ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାପୁ-ବଙ୍ଗବନ୍ଧୁ ଡିଜିଟାଲ ପ୍ରଦର୍ଶନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 MAR 2021 9:35PM by PIB Bhubaneswar

ଦୁଇ ଦିନିଆ ବାଂଲାଦେଶ ଗସ୍ତ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଳିତ ଭାବେ ବାପୁ ଏବଂ ବଙ୍ଗବନ୍ଧୁ ଉପରେ ଏକ ଡିଜିଟାଲ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ବାପୁ ଏବଂ ବଙ୍ଗବନ୍ଧୁ ଦକ୍ଷିଣ ଏସୀୟ କ୍ଷେତ୍ରର ଦୁଇ ଉଦାହରଣୀୟ ବ୍ୟକ୍ତିତ୍ୱ, ଯାହାଙ୍କ ଚିନ୍ତାଧାରା ଏବଂ ବାର୍ତ୍ତା ବିଶ୍ଵ ସ୍ତରରେ ପ୍ରତିଧ୍ଵନିତ ହେଉଛି ।

ପ୍ରଦର୍ଶନୀର ସଂଗ୍ରହାଧ୍ୟକ୍ଷ ଶ୍ରୀ ବିରାଦ ୟଜନିକ୍ ନେତାମାନଙ୍କୁ ବୁଲାଇ ଦେଖାଇଥିଲେ  ଯେଉଁଥିରେ ଶେଖ ରେହାନା ମଧ୍ୟ ସେମାନଙ୍କ ସହ ଯୋଗ ଦେଇଥିଲେ ।

 

**********

TRP/


(ରିଲିଜ ଆଡି: 1708110) ପରିଦର୍ଶକ କାଉଣ୍ଟର : 242