ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬ ଲକ୍ଷ ରୁ ଅଧିକ ଡୋଜ୍ ଟିକା ଦିଆଯାଇଥିବା ବେଳେ ମୋଟ ଟିକାକରଣ ୯.୪୩ କୋଟିକୁ ଟପିଯାଇଛି

୧୦ଟି ରାଜ୍ୟରେ ଦୈନିକ କରୋନା ମାମଲା ଉପରମୁହାଁ ରହିଛି

ମୋଟ ସକ୍ରିୟ ମାମଲାର ୭୩% ମାତ୍ର ୫ ରାଜ୍ୟରେ

Posted On: 09 APR 2021 12:07PM by PIB Bhubaneshwar

ଦେଶରେ ମୋଟ କୋଭିଡ-୧୯ ଟିକାକରଣ ଆଜି ୯.୪୩ କୋଟିକୁ ଅତିକ୍ରମ କରିଯାଇଛି ।

ଆଜି ସକାଳ ୭ଟା ସୁଦ୍ଧ ଦେଶରେ ୧୪,୨୮,୫୦୦ ସେସନରେ ମୋଟ ୯,୪୩,୩୪,୨୬୨ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୮୯,୭୪,୫୧୧ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୪,୪୯,୧୫୧ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୯୮,୧୦,୧୬୪ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୪୫,୪୩,୯୫୪ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୩,୭୫,୬୮,୦୩୩୧ ଜଣଙ୍କୁ ପ୍ରଥମ ଡୋଜ୍, ୧୩,୬୧,୩୬୭୨ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୪୫ରୁ ୬୦ ବର୍ଷ ବୟସ ମଧ୍ୟରେ ୨,୬୧,୦୩,୮୧୪ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଓ ୫,୨୩,୨୬୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ।

 

HCWs

FLWs

Age Group 45-60 years

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

2nd Dose

1st Dose

2nd Dose

89,74,511

54,49,151

98,10,164

45,43,954

2,61,03,814

5,23,268

3,75,68,033

13,61,367

9,43,34,262

 

ଦେଶରେ ହୋଇଥିବା ମୋଟ ଟିକାକରଣର ୬୦% ଆଠଟି ରାଜ୍ୟରେ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।

ଟିକାକରଣ ଅଭିଯାନର ୮୩ତମ ଦିବସ (୮ ଏପ୍ରିଲ ୨୦୨୧)ରେ ୩୬,୯୧,୫୧୧ ଡୋଜ୍ ଟିକା ଦିଆଯାଇଛି । ଏଥିରେ ୪୯,୪୧୬ ସେସନରେ ୩୨,୮୫,୦୦୪ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୪,୦୬,୫୦୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

 

Date: 8th April,2021

HCWs

FLWs

45 to <60 years

Over 60 years

Total Achievement

1stDose

2ndDose

1stDose

2nd Dose

1stDose

2nd Dose

1stDose

2nd Dose

1stDose

2ndDose

5,792

28,897

41,462

1,26,651

21,67,078

51,231

10,70,672

1,99,728

32,85,004

4,06,507

 

 ଦୈନିକ ଟିକାକରଣ ହିସାବରେ ହାରାହାରି ୩୭,୯୪,୩୨୮ ଟିକା ଦେଇ ଭାରତ ବିଶ୍ୱସ୍ତରରେ ଅଗ୍ରଣୀ ହୋଇଛି ।

ଭାରତରେ ଦୈନିକ କରୋନା ମାମଲାରେ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୩୧,୯୬୮ ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ୧୦ଟି ରାଜ୍ୟରେ ଦୈନିକ କୋଭିଡ-୧୦ ମାମଲା ବୃଦ୍ଧି ପରିଲକ୍ଷିତ ହୋଇଛି । ନୂଆ ମାମଲାରୁ ୮୩.୨୯% ଦଶଟି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୬,୨୮୬ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଛତିଶଗଡ଼ରେ ୧୦,୬୫୨ ମାମଲା ଚିହ୍ନଟ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୮୪୭୪ ମାମଲା ଆସିଛି ।

ନିମ୍ନରେ ସୂଚିତ କରାଯାଇଥିବା ୧୨ଟି ରାଜ୍ୟରେ ଦୈନିକ କରୋନା ମାମଲା ଉପରମୁହାଁ ରହିଛି ।

ନିମ୍ନରେ ଦିଆଯାଇଥିବା ଗ୍ରାଫରେ ଭାରତରେ ହେଉଥିବା ଦୈନିକ ପଜିଟିଭିଟି ଓ ଟେଷ୍ଟ ସମ୍ପର୍କରେ ଉଲ୍ଲେଖ ଅଛି ।

ଭାରତରେ ମୋଟ ସକ୍ରିୟ ମାମଲା ୯,୭୯,୬୦୮ରେ ପହଞ୍ଚିଛି । ଦେଶର ମୋଟ ପଜିଟିଭ୍ ମାମଲାର ଏହା ୭.୫୦% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ମାମଲାରେ ସିଧାସଳଖ ୬୯,୨୮୯ ବୃଦ୍ଧି ହୋଇଛି ।

ଭାରତର ମୋଟ ସକ୍ରିୟ ମାମଲାର ୭୩.୨୪% ପାଞ୍ଚଟି ରାଜ୍ୟ; ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଏବଂ କେରଳରେ ରହିଛି । ଦେଶର ମୋଟ ସକ୍ରିୟ ମାମଲାର ୫୩.୮୪% କେବଳ ରହିଛି ମହାରାଷ୍ଟ୍ରରେ ।

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୧୯,୧୩,୨୯୨ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ରହିଛି ୯୧.୨୨% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧,୮୯୯ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୭୮୦ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି ।

ନୂଆ ମୃତୁ୍ୟ ମଧ୍ୟରୁ ୯୨.୮୨% ମୃତୁ୍ୟ ହୋଇଛି ୧୦ ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୩୭୬ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଛତିଶଗଡ଼ରେ ୯୪ ଜଣଙ୍କ ମୃତୁ୍ୟ ହୋଇଛି ।

୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତୁ୍ୟ ହୋଇନାହିଁ । ଏସବୁ ହେଲା ରାଜସ୍ଥାନ, ଓଡ଼ିଶା, ପୁଡୁଚେରୀ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ନାଗାଲାଣ୍ଡ, ତ୍ରିପୁରା, ସିକିମ, ମିଜୋରାମ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।

***

SR



(Release ID: 1710688) Visitor Counter : 238