ୍ଟି କରିବା, ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଏବଂ ପ୍ରଯୁକ୍ତିବିଦ୍ୟାର ନିର୍ଭରଯୋଗ୍ୟ ଯୋଗାଣ ସୁନିଶ୍ଚିତ କରିବା ଏବଂ ଉତ୍ପାଦନ ଓ ଦକ୍ଷତା ବିକାଶରେ ନୂତନ ସହଭାଗିତାକୁ ବିକଶିତ କରିବା ଏହି ପରିପ୍ରେକ୍ଷୀରେ, ଦୁଇ ନେତା ଦକ୍ଷତାକୁ ବୃଦ୍ଧି କରିବା ଏବଂ ପାରସ୍ପରିକ ଲାଭଦାୟକ ଫଳାଫଳ ହାସଲ କରିବା ପାଇଁ ନିର୍ଦ୍ଦିଷ୍ଟ ଦକ୍ଷ ଶ୍ରମିକ (ଏସଏସଡବ୍ଲୁ) ଚୁକ୍ତିନାମାର ଶୀଘ୍ର କାର୍ଯ୍ୟକାରୀତା ଉପରେ ଗୁରୁତ୍ୱାରୋପ କରିଥିଲେ  ସେମାନେ ମଧ୍ୟ ସହଯୋଗର ଏକ ଉଜ୍ଜ୍ୱଳ ଉଦାହରଣ ଭାବରେ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ (ଏମଏଏଚଏସଆର) ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ ଏବଂ ଏହାର କାର୍ଯ୍ୟକାରିତାର ଅଗ୍ରଗତିକୁ ସ୍ୱାଗତ କରିଥିଲେ

କୋଭିଡ-19 ମହାମାରୀ କାଳରେ ଉଭୟ ଦେଶରେ ରହିଥିବା ନିଜ ନିଜ ଦେଶର ନାଗରିକଙ୍କୁ ସହଯୋଗ ଏବଂ ସୁବିଧା ପ୍ରଦାନ ନେଇ ଦୁଇ ନେତା ପ୍ରଶଂସା କରିବା ସହିତ ଏଭଳି ସହଯୋଗ ଜାରି ରଖିବା ନେଇ ସହମତ ହୋଇଥିଲେ ।

ମହାମାରୀର ମୁକାବିଲା କରିବା ଦିଗରେ ଭାରତକୁ ସହାୟତା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ସୁଗାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । କୋଭିଡ-19 ସ୍ଥିତି ସ୍ଥିର ହେବା ପରେ ନିକଟ ଭବିଷ୍ୟତରେ ଜାପାନ ପ୍ରଧାନମନ୍ତ୍ରୀ ସୁଗାଙ୍କୁ ଭାରତରେ ସେ ସ୍ଵାଗତ କରିବା ନେଇ ଆଶା ପ୍ରକଟ କରିଥିଲେ

 

**********

TRP/

 


(रिलीज़ आईडी: 1714207) आगंतुक पटल : 305
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam