କ୍ୟାବିନେଟ

କ୍ରୀଡ଼ା ଓ ଯୁବ ବ୍ୟାପାର କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ମାଳଦ୍ୱୀପ ମଧ୍ୟରେ ଏମଓୟୁକୁ କ୍ୟାବିନେଟ୍ ଅନୁମୋଦନ

Posted On: 16 MAR 2021 4:01PM by PIB Bhubaneshwar

କ୍ରୀଡ଼ା ଏବଂ ଯୁବ ବ୍ୟାପାର କ୍ଷେତ୍ରରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ) ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ଅବଗତ କରାଯାଇଥିଲା। ଏହି ଏମଓୟୁ ଭାରତର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ମାଳଦ୍ୱୀପର ଯୁବବ୍ୟାପାର, କ୍ରୀଡ଼ା ଓ ଗୋଷ୍ଠୀ ସଶକ୍ତିକରଣ ମନ୍ତ୍ରଣାଳୟ ମଧ୍ୟରେ ନଭେମ୍ବର 2020ରେ ସ୍ୱାକ୍ଷରିତ ହୋଇଥିଲା।

 

ଲକ୍ଷ୍ୟ

ଭାରତ ଓ ମାଳଦ୍ୱୀପ ମଧ୍ୟରେ କ୍ରୀଡ଼ା ଓ ଯୁବବ୍ୟାପାର କ୍ଷେତ୍ରରେ ଦ୍ୱିପାକ୍ଷିକ ବିନିମୟ କାର୍ଯ୍ୟକ୍ରମ ଫଳରେ କ୍ରୀଡ଼ା ବିଜ୍ଞାନ, କ୍ରୀଡ଼ା ଔଷଧ, ପ୍ରଶିକ୍ଷଣ କୌଶଳ, ଯୁବ ମହୋତ୍ସବ ଏବଂ କ୍ୟାମ୍ପରେ ଅଂଶଗ୍ରହଣ କ୍ଷେତ୍ରରେ ଜ୍ଞାନ ଓ ବିଶେଷଜ୍ଞତା ବୃଦ୍ଧି ପାଇବ। ଏହା ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଆମର କ୍ରୀଡ଼ାବିତ ମାନଙ୍କର ପ୍ରଦର୍ଶନରେ ଉନ୍ନତି ଆଣିବା ସହିତ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବ।

ଲାଭ

ମାଳଦ୍ୱୀପ ସହିତ କ୍ରୀଡ଼ା ଓ ଯୁବ ବ୍ୟାପାର କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଜାତି, ଧର୍ମ, ବର୍ଣ୍ଣ ଏବଂ ଲିଙ୍ଗ ନିର୍ବିଶେଷରେ ସମସ୍ତ କ୍ରୀଡ଼ାବିତମାନଙ୍କ ପାଇଁ ସମାନ ଭାବେ ଲାଗୁ ହେବ।

 

**********

P.S

 



(Release ID: 1705274) Visitor Counter : 163