ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୦ ଲକ୍ଷ ଟିକା ଦିଆଯାଇଥିବା ବେଳେ ଭାରତରେ ମୋଟ ଟିକାକରଣ ୯ କୋଟିକୁ ଅତିକ୍ରମ କରିଛି

ଦୈନିକ ହାରାହାରି ୩୪ ଲକ୍ଷରୁ ଅଧିକ ଟିକା ଦେଇ ଭାରତ ବିଶ୍ୱସ୍ତରରେ ଅଗ୍ରଣୀ ସ୍ଥାନରେ ରହିଛି

୧୦ଟି ରାଜ୍ୟରେ ଦୈନିକ କରୋନା ମାମଲା ଅଧିକ ରହୁଥିବାରୁ ଜାତୀୟ ପଜିଟିଭିଟି ହାର ୨.୧୯%ରୁ ୮.୪୦%କୁ ବୃଦ୍ଧି ପାଇଛି

Posted On: 08 APR 2021 11:29AM by PIB Bhubaneshwar

ବିଶ୍ୱସ୍ତରୀୟ ମହାମାରୀ କୋଭିଡ-୧୯ ବିରୋଧରେ ଲଢ଼େଇ ସ୍ୱରୂପ ଗତ ଜାନୁଆରୀ ୧୬ ତାରିଖରେ ଭାରତରେ ବିଶ୍ୱସ୍ତରର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଭାରତ ଏବେ ଏ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିପାରିଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୯ କୋଟିରୁ ଅଧିକ ଟିକା ଦିଆଯାଇଛି ।

ଆଜତ ସକାଳ ୭ଟା ସୁଦ୍ଧା ଦେଶରେ ୧୩,୭୭,୩୦୪ ସେସନରେ ମୋଟ ୯,୦୧,୯୮,୬୭୩ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ, ୮୯,୬୮,୧୫୧ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୪,୧୮,୦୮୪ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୯୭,୬୭,୫୩୮ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୪୪,୧୧,୬୦୯ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୩,୬୩,୩୨,୮୫୧ ଜଣଙ୍କୁ ପ୍ରଥମ ଡୋଜ୍, ୧୧,୩୯,୨୯୧ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟରେ ପୀଡ଼ିତ ୨,୩୬,୯୪,୪୮୭ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୪,୬୬,୬୬୨ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

 

HCWs

FLWs

Over 45 years

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

2nd Dose

1st Dose

2nd Dose

89,68,151

54,18,084

97,67,538

44,11,609

2,36,94,487

4,66,662

3,63,32,851

11,39,291

9,01,98,673

 

ଦେଶରେ ହୋଇଥିବା ମୋଟ ଟିକାକରଣର ୬୦% ଆଠଟି ରାଜ୍ୟରେ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୩୦ ଲକ୍ଷ ଡୋଜ୍ ଟିକା ଦିଆଯାଇଛି ।

ଟିକାକରଣ ଅଭିଯାନର ୮୨ତମ ଦିବସ (୭ ଏପ୍ରିଲ ୨୦୨୧)ରେ ୨୯,୭୯,୨୯୨ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୩୮,୭୬୦ ସେସନରେ ୨୬,୯୦,୦୩୧ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୨,୮୯,୨୬୧ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

Date: 7th April, 2021 (Day 82)

HCWs

FLWs

45 to <60 years

Over60years

Total Achievement

1stDose

2ndDose

1stDose

2nd Dose

1stDose

2nd Dose

1stDose

2nd Dose

1stDose

2ndDose

3,956

22,341

30,319

97,509

17,62,503

33,816

8,93,253

1,35,595

26,90,031

2,89,261

 

ଦୈନିକ ଟିକାକରଣ କ୍ଷେତ୍ରରେ ହାରାହାରି ୩୪,୩୦,୫୦୨ ଡୋଜ୍ ଟିକା ଦେଇ ଭାରତ ବିଶ୍ୱସ୍ତରରେ ଅଗ୍ରଣୀ ରହିଛି ।

ଭାରତରେ ଦୈନିକ କରୋନା ମାମଲାରେ ବୃଦ୍ଧି ଜାରି ରହିଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୨୬,୭୮୯ ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଦିଲ୍ଲୀ, ମଧ୍ୟ ପ୍ରଦେଶ, ତାମିଲନାଡ଼ୁ, ଗୁଜରାଟ, କେରଳ ଏବଂ ପଞ୍ଜାବ ଆଦି ଦଶଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧି ପରିଲକ୍ଷିତ ହୋଇଛି । ନୂଆ ମାମଲାରୁ ୮୪.୨୧% ଏହି ଦଶଟି ରାଜ୍ୟରୁ ଚିହ୍ନଟ ହୋଇଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୯,୯୦୭ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଛତିଶଗଡ଼ରେ ୧୦,୩୧୦ ଏବଂ କର୍ଣ୍ଣାଟକରେ ୬୯,୭୬ ମାମଲା ଆସିଛି ।

ନିମ୍ନରେ ସୂଚିତ ହୋଇଥିବା ୧୨ଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧି ପରିଲକ୍ଷିତ ହୋଇଛି ।

https://static.pib.gov.in/WriteReadData/userfiles/image/image005SYNT.jpg

ନିମ୍ନରେ ଦିଆଯାଇଥିବା ଗ୍ରାଫ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ୨୦୨୧ ମାର୍ଚ୍ଚ ଏବଂ ଏପ୍ରିଲର ପ୍ରଥମ ସାତ ଦିନର ତୁଳନାତ୍ମକ ପଜିଟିଭିଟି ହାରକୁ ସୂଚାଉଛି । ଏହି ଅବଧିରେ ଜାତୀୟ ପଜିଟିଭିଟି ହାର ୨.୧୯%ରୁ ୬.୨୧% ବୃଦ୍ଧି ପାଇ ୮.୪୦% ହୋଇଛି ।

ଭାରତର ମୋଟ ସକ୍ରିୟ ମାମଲା ଏବେ ୯,୧୦,୩୧୯ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୭.୦୪% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ମାମଲାରେ ସିଧାସଳଖ ୬୬,୮୪୬ ବୃଦ୍ଧି ହୋଇଛି ।

ମୋଟ ସକ୍ରିୟ ମାମଲାର ୭୪.୧୩% ରହିଛି ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଏବଂ କେରଳରେ । ମହାରାଷ୍ଟ୍ରରେ ଏବେ ଦେଶର ମୋଟ ସକ୍ରିୟ ମାମଲାର ୫୫.୨୬% ମାମଲା ରହିଛି ।

ଭାରତରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧,୧୮,୫୧,୩୯୩ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ଏବେ ୯୧.୬୭% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୯,୨୫୮ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୮୫ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଏଥିରୁ ୮୭.୫୯% ମୃତୁ୍ୟ କେବଳ ଦଶଟି ରାଜ୍ୟରେ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୩୨୨ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ପଞ୍ଜାବରେ ଦିନକରେ ୬୨ ଜଣଙ୍କ ମୃତୁ୍ୟ ହୋଇଛି ।

୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତୁ୍ୟ ହୋଇନାହିଁ । ଏସବୁ ହେଲା, ଆସାମ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ସିକିମ, ମଣିପୁର, ଲାକ୍ଷାଦ୍ୱୀପ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।      

***

SR



(Release ID: 1710510) Visitor Counter : 283